ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପକାଇ ପଳାଇଲେ ଡକାୟତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କଳାକନା ବୁଲାଇ ଦେଇଛନ୍ତି ଡକାୟତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ କହିଛନ୍ତି, “ଡକାୟତମାନେ ଗ୍ୟାସ୍‌ କଟରରେ ଝରକାର ଗ୍ରୀଲ୍‌ କାଟି ଭିତରକୁ ପଶିଛନ୍ତି। ସେମାନେ ଷ୍ଟ୍ରଙ୍ଗ ରୁମ୍‌ରେ ପଡ଼ିଥିବା ତାଲାକୁ ଭାଙ୍ଗି ଦେଇଛନ୍ତି ଓ ନିଜେ ଆଣିଥିବା ତାଲାକୁ ଷ୍ଟ୍ରଙ୍ଗ ରୁମ୍‌ରେ […]

bank,,

Tapaswini Nayak
  • Published: Saturday, 12 October 2019
  • , Updated: 12 October 2019, 04:19 PM IST

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗାଁରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କଳାକନା ବୁଲାଇ ଦେଇଛନ୍ତି ଡକାୟତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ।

ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ କହିଛନ୍ତି, “ଡକାୟତମାନେ ଗ୍ୟାସ୍‌ କଟରରେ ଝରକାର ଗ୍ରୀଲ୍‌ କାଟି ଭିତରକୁ ପଶିଛନ୍ତି। ସେମାନେ ଷ୍ଟ୍ରଙ୍ଗ ରୁମ୍‌ରେ ପଡ଼ିଥିବା ତାଲାକୁ ଭାଙ୍ଗି ଦେଇଛନ୍ତି ଓ ନିଜେ ଆଣିଥିବା ତାଲାକୁ ଷ୍ଟ୍ରଙ୍ଗ ରୁମ୍‌ରେ ପକାଇ ଦେଇଛନ୍ତି।”

ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story