ଭିଜିଲାନ୍ସ ସ୍କାନରରେ ଥିଲେ କନିଷ୍ଠ ଯନ୍ତ୍ରୀ, ସକାଳୁ ସକାଳୁ ୧୦ ଜାଗାରେ ଚଢ଼ାଉ

ବାରିପଦା(ମାଣିକଲାଲ ପାଣି): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି […]

vigilance raid

Niharika Rout
  • Published: Thursday, 25 November 2021
  • , Updated: 25 November 2021, 02:07 PM IST

ବାରିପଦା(ମାଣିକଲାଲ ପାଣି): ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  ।

ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି  ଠୁଳର ଅଭିଯୋଗ ରହିଥିଲା । ଆଜି ସକାଳୁ ମିଳିଥିବା ସୂଚନା ମୁତାବକ, ଭିଜିଲାନ୍ସର ୧୦ ଟି ଟିମ୍‌ ଭିନ୍ନ ଭିନ୍ନ ୧୦ଟି ସ୍ଥାନରେ ଏକ ସଙ୍ଗରେ ଚଢ଼ାଉ କରିଛନ୍ତି ।

ଆଜି ସକାଳୁ ସନ୍ତୋଷ ଦାସଙ୍କ ବାଲେଶ୍ୱର ଜିଲା ଭୋଗରେଇସ୍ଥିତ ସନ୍ତୋଷଙ୍କ ଶ୍ୱଶୁର ଘର, ବାରିପଦାରେ ଥିବା ତାଙ୍କ ପୈତୃକ ଘର ଏବଂ ତାଙ୍କ ଅଫିସ କାର୍ଯ୍ୟାଳୟ ଆଦିରେ ଚଢ଼ାଉ ଜାରି ରହିଛି । ଵର୍ତ୍ତମାନ ଯାଏ ଭିଜିଲାନ୍ସ କିଛି ସରକାରୀ କାଗଜପତ୍ର ଜବତ କରିବା ସହିତ ବିଶେଷ ତଥ୍ୟ ମିଳିପାରିନାହିଁ।

Related story