ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଚଢ଼ାଉ କରିଛି ଭିଜିଲାନ୍ସ।
ଗଣେଶଙ୍କ ନୂଆଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗରସ୍ଥିତ ଭଡ଼ାଘର, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁରସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣା ପାଟଣା ସ୍ଥିତ ଘର ଆଦି ୪ଟି ସ୍ଥାନରେ ଚଢ଼ାଉ ହୋଇଛି ।
ଚଢ଼ାଉ ସମୟରେ ବିପୁଳ ପରିମାଣର ଟଙ୍କା, ସୁନା ଓ ଅନ୍ୟାନ୍ୟ କାଗପତ୍ର ଜବତ ହୋଇଥିବା ଜଣାଯାଇଛି। ଚଢ଼ାଉ ଚାଲିଥିବାରୁ କେତେ ପରିମାଣରେ ସଂପତ୍ତି ଠାବ କରାଯାଇଛି, ତା’ର ହିସାବ ଏହାର ସଠିକ୍ ଆକଳନ ହୋଇପାରିନି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ଗଣେଶ ପ୍ରଧାନଙ୍କ ନାଁରେ ଅଭିଯୋଗ ହୋଇଥିବା ବେଳେ ସେ ଭିଜିଲାନ୍ସ ସ୍କାନରରେ ଥିଲେ । ଆଉ ଆଜି ସକାଳୁ ସକାଳୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।