Advertisment

ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ଜଣେ  ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସମାନ ଅଭିଯୋଗରେ ଆଜି ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ରେଡ । ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ  ଘର ସମେତ ୬ଟି ସ୍ଥାନରେ ରେଡ୍ କରୁଛି […]

ଅଦ୍ୟତନ ହୋଇଛି
ପୁଣି ଜଣେ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ଚାଲିଛି ରେଡ

vigilance raid

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ଜଣେ  ଯନ୍ତ୍ରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସମାନ ଅଭିଯୋଗରେ ଆଜି ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ରେଡ । ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ  ଘର ସମେତ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ  ।

Advertisment

ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, କଟକ, ନୟାଗଡ଼ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ପଟିଆରେ ଥିବା ଏକ ଫ୍ଲାଟ, କଟକ କିଶୋରନଗରରେ ଥିବା ପୈତୃକ ଘର, କଟକ ଆଲିସା ବଜାରରେ ଥିବା କୋଠା, ଖଣ୍ଡଗିରି ଅଂଚଳରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା ଅଫିସ ଏବଂ ନୟାଗଡ଼ ଟାଉନରେ ଥିବା ବାସଭବନରେ ଏକକାଳୀନ ରେଡ୍ ଚାଲିଛି । ଭିଜିଲାନ୍ସର ୫ ଡିଏସ୍‌ପିଙ୍କ ସହ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ରେଡ୍ ଚାଲିଛି  ।

ସୂଚନାଯୋଗ୍ୟ, କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ।  ରେଡ୍ ବେଳେ ଆଶିଷ କୁମାର ଦାଶଙ୍କ ଘରୁ ୧ କୋଟି ୩୯ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା, ଯାହାକି  ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ଏହାବାଦ ତାଙ୍କ ଘର ଓ ବ୍ୟାଙ୍କ ଲକରରୁ  ୨.୫ କେଜିର ସୁନା ଜବତ କରାଯାଇଛି।  ଜବତ ସୁନାର ବର୍ତ୍ତମାନ ବଜାର ଦର ୧କୋଟି ୨୫ ଲକ୍ଷ ଟଙ୍କା ହେବ ବୋଲି ହିସାବ କରାଯାଇଛି। କେବଳ ଏତିକି ନୁହେଁ, ବ୍ୟାଙ୍କରେ ତାଙ୍କର ଜମା, ସ୍ଥାୟୀ ଜମା ଓ ବୀମା ବାବଦକୁ ୪ କୋଟି ଟଙ୍କା ରହିଛି। କଟକ ତ୍ରିଶୁଳିଆ ନିକଟ ବେଲଗଛିଆରେ ଶାନ୍ତିବନ ସୋସାଇଟିରେ ଆଶିଷ କୁମାର ଦାଶଙ୍କର ଏକ ୩୦ ଲକ୍ଷର ଫ୍ଲାଟ୍ ରହିଛି। ସେହିଭଳି କେନ୍ଦୁଝରରେ ଏକ ପ୍ଲଟ୍ ଅଛି।

Advertisment

ଆଶିଷ କୁମାର ଦାଶଙ୍କର ଆଉ କିଛି ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ଏକ ବ୍ୟାଙ୍କ ଲକରକୁ ଏପର୍ଯ୍ୟନ୍ତ ଯାଞ୍ଚ କରାଯାଇନି। ତେଣୁ ତାଙ୍କର ଆୟ ବହିର୍ଭୂତ ସଂପତ୍ତିର ପରିମାଣ ଆହୁରି ବଢ଼ିବାର ସମ୍ଭାବନା ଥିବା କହିଛି ଭିଜିଲାନ୍ସ ।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe