ମହାମାରୀ ବିରୋଧୀ ମହାକବଚ ପାଇଁ କାଲିଠୁ ମହାଅଭିଯାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ମହାମାରୀ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରାଯିବ। ଆରମ୍ଭ ହେବ ଟିକାକରଣ। ପୂର୍ବାହ୍ନ ସାଢ଼େ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିବେ। ଏଥିସହ ଓଡ଼ିଶାରେ ମଧ୍ୟ ମହାମାରୀ ବିରୋଧରେ ମହା ଅଭିଯାନ ଆରମ୍ଭ ହେବ। ପ୍ରଥମ ଦଫାରେ ରାଜ୍ୟରେ ଟିକା ନେବାକୁ ଥିବା ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ତେବେ କାହାକୁ, କେଉଁଦିନ, କେତେବେଳେ ଓ କେଉଁ […]

corona

Manoranjan Sial
  • Published: Friday, 15 January 2021
  • , Updated: 15 January 2021, 08:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ମହାମାରୀ କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରାଯିବ। ଆରମ୍ଭ ହେବ ଟିକାକରଣ। ପୂର୍ବାହ୍ନ ସାଢ଼େ ୧୦ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ବିଶ୍ୱର ସର୍ବବୃହତ୍ତ ଟିକାକରଣର ଶୁଭାରମ୍ଭ କରିବେ। ଏଥିସହ ଓଡ଼ିଶାରେ ମଧ୍ୟ ମହାମାରୀ ବିରୋଧରେ ମହା ଅଭିଯାନ ଆରମ୍ଭ ହେବ। ପ୍ରଥମ ଦଫାରେ ରାଜ୍ୟରେ ଟିକା ନେବାକୁ ଥିବା ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ତେବେ କାହାକୁ, କେଉଁଦିନ, କେତେବେଳେ ଓ କେଉଁ କେନ୍ଦ୍ରରେ ଟିକା ଦିଆଯିବ ସେନେଇ ଅଧିକାଂଶଙ୍କ ମୋବାଇଲକୁ ମେସେଜ ଯାଇଛି।

ଭୁବନେଶ୍ୱରରେ ମୋଟ୍‌ ୬ଟି ହସ୍ପିଟାଲ୍‌ ସହ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଟିକାକରଣ ପାଇଁ ପ୍ରତି ଜିଲ୍ଲାକୁ କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ୍‌ ପଠାଯାଇଛି। ଏହି ଅନୁଯାୟୀ ୧୮ ବର୍ଷରୁ କମ୍‌, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଅସୁସ୍ଥ ବା ଚିକିତ୍ସାଧୀନଙ୍କୁ ଟିକାକରଣ ବାରଣ ରହିଛି। ସେହିପରି ୧୪ ଦିନ ଭିତରେ ଅନ୍ୟ କିଛି ଟିକା ନେଇଥିବା ବ୍ୟକ୍ତିଙ୍କୁ ମଧ୍ୟ କୋଭିଡ୍ ଟିକା ଦିଆଯିବ ନାହିଁ। କୋଭିଡ୍‌ ଲକ୍ଷଣ ଥିଲେ ସୁସ୍ଥ ହେବାର ୫ରୁ ୮ ସପ୍ତାହ ପରେ ଯାଇ ଟିକା ନେଇହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ସେପଟେ କୋଭିଡ ଟିକାକରଣ ନେଇ ଫିଡ୍‌ ବ୍ୟାକ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଟୁ ୱେ ବ୍ୟବସ୍ଥା ଥିବା ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରୁ ଫିଡବ୍ୟା ନେବେ। ଗଞ୍ଜାମରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟିକାକରଣର ଫିଡବ୍ୟାକ ନେବେ।

ସବୁ ଟିକାକରଣ କେନ୍ଦ୍ରରେ ୱେଟିଂ ରୁମ୍‌, ଭ୍ୟାକ୍ସିନ୍‌ ରୁମ୍‌ ଓ ଅବ୍‌ଜରଭେସନ୍‌ ରୁମ୍‌ର ବ୍ୟବସ୍ଥା ହୋଇଛି। ପ୍ରତି କେନ୍ଦ୍ରରେ ୫ ଜଣିଆ ଭ୍ୟାକ୍ସିନେସନ୍‌ ଟିମ୍‌ ପ୍ରସ୍ତୁତ ଅଛନ୍ତିା ତେବେ ଟିକାକରଣକୁ ନେଇ କୌଣସି ପ୍ରଶ୍ନ ବା ସହାୟତାର ଆବଶ୍ୟକତା ଥିଲେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ କିମ୍ବା ୧୦୭୫ ନମ୍ବରରେ ଫୋନ୍‌ କରିବାକୁ କୁହଯାଇଛି।

କୋଭିଡ ଟିକାକରଣ ନେଇ ଫିଡ୍‌ ବ୍ୟାକ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଟୁ ୱେ ବ୍ୟବସ୍ଥା ଥିବା ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରୁ ଫିଡବ୍ୟା ନେବେ। ଗଞ୍ଜାମରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଟିକାକରଣର ଫିଡବ୍ୟାକ ନେବେ।

 

Related story