ଶୁଣିଲେନି ସରକାର, ନଦୀ ଉପରେ ପୋଲ ତିଆରି ଗଲେ ଗାଁ ଲୋକେ

ରାୟଗଡ଼ା(ମାଉଡ଼ି ବାରିକ): ଶୁଣିଲେନି ସରକାର। ସ୍ଥାନୀୟ ପ୍ରଶାସନ କାନ ବୁଜି ଦେଲେ। ତେଣୁ ପିଲାମାନେ ପାଠପଢ଼ିବାକୁ ଓ ଗ୍ରାମବାସୀ କାମ କାର୍ଯ୍ୟରେ ଯିବା ବେଳେ ଭରା ନଦୀ ପାର ହେଉଥିଲେ। ଯାହାକୁ ନେଇ ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ଭରସା ତୁଟିଗଲା। ତେଣୁ ଗ୍ରାମବାସୀ ଏକାଠି ହୋଇ ନଦୀ ଉପରେ ତିଆରି କରିଛନ୍ତି କାଠ ବ୍ରିଜ୍। ଏହି ବ୍ରିଜ୍‌ ଉପରେ ଗାଡ଼ି ଠାରୁ ଆରମ୍ଭ କରି ଲୋକମାନେ ବେଶ ଆରମରେ ଯାତାୟତ କରିପାରୁଛନ୍ତି। ଯାହା ପରେ […]

bridge

  • Published: Tuesday, 29 November 2022
  • , Updated: 29 November 2022, 08:08 PM IST

ରାୟଗଡ଼ା(ମାଉଡ଼ି ବାରିକ): ଶୁଣିଲେନି ସରକାର। ସ୍ଥାନୀୟ ପ୍ରଶାସନ କାନ ବୁଜି ଦେଲେ। ତେଣୁ ପିଲାମାନେ ପାଠପଢ଼ିବାକୁ ଓ ଗ୍ରାମବାସୀ କାମ କାର୍ଯ୍ୟରେ ଯିବା ବେଳେ ଭରା ନଦୀ ପାର ହେଉଥିଲେ। ଯାହାକୁ ନେଇ ସରକାର ଓ ପ୍ରଶାସନ ଉପରେ ଲୋକଙ୍କ ଭରସା ତୁଟିଗଲା। ତେଣୁ ଗ୍ରାମବାସୀ ଏକାଠି ହୋଇ ନଦୀ ଉପରେ ତିଆରି କରିଛନ୍ତି କାଠ ବ୍ରିଜ୍। ଏହି ବ୍ରିଜ୍‌ ଉପରେ ଗାଡ଼ି ଠାରୁ ଆରମ୍ଭ କରି ଲୋକମାନେ ବେଶ ଆରମରେ ଯାତାୟତ କରିପାରୁଛନ୍ତି। ଯାହା ପରେ ଗୋଟାଏ ପଟେ ସରକାରୀ ଦାୟିତ୍ୱହୀନତାକୁ ପଦାରେ ପକାଇଥିବା ବେଳେ ଅନ୍ୟପଟେ ଏକତାର ବଳ ଦେଖାଇଥିବା ଗ୍ରାମବାସୀଙ୍କ ଉଦ୍ୟମ ପ୍ରଶଂସାର ବିଷୟ ହୋଇଛି। ରାୟଗଡ଼ା ଜିଲ୍ଲା ସଦର ବ୍ଳକ ହାଲୁଆ ପଞ୍ଚାୟତ କଡିଙ୍ଗଗୁଡ଼ା ଗ୍ରାମବାସୀ ଉଦ୍ୟମରେ ଏହି ଗାଁ ଦେଇ ବୋହି ଯାଇଥିବା ଝାଞ୍ଜାବତି ନଦୀ ଉପରେ କାଠପୋଲ ନିର୍ମାଣ ହୋଇଛି। ଯାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି।

ଗ୍ରାମବାସୀ ଆପାୟା ଯାକାଶିକା, ସୁକାନ୍ତି ଯାକାକା ଓ ଆରତୀ ଯାକାଶିକାଙ୍କ କହିବା ମୁତାବକ, ତାଙ୍କ ଗାଁକୁ ଭଲ ରାସ୍ତାଟିଏ ନାହିଁ। ନଦୀ ଡେଇଁଲେ ସ୍କୁଲ, ଡାକ୍ତରଖାନା ଓ ବଜାର। ରାୟଗଡ଼ା ସହର ଠାରୁ ମାତ୍ର ୭ କିମି ହେବ ଏହି ଗାଁ। ଏଠାରେ ୩୫ ପରିବାର ବସବାସ କରୁଛନ୍ତି। ପ୍ରତିଦିନ କାମକାର୍ଯ୍ୟରେ ସମସ୍ତଙ୍କୁ ନଦୀ ଭିତରେ ପଶି ସମସ୍ତଙ୍କୁ ଆରପଟକୁ ଯିବାକୁ ପଡ଼ୁଛି। ଯେଉଁଥିରୁ ଛାତ୍ରଛାତ୍ରୀ, ରୋଗୀ, ଗର୍ଭବତୀ ମଧ୍ୟ ବାଦ୍ ପଡ଼ୁନାହାନ୍ତି। ଗାଁରେ ପହଞ୍ଚି ପାରୁନାହିଁ ଜରୁରୀକାଳିନ ଗାଡ଼ି କିମ୍ବା ଆମ୍ବୁଲାନ୍ସ। ରୋଗୀଙ୍କୁ ଖଟିଆ ଓ ଭାରରେ ହିଁ ବୋହି ନେଇ ଡାକ୍ତରଖାନା ଯାଉଛନ୍ତି ଲୋକେ। ବଞ୍ଚିବା ପାଇଁ ଲୋକଙ୍କ ଜୀବନ ବାଜିରେ ଲାଗିଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅନେକ ବହୁ ଥର ଅଭିଯୋଗ କରିଥିଲେ ହେଁ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ପଦକ୍ଷେପ ନେଉନାହିଁ। ତେଣୁ ଗାଁ ଲୋକେ ବୈଠକ କରି କାଠପୋଲ ନିର୍ମାଣ କରିବାକୁ ବୈଠକ ଜରିଆରେ ସ୍ଥିର କରିଥିଲେ। କିଏ ଟଙ୍କା ଦେଇଥିଲା ତ କିଏ ଶ୍ରମ ଦେଇଥିଲା। ଫଳରେ କାଠପୋଲ ନିର୍ମାଣ ସମ୍ଭବ ହୋଇପାରିଛି ବୋଲି ଗ୍ରାମବାସୀ କହିଛନ୍ତି।

[caption id="attachment_785382" align="aligncenter" width="650"] ଗ୍ରାମବାସୀମାନେ ବ୍ରିଜ୍ ନିର୍ମାଣ କରୁଛନ୍ତି।[/caption]

ଏଥିରୁ ସ୍ପଷ୍ଟ ହୋଇଛି, ସ୍ଥାନୀୟ ରାଜନୈତିକ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଆନ୍ତରିକତା ଅବହେଳାରୁ ଏହି ଗାଁ ଲୋକେ ଦୁଃଖକଷ୍ଟରେ ରହିଛନ୍ତି। ସେମାନଙ୍କୁ ମୌଳିକ ସୁବିଧା ମିଳୁନି। ସେମାନେ ଜାଣିଛନ୍ତି ମାତ୍ର ୫ ଓ ୬ ମାସ ପରେ ବର୍ଷା ଆସିଯିବ। ଝଞ୍ଜାବତି ନଦୀରେ ବଢ଼ି ଆସିବ। ଏହି କାଠ ପୋଲକୁ ଧୋଇଦେବ। ଏକଥା ଜାଣି ମଧ୍ୟ ସାମୟିକ ଅସ୍ୱସ୍ତି ପାଇଁ ସେମାନେ କାଠପୋଲ କରିଛନ୍ତି।

ଏନେଇ ସେଇ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ କହିଛନ୍ତି, ଲୋକେ ପାଦଚଲା ରାସ୍ତାରେ ଯାତାୟତ କରିବାକୁ ବାଟ ରହିଛି। ଏହି ବାଟକୁ ଏମ୍‌ଜିଏନ୍‌ଆରଜିଏସ୍‌ ଯୋଜନାରେ ଟିକିଏ ଚଉଡ଼ା କରିବାକୁ ପଦକ୍ଷେପ ନିଆଯିବ। ତେବେ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଆବଶ୍ୟକ ପାଣ୍ଠି ବ୍ଲକ ପାଖରେ ନାହିଁ।

Related story