ଉପରାଷ୍ଟ୍ରପତି ନିର୍ବାଚନରେ ଯଦି କେହି କ୍ରସ୍‌ଭୋଟିଂ କରିଥିବେ, ତେବେ ପଇସା ନେଇ କରିଥିବେ: ଦାମ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ପ୍ରତିକ୍ରିୟା ଦେଖାଦେଇଛି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି- “କେଉଁ ଦଳରୁ କ୍ରସ୍ ଭୋଟିଂ ହୋଇଛି ମୁଁ ଜାଣିନାହାନ୍ତି। ଯଦି କେହି କ୍ରସଭୋଟିଂ କରିଥିବେ, ତେବେ ପଇସା ନେଇ କରିଥିବେ।” ସେ ପ୍ରଶ୍ନ କରିଛନ୍ତି- “ଯିଏ ଭୋଟ୍‌ ଦେବାକୁ ପଇସା ନିଅନ୍ତି, ସେମାନେ ରାଜନୀତି ପାଇଁ ଯୋଗ୍ୟ କି ?” ଅନ୍ୟପକ୍ଷରେ ଦାମଙ୍କ ମନ୍ତବ୍ୟକୁ […]

dama

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 04:22 PM IST

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହାକୁ ନେଇ ରାଜ୍ୟ ରାଜନୀତିରେ ପ୍ରତିକ୍ରିୟା ଦେଖାଦେଇଛି। ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି- “କେଉଁ ଦଳରୁ କ୍ରସ୍ ଭୋଟିଂ ହୋଇଛି ମୁଁ ଜାଣିନାହାନ୍ତି। ଯଦି କେହି କ୍ରସଭୋଟିଂ କରିଥିବେ, ତେବେ ପଇସା ନେଇ କରିଥିବେ।”
ସେ ପ୍ରଶ୍ନ କରିଛନ୍ତି- “ଯିଏ ଭୋଟ୍‌ ଦେବାକୁ ପଇସା ନିଅନ୍ତି, ସେମାନେ ରାଜନୀତି ପାଇଁ ଯୋଗ୍ୟ କି ?”

ଅନ୍ୟପକ୍ଷରେ ଦାମଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି- “ ଦାମଙ୍କ ମନ୍ତବ୍ୟକୁ ଗମ୍ଭୀରତାର ସହ ନନେଲେ ଭଲ। ଭେଙ୍କେୟାଙ୍କ ବିଜୟକୁ ଏକ ଦଳୀୟ ବିଜୟ ବୋଲି କୁହାଯିବନି। NDAର ମୂଳ ଶକ୍ତିଠାରୁ ଭେଙ୍କେୟା ଢେର୍ ଅଧିକ ଭୋଟ ପାଇଛନ୍ତି। ଦଳମତ ନିର୍ବିଶେଷରେ ମୋଦିଙ୍କ ନେତୃତ୍ୱକୁ ଅନେକ ମାନିଛନ୍ତି।”
ଗତକାଲି ହୋଇଥିବା ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ଭେଙ୍କେୟା ନାଇଡୁଙ୍କୁ ୫୧୬ଟି ଭୋଟ୍ ମିଳିଥିଲା। ସମର୍ଥନ ଅନୁସାରେ ପ୍ରାୟ ୪୯୫ ଜଣ ସାଂସଦଙ୍କ ଭୋଟ୍ ତାଙ୍କୁ ମିଳିବା କଥା, କିନ୍ତୁ ସେ ଅଧିକ ୨୧ଟି ଭୋଟ ପାଇଥିଲେ। ଏଣୁ ବିରୋଧୀ ଦଳଗୁଡିକ ପକ୍ଷରୁ କ୍ରସ୍ ଭୋଟିଂ ହୋଇଥିବା ଜଣାପଡିଛି।

Related story