‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): “ଆମ ଗାଁ ସ୍କୁଲକୁ ୨ ବର୍ଷ ହେଲାଣି ବନ୍ଦ କରିଦେଲେଣି। ଅନ୍ୟ ଏକ ସ୍କୁଲ ସହ ଏହାର ମିଶ୍ରଣ କରିଦେଲେ। ଫଳରେ ସ୍କୁଲ ଖୋଲିଲେ ଆମ ପିଲା ନାହିଁ ନ ଥିବା ହଇରାଣ ହେବେ । ତେଣୁ ଆମ ଗାଁରେ ସ୍କୁଲ ନ ହେଲେ ଏଥର ଭୋଟ ଦେବୁନି। ” ଏପରି କହି ଭୋଟ ବର୍ଜନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରର ବିଜିପୁର ଗ୍ରାମବାସୀ । ସୂଚନା ଅନୁଯାୟୀ, ବିଜିପୁର ଗାଁରେ ଥିବା ସ୍କୁଲରେ […]

vote

Niharika Rout
  • Published: Friday, 28 January 2022
  • , Updated: 28 January 2022, 08:02 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): “ଆମ ଗାଁ ସ୍କୁଲକୁ ୨ ବର୍ଷ ହେଲାଣି ବନ୍ଦ କରିଦେଲେଣି। ଅନ୍ୟ ଏକ ସ୍କୁଲ ସହ ଏହାର ମିଶ୍ରଣ କରିଦେଲେ। ଫଳରେ ସ୍କୁଲ ଖୋଲିଲେ ଆମ ପିଲା ନାହିଁ ନ ଥିବା ହଇରାଣ ହେବେ । ତେଣୁ ଆମ ଗାଁରେ ସ୍କୁଲ ନ ହେଲେ ଏଥର ଭୋଟ ଦେବୁନି। ” ଏପରି କହି ଭୋଟ ବର୍ଜନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରର ବିଜିପୁର ଗ୍ରାମବାସୀ ।

ସୂଚନା ଅନୁଯାୟୀ, ବିଜିପୁର ଗାଁରେ ଥିବା ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କହି ୨ ବର୍ଷ ପୂର୍ବେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ  କରି ଦିଆଗଲା।  ମିଶ୍ରଣ ପର୍ବ ନାଁରେ ଏହାକୁ ନେଇ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେଲେ। ତେଣୁ ଏଥିଯୋଗୁ  ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି । ସ୍କୁଲ ଖୋଲିଲେ ଦୂରକୁ ଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଲେବି କେହି ସମସ୍ୟା ଶୁଣୁ ନାହାନ୍ତି କି କୌଣସି ପଦକ୍ଷେପ ନିଆଯାଉନି । ତେଣୁ  ବାଧ୍ୟ ହୋଇ ଏପରି  ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ, ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏବେଠୁ ଜମିଲାଣି ମାହୋଲ । କେଉଁଠି  ଲଢ଼େଇ ଜୋରଦାର ହେଉଥିବା ବେଳେ କେଉଁଠି ଖାଲି ପଡ଼ିଛି ମଇଦାନ । ବର୍ଷ ବର୍ଷ ଧରି ପୂରଣ ହୋଇ ନ ଥିବା ଦାବି ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଭୋଟର। ବିଜିପୁର ଗ୍ରାମବାସୀ  ମଧ୍ୟ ସ୍କୁଲ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଭବିଷ୍ୟତରେ କିପରି ହେବ ଏହି ଅଞ୍ଚଳ ବିକାଶ ତାହାକୁ ନେଇ ଅନିଶ୍ଚିତନା ଦେଖିବାକୁ ମିଳିଛି।

Related story