Advertisment

ନିଲମ୍ବିତ ଏଏସ୍ଆ‌ଇଙ୍କ ଘରେ ପଶିଲା ଭିଜିଲାନ୍ସ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟଦାଶଙ୍କ ମାଲକାନଗିରିର ଭଡ଼ା ଘର, ସୁନାବେଡ଼ର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଓ ଶ୍ୱଶୁରର ଘର ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢ଼ାଉରେ ୩ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଜୟପୁର ସ୍ପେଶାଲ […]

ଅଦ୍ୟତନ ହୋଇଛି
ନିଲମ୍ବିତ ଏଏସ୍ଆ‌ଇଙ୍କ ଘରେ ପଶିଲା ଭିଜିଲାନ୍ସ

police

Advertisment

ମାଲକାନଗିରି(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ଜୟଦାଶଙ୍କ ମାଲକାନଗିରିର ଭଡ଼ା ଘର, ସୁନାବେଡ଼ର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଓ ଶ୍ୱଶୁରର ଘର ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି।

ଏହି ଚଢ଼ାଉରେ ୩ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଜୟପୁର ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ମାଲକାନଗିରି ଓ କୋରାପୁଟର ଜିଲ୍ଲାର ୫ଟି ସ୍ଥାନରେ ଏହି ଚଢ଼ାଉ ହୋଇଛି।

Advertisment

ଗତ ମାସକ ତଳେ ଗଂଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜେଲ ଯାଇଥିଲେ ଜୟଦାଶ ।ଏହାପରେ ସେ ଜାମିନରେ ଆସିଥିଲେ।  ଜୟଦାଶ ମାଥିଲି ଥାନା କର୍ତନପାଲି ବିଟ୍ ହାଉସରେ କାର୍ଯ୍ୟରତ ଥିଲେ।  ଗଂଜେଇ ଚୋରା ଚାଲାଣରେ ଅଭିଯୋଗରେ ଜୟଦାଶ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Vigilance Raid Corrupt Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe