ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ; କଟକ ଓ ଭୁବନେଶ୍ୱରରେ ୯୦ଟି ପ୍ଲଟ୍ ଠାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ବିପୁଳ ସଂପତ୍ତି ଠାବ କରାଯାଇଛି। ଆଉ ତା’ ମଧ୍ୟରେ ରହିଛି ୯୦ଟି ପ୍ଲଟ୍‌। ଏହି ସବୁ ପ୍ଲଟ କଟକ ଓ ଭୁବନେଶ୍ୱରରେ ରହିଛି। ୯୦ଟି ପ୍ଲଟ୍ ବ୍ୟତୀତ ତାଙ୍କର ୪ଟି କୋଠା ଓ ୩ଟି ଫ୍ଲାଟ୍ ରହିଛି। ଏଗୁଡ଼ିକ ସବୁ ଭୁବନେଶ୍ୱରରେ ଅଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ରୋୟାଲ ଲଗୁନ୍ ଆପାର୍ଟମେଣ୍ଟରେ […]

Jagannath Raut

Jitendra Garnayak
  • Published: Thursday, 05 May 2022
  • , Updated: 05 May 2022, 04:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ବିପୁଳ ସଂପତ୍ତି ଠାବ କରାଯାଇଛି। ଆଉ ତା’ ମଧ୍ୟରେ ରହିଛି ୯୦ଟି ପ୍ଲଟ୍‌। ଏହି ସବୁ ପ୍ଲଟ କଟକ ଓ ଭୁବନେଶ୍ୱରରେ ରହିଛି।

୯୦ଟି ପ୍ଲଟ୍ ବ୍ୟତୀତ ତାଙ୍କର ୪ଟି କୋଠା ଓ ୩ଟି ଫ୍ଲାଟ୍ ରହିଛି। ଏଗୁଡ଼ିକ ସବୁ ଭୁବନେଶ୍ୱରରେ ଅଛି। ଭୁବନେଶ୍ୱରର ରଘୁନାଥପୁରରେ ଥିବା ରୋୟାଲ ଲଗୁନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩ ବିଏଚ୍‌କେ ଫ୍ଲାଟ୍ ରହିଛି, ଯାହାର ଦାମ୍ ପ୍ରାୟ ୫୦ ଲକ୍ଷ ଟଙ୍କା। ସେହି ରଘୁନାଥପୁରର ଗ୍ରୀନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ୩ଟି ବେଡ୍‌ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି। ସେହିଭଳି ଭୁବନେଶ୍ୱରର ରୋୟାଲ ଆର୍କେଡ୍‌ର ଚତୁର୍ଥ ମହଲାରେ ତାଙ୍କର ଆଉ ଏକ ୩ ବେଡ୍‌ରୁମ୍ ବିଶିଷ୍ଟ ଫ୍ଲାଟ୍ ରହିଛି।

ରଘୁନାଥପୁର ଗାଁରେ ଜଗନ୍ନାଥ ରାଉତଙ୍କର ୬୦୦୦ ବର୍ଗଫୁଟ୍‌ର ଏକ ତିନି ମହଲା କୋଠା ରହିଛି। ଏହାର ନାଁ ଗୋବିନ୍ଦ ଭବନ। ଏହି କୋଠା ପଛପଟେ ତାଙ୍କର ୬୦୦୦ ବର୍ଗଫୁଟର ଏକ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ରହିଛି। ରଘୁନାଥପୁରରେ ତାଙ୍କର ୨୦୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ମଧ୍ୟ ରହିଛି।

[caption id="attachment_732368" align="aligncenter" width="650"] ଜଗନ୍ନାଥ ରାଉତଙ୍କ ମାର୍କେଟ୍ କମ୍ପ୍ଲେକ୍ସ[/caption]

କଟକର ବାଙ୍କୀ ସ୍ଥିତ ଚାରିଘରିଆରେ ଜଗନ୍ନାଥ ରାଉତଙ୍କର ଏକ ଆଉଟ୍ ହାଉସ୍‌ ଠାବ କରିଛି ଭିଜିଲାନ୍ସ। ଏହା ସହିତ ତାଙ୍କ ପାଖର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ୧୭ ଲକ୍ଷ ଟଙ୍କା ଠାବ କରାଯାଇଛି। ତାଙ୍କ ପାଖରୁ ୫୦୦ ଗ୍ରାମ ସୁନା ଜବତ କରାଯାଇଛି। ବୀମା ଓ ନିବେଶ ବାବଦ ଟଙ୍କାର ଗଣତି ଜାରି ରହିଛି। ଏହା ସହିତ ଠାବ ହୋଇଥିବା କୋଠା ଗୁଡ଼ିକର ମାପଚୁପ କରି ଭିଜିଲାନ୍ସ ଅଧିକମାରୀମାନେ ସେଗୁଡ଼ିକର ସଠିକ୍ ମୂଲ୍ୟ ଆକଳନ କରୁଛନ୍ତି। ସେହିଭଳି ତାଙ୍କର ୯୦ଟି ପ୍ଳଟର ମୂଲ୍ୟ କେତେ, ତାହା ଜାଣିବା ପାଇଁ ବି ମାପଚୁପ ଜାରି ରହିଛି।

ଏହି ଚଢ଼ାଉରେ ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି ଓ ୧୦ ଜଣ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Related story