ତାତିଗଲେ ଦିଦି, ଅଭଦ୍ର ଭାଷାରେ ଛାତ୍ରଙ୍କୁ ଗାଳି ଦେଲେ

ବଲାଙ୍ଗିର(ଓଡ଼ିଶା ରିପୋର୍ଟା): ରାଗିଗଲେ ଦିଦି। ଦେଖାଇଲେ ନିଜ ଦବଙ୍ଗଗିରି। ରାଗ ଏତେ ଯେ ସବୁ କିଛି ଭୁଲି ଗଲେ। ଆଉ କିଛି ବାଡ ବନ୍ଧ ମାନିଲେ ନାହିଁ।  ଅଭଦ୍ର ଭାଷାରେ ଛାତ୍ରଙ୍କୁ କଲେ ଗାଳି ଗୁଲଜ। ସେ ମଧ୍ୟ ସମସ୍ତ ପିଲାଙ୍କ ସାମ୍ନାରେ। ଜଣେ ଶିକ୍ଷୟିତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଗୁରୁ ସର୍ବଦା ଭଗବାନଙ୍କ ସହ ତୁଳନା କରାଯାଏ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର। ସ୍କୁଲ […]

Balangir teacher

Madhupriya Mistry
  • Published: Saturday, 13 November 2021
  • , Updated: 13 November 2021, 06:51 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟା): ରାଗିଗଲେ ଦିଦି। ଦେଖାଇଲେ ନିଜ ଦବଙ୍ଗଗିରି। ରାଗ ଏତେ ଯେ ସବୁ କିଛି ଭୁଲି ଗଲେ। ଆଉ କିଛି ବାଡ ବନ୍ଧ ମାନିଲେ ନାହିଁ।  ଅଭଦ୍ର ଭାଷାରେ ଛାତ୍ରଙ୍କୁ କଲେ ଗାଳି ଗୁଲଜ। ସେ ମଧ୍ୟ ସମସ୍ତ ପିଲାଙ୍କ ସାମ୍ନାରେ। ଜଣେ ଶିକ୍ଷୟିତ୍ରୀଙ୍କ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି।

ଗୁରୁ ସର୍ବଦା ଭଗବାନଙ୍କ ସହ ତୁଳନା କରାଯାଏ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର। ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରନ୍ତି, ସମ୍ମାନ ମଧ୍ୟ ଦିଅନ୍ତି। ଶିକ୍ଷକ, ଶିକ୍ଷୟିତ୍ରୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ନ୍ତି। ନିଜେ ଅନୁସାଶିତ ହେବା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅନୁସାଶିତ କରନ୍ତି। ଅନ୍ୟକୁ କିଭଳି ସମ୍ମାନ ଦିଆଯାଏ ତାହା ଶିଖାନ୍ତି। କିନ୍ତୁ ଏହାର ଓଲଟା କାମ କରି ଏବେ ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଯୋଗିମୁଣ୍ଡା ରାଜେନ୍ଦ୍ର ମେହେର କଲେଜର ସୋସିଓଲୋଜୀ ଅଧ୍ୟାପିକା ବିନ୍ଦୁ ପୋଢ। ସେ ଜଣେ ଛାତ୍ରଙ୍କୁ ଅସଭ୍ୟ ଭାଷାରେ ଗାଲିଗୁଲଜ କରୁଥିବାର ଭିଡିଓ ଏବଂ ଅଡିଓ ଏବେ ଭାଇରାଲ ହୋଇଛି।

ଗତ ୮ ତାରିଖରେ କଲେଜରେ ସୋସିଓଲୋଜୀ କ୍ଲାସ ଚାଲିଥିଲା। ଏହି ସମୟରେ କ୍ଲାସରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ କୌଣସି କାରଣରୁ ଲାତ ମାରିଥିଲେ। କ୍ଲାସ ରୁମ୍‌ ଭିତରେ ଛାତ୍ର ଜଣକର ଏଭଳି ହରକତ ଦେଖି ହଠାତ୍‌ ତାତି ଯାଇଥିଲେ ଦିଦି। ମନରେ ଯାହା ଆସିଲା ତାହା ଅନର୍ଗଳ କହି ଚାଲିଥିଲେ। ଛାତ୍ରଙ୍କୁ ଗାଲିଦେଇଥିଲେ। ବାଷ୍ଟାର୍ଡ, ନନ୍‌ସେନ୍ସ ଭଳି କହିବାକୁ ମଧ୍ୟ ପଛାଇନଥିଲେ ଅଧ୍ୟାପିକା। ଏପରିକି ଗୋଡ ହାତ ଭାଙ୍ଗିଦେଇ ମାଡି ଯିବେ ମାଡି ଆସିବେ ବୋଲି ମଧ୍ୟ ଧମକ ଦେଇଥିଲେ ବିନ୍ଦୁ ପୋଢ଼। ଏସମସ୍ତ ଘଟଣାର ଭିଡିଓକୁ କେହି ଜଣେ ରେକର୍ଡ କରି ଏବେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିବା ଜଣାପଡିଛି।

ଏ ଭିଡିଓଟି ସାମ୍ନାକୁ ଆସିବା ପରେ ଅଧ୍ୟାପିକାଙ୍କ ଏଭଳି ବ୍ୟବହାରକୁ ନେଇ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି।  ଦୁଷ୍ଟାମୀ କରୁଥିବା ଛାତ୍ରଙ୍କୁ ଆକଟ କରିବା ଯୁକ୍ତିଯୁକ୍ତ, କିନ୍ତୁ ଜଣେ ଅଧ୍ୟାପିକା ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା କେତେ ଗ୍ରହଣୀୟ ତାକୁ ନେଇ ପ୍ରଶ୍ନ ଉଠିଛି। ସେପଟେ ଏନେଇ ଅଧ୍ୟାପିକା, କଲେଜ କର୍ତ୍ତୃପକ୍ଷ କିମ୍ୱା ଗାଲି ଖାଇଥିବା ଛାତ୍ରଙ୍କ କୌଣସି ପ୍ରତିକ୍ରିୟା ମିଲିପାରିନାହିଁ।

Related story