Advertisment

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୬.୭୩ କୋଟି ଟଙ୍କାର ସଂପତ୍ତି ଠାବ

ନୂଆପଡ଼ା(ମାୟାଧର ସରାଫ): ଭିଜିଲାନ୍ସ ଜାଲରେ ପଡ଼ିଲେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ। ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତା’ ମଧ୍ୟରେ ରହିଛି ଏକାଧିକ ଘର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ରତ୍ନାକରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ତାଙ୍କର ନୂଆପଡ଼ା ସ୍ଥିତ ଭଡ଼ାଘର ସହିତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।  କଟକ ମଧୁପାଟଣା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୬.୭୩ କୋଟି ଟଙ୍କାର ସଂପତ୍ତି ଠାବ

Vigilance

ନୂଆପଡ଼ା(ମାୟାଧର ସରାଫ): ଭିଜିଲାନ୍ସ ଜାଲରେ ପଡ଼ିଲେ ନୂଆପଡ଼ା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ। ତାଙ୍କର ମୋଟ ୬ କୋଟି ୭୩ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ତା’ ମଧ୍ୟରେ ରହିଛି ଏକାଧିକ ଘର।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ରତ୍ନାକରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଓ୍ୱାରେଣ୍ଟ ବଳରେ ତାଙ୍କର ନୂଆପଡ଼ା ସ୍ଥିତ ଭଡ଼ାଘର ସହିତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।  କଟକ ମଧୁପାଟଣା ବାଲିସାହିରେ ତାଙ୍କର ଏକ ଦୁଇ ମହଲା କୋଠା ଓ ଏକ ତିନି ମହଲା ବିଶିଷ୍ଟ କଲ୍ୟାଣ ମଣ୍ଡପ ରହିଛି। ଏହା ସହିତ କଟକ ଚାଉଳିଆଗଞ୍ଜରେ ତାଙ୍କର ୪ ମହଲା ବିଶିଷ୍ଟ ଏକ ଘର ରହିଛି। ଚୌଦ୍ୱାର ଓରଣ୍ଡାରେ ତାଙ୍କର ୩ ଏକରର ଜମି ମଧ୍ୟ ଥିବା ଚଢ଼ାଉ ବେଳେ ସାମ୍ନାକୁ ଆସିଛି।

ସେହିପରି ରତ୍ନାକରଙ୍କ ଠାରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବୀମା, ପ୍ରାୟ ୯୦ ଲକ୍ଷ  ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଅଧ କିଲୋଗ୍ରାମ ସୁନା ଅଳଙ୍କାର ଓ ଅଢ଼େଇ କିଲୋଗ୍ରାମ ରୁପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍‌ପି ଓ ୧୨ ଜଣ ଇନ୍ସପେକ୍ଟରଙ୍କ ସହିତ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।

Advertisment
Vigilance Raid Corrupt