କୁବେର କନ୍‌ଷ୍ଟେବଲ୍‌ ପ୍ରସନ୍ନ; ଯେତେ ଖୋଳିଲେ ସେତେ ବାହାରୁଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବହିଷ୍କୃତ କନେଷ୍ଟବଲ୍‌ ପ୍ରସନ୍ନ ବେହେରା। ସେ କେବଳ ବାର୍‌ ଚଲାଉନଥିଲେ, ଶୋ’ ରୁମ୍‌ର ମାଲିକ ମଧ୍ୟ ଥିଲେ। ଚଢ଼ଉ ବେଳେ ପ୍ରସନ୍ନଙ୍କ ଏପରି ଅମାପ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ। ଡୁମଡୁମାରେ ରହିଛି ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ’ ରୁମ। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଶୋ’ ରୁମ୍‌ରେ ରହିଛି ଲକ୍ଷାଧିକ ଟଙ୍କାର ଆଲିସାନ୍‌ ବହୁମୂଲ୍ୟ ସାମଗ୍ରୀ। ୨୦୧୯ ମସିହାରେ ୦.୨୫୦ ଏକର ଜମିକୁ ୧ […]

Prasanna-Behera

Manoranjan Sial
  • Published: Thursday, 28 October 2021
  • , Updated: 28 October 2021, 05:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅମାପ ସମ୍ପତ୍ତିର ମାଲିକ ହେଉଛନ୍ତି ବହିଷ୍କୃତ କନେଷ୍ଟବଲ୍‌ ପ୍ରସନ୍ନ ବେହେରା। ସେ କେବଳ ବାର୍‌ ଚଲାଉନଥିଲେ, ଶୋ' ରୁମ୍‌ର ମାଲିକ ମଧ୍ୟ ଥିଲେ। ଚଢ଼ଉ ବେଳେ ପ୍ରସନ୍ନଙ୍କ ଏପରି ଅମାପ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ।

ଡୁମଡୁମାରେ ରହିଛି ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ' ରୁମ। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଶୋ' ରୁମ୍‌ରେ ରହିଛି ଲକ୍ଷାଧିକ ଟଙ୍କାର ଆଲିସାନ୍‌ ବହୁମୂଲ୍ୟ ସାମଗ୍ରୀ। ୨୦୧୯ ମସିହାରେ ୦.୨୫୦ ଏକର ଜମିକୁ ୧ କୋଟି ୪୭ ଲକ୍ଷ ୬୦ ହଜାର କୋଟିରେ କିଣିଥିଲା ପ୍ରସନ୍ନ। ହେଲେ ସେହି ଜମି ବଜାର ଦାମରୁ ଢେର ଅଧିକ ବୋଲି ଆକଳନ କରୁଛି ଭିଜିଲାନ୍ସ। ତା’ସହ ଶୋ' ରୁମ୍‌ ନିର୍ମାଣ ହୋଇଥିବା ୧୮୦୦ ବର୍ଗ ଫୁଟ୍‌ ଅଞ୍ଚଳରେ ଛିଡ଼ା ହୋଇଛି ୨ କୋଟିର ବିଲ୍‌ଡିଂ।  ଭିଜିଲାନ୍ସର ବୈଷୟିକ ଟିମ୍‌ ପୂରା ସମ୍ପତ୍ତିର ଆକଳନ କରୁଛି।

କେଉଁଠୁ ଏହି ଟଙ୍କା ଆସିଲା? କେତେ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ? ସେ ସବୁ ବିଷୟରେ ଯାଞ୍ଚ କରାଯାଉଛି। ଏହି ତଦନ୍ତରେ ଭିଜିଲାନ୍ସ ଅର୍ଥ ଓ ଜଙ୍ଗଲ ବିଭାଗର ସହାୟତା ନେବ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଚଢ଼ଉ ହୋଇଛିା ଏହି ଚଢ଼ଉ ପ୍ରସନ୍ନଙ୍କ କଳ୍ପନା ସ୍ଥିତ ବାସଭବନ, ଡୁମ୍‌ଡୁମା ସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁରର ଶାନ୍ତିବିହାର ସ୍ଥିତ ଫର୍ଣ୍ଣିଚର ୱାର୍କଶପ୍‌, ପାତ୍ରପଡ଼ା ସ୍ଥିତ ସାଉଥ୍ ସିଟି ବାର୍‌ ଓ ଖୋର୍ଦ୍ଧା ଜିଲ୍ଲା ନୂଆପଡ଼ା ଗାଁରେ ଥିବା ତାଙ୍କର ୨ ମହଲା ଘରେ ହୋଇଛି। ଏହି ଚଢ଼ଉରେ ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୫ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ବହୁଚର୍ଚ୍ଚିତ ମନୀଷ ଅନୁରାଗ ଦାସ ହତ୍ୟା ମାମଲାର ଖିଅ ଖୋଜୁ ଖୋଜୁ ସାଉଥସିଟି ହୋଟେଲରେ ପହଞ୍ଚିଥିଲା କମିଶନରେଟ୍‌ ପୁଲିସ୍‌। ଆଉ ତା’ପରେ ବେଆଇନ୍‌ ଭାବେ ଚାଲୁଥିବା ସାଉଥ୍‌ସିଟି ବାର୍‌ର ନାଁ ସାମ୍ନାକୁ ଆସିଥିଲା। ପ୍ରସନ୍ନ ତାଙ୍କ ଭାଇଙ୍କ ନାଁରେ କୋଭିଡ୍‌ ନିୟମକୁ ଉଲ୍ଲଙ୍ଘନ କରି ବିନା ଲାଇସେନ୍ସରେ ଡ୍ୟାନ୍ସ ବାର୍‌ ଚାଲାଉଥିଲେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ପୁଲିସ ହୋଟେଲ୍‌କୁ ସିଲ୍‌ କରିବା ସହିତ ପ୍ରସନ୍ନଙ୍କୁ ଚାକିରିରୁ ବହିଷ୍କାର କରିବା ସହ ଗିରଫ କରିଛି।

Related story