ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଯୁକ୍ତ ଦୁଇ ପିଲା ଓ ତାଙ୍କ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଟିକା ସଂପର୍କରେ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଟିକା ରେଜିଷ୍ଟ୍ରେସନ ନିୟମ କୋହଳ କରିବା ନେଇ ଉଲ୍ଲେଖ କରିଛନ୍ତି ନବ ଦାସ । ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳର ଲୋକଙ୍କ ପାଇଁ ରେଜିଷ୍ଟ୍ରେସନରେ ସମସ୍ୟା ରହୁଛି। ତେଣୁ ଟିକାକରଣ ନେଇ ରାଜ୍ୟ ସରକାରଙ୍କୁ ଅଧିକ କ୍ଷମତା ଦିଆଯାଉ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟ ସରକାର ଯୁକ୍ତ ୨ ପିଲା ଓ ପରିବାରକୁ ଟିକାକରଣ କରିବାକୁ ଚାହୁଁଛନ୍ତି । ଘଟଣାର ଗୁରୁତ୍ୱ ଉପଲବ୍ଧି କରି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।
ସେପଟେ ଭାରତରେ ପହଞ୍ଚିଛି ସ୍ପୁଟନିକ୍ ଭି ଭାକ୍ସସିନର ସବୁଠାରୁ ବଡ଼ କନସାଇନମେଣ୍ଟ । ରୁଷିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରାୟ ୩୦ଲକ୍ଷ ଡୋଜେସର ଭାକ୍ସିନ ପହଞ୍ଚିଛି ।
ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ଗାଡ଼ିରେ ଭାକ୍ସିନ ଗୁଡିକୁ ପାନେକା ବାୟୋଟେକରେ ରଖାଯାଇଛି। ରୁଷିୟାର ଚାର୍ଟଡ ଫାଲ୍ଇଟ୍ RU-9450 ଯୋଗେ ଏହା ଭାରତରେ ପହଞ୍ଚିଛି । ଆଗକୁ ଦେଶର ଭାକ୍ସିନେସନ କାର୍ଯ୍ୟକ୍ରମରେ ଏହା କାମ ଦେବ । ଏହା ପୂର୍ବରୁ ରୁଷିଆରୁ ପ୍ରଥମ କନସାଇନମେଣ୍ଟରେ ଭାରତକୁ ଏକ ଲକ୍ଷ ୫୦ ହଜାର ଓ ମେ ୧୪ରେ ୬୦ ହଜାର ଡୋଜେସ ସ୍ପୁଟନିକ୍-V ଭାକ୍ସିନ ଆସିସାରିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।