କଟକ(ଓଡ଼ିଶା ରିପୋର୍ଟର); ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଆଜି ଏସ୍ସିବି ମେଡିକାଲ୍ରେ ଭିଜିଲାନ୍ସ ରେଡ୍ ହୋଇଛି । ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ଏସ୍ସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଓ ଫାଇଲ୍ ଜବତ କରି ଯାଞ୍ଚ କରିଛନ୍ତି।
ଏସ୍ସିବି ମେଡିକାଲରେ ଘରୋଇ ସଂସ୍ଥା ଦ୍ୱାରା ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ଅଧିକାରୀ ମେଡିକାଲରେ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି। ତେବେ ଏହି ଚଢ଼ଉ ନେଇ ଏସ୍ସିବି ଅଧିକ୍ଷକ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।