କଙ୍ଗାରୁ କୋର୍ଟର କଟକଣା: ଘର ଆଗରେ ପାଚେରୀ, ପରିବାର ଗୃହବନ୍ଦୀ

ଆଳି(ବନମାଳି ସାହୁ):ଘରୁ ରାସ୍ତାକୁ ଆସିବାକୁ ବାଟ ନାହିଁ। ଘରୁ ବାହାରିଲେ ମଣିଷ ଉଚ୍ଚ ପାଚେରୀ । ଫଳରେ ପାଚେରୀ ଡେଇଁ ବାପ ପୁଅ ଯେଣତେଣ ପ୍ରକାରେ ବାହାରକୁ ଆସୁଥିବା ବେଳେ ଘରର ମହିଳାମାନେ କିନ୍ତୁ ଏକ ପ୍ରକାର ଗୃହ ବନ୍ଦୀ ହୋଇଯାଇଛନ୍ତି। ଘରେ ଥିବା ଗାଈଗୋରୁଙ୍କ ଖାଇବା ପାଇଁ ବି ଛଣ ବିଡ଼ାଏ ନାହିଁ । ପାଣି ବାଲଟିଏ ଆଣିବାକୁ ହେଲେ ପାଚେରି ଡେଇଁବାକୁ ପଡ଼ୁଛି। ଗାଁ ଲୋକଙ୍କ ସହ ହୋଇଥିବା  ଉଚବାଚ ଯୋଗୁ ଏପରି ହିନସ୍ତା […]

boundary

Niharika Rout
  • Published: Wednesday, 05 January 2022
  • , Updated: 05 January 2022, 01:28 PM IST

ଆଳି(ବନମାଳି ସାହୁ):ଘରୁ ରାସ୍ତାକୁ ଆସିବାକୁ ବାଟ ନାହିଁ। ଘରୁ ବାହାରିଲେ ମଣିଷ ଉଚ୍ଚ ପାଚେରୀ । ଫଳରେ ପାଚେରୀ ଡେଇଁ ବାପ ପୁଅ ଯେଣତେଣ ପ୍ରକାରେ ବାହାରକୁ ଆସୁଥିବା ବେଳେ ଘରର ମହିଳାମାନେ କିନ୍ତୁ ଏକ ପ୍ରକାର ଗୃହ ବନ୍ଦୀ ହୋଇଯାଇଛନ୍ତି। ଘରେ ଥିବା ଗାଈଗୋରୁଙ୍କ ଖାଇବା ପାଇଁ ବି ଛଣ ବିଡ଼ାଏ ନାହିଁ । ପାଣି ବାଲଟିଏ ଆଣିବାକୁ ହେଲେ ପାଚେରି ଡେଇଁବାକୁ ପଡ଼ୁଛି। ଗାଁ ଲୋକଙ୍କ ସହ ହୋଇଥିବା  ଉଚବାଚ ଯୋଗୁ ଏପରି ହିନସ୍ତା ହେବା ସହ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ତରିପାଟଣା ଗାଁର ବାବୁଲି ସାହୁଙ୍କ ପରିବାର।

କିଛି ଦିନ ପୂର୍ବେ ବାବୁଲି ସାହୁ ଓ ତାଙ୍କ ପଡ଼ୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ପାଟିତୁଣ୍ଡକୁ କେନ୍ଦ୍ର କରି ଗାଁର କିଛି ଲୋକ ବାବୁଲିଙ୍କ ପରିବାର ଯିବା ଆସିବା କରୁଥିବା ଗାଁ ମନ୍ଦିର ବେଢ଼ା ବାଟକୁ କଂକ୍ରିଟ ପାଚେରୀ ନିର୍ମାଣ କରି ବନ୍ଦ କରିଦେଇଛନ୍ତି। ଫଳରେ ବାବୁଲିଙ୍କ ପରିବାର ଘରୁ ବାହାରିବା ଏକ ପ୍ରକାର ବନ୍ଦ ହୋଇଯାଇଛି। ଏପରିକି ପାଣି ବାଲଟିଏ ପାଇଁ ବି ପାଚେରୀ ଡେଇଁବାକୁ ପଡ଼ୁଛି। ସାଇକେଲ ଧରି ବଜାର ଯିବାକୁ ହେଲେ ସାଇକେଲକୁ ବି ପାଚେରୀ ପାର୍‌ କରିବାକୁ ପଡ଼ୁଛି। ଏନେଇ ବାରମ୍ବାର ଆଳି ତହସିଲଦାର ଓ ପୁଲିସ୍‌ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ବାବୁଲି ଅଭିଯୋଗ କରିଛନ୍ତି।

[caption id="attachment_704232" align="aligncenter" width="650"] କଙ୍ଗାରୁ କୋର୍ଟ ନିଷ୍ପତ୍ତି ଯୋଗୁ ଏକ ଘରକିଆ ହୋଇଥିବା ବାବୁଲିଙ୍କ ପରିବାର।[/caption]

ଏନେଇ ବାବୁଲି ସାହୁ କହିଛନ୍ତି,  ଗାଁ ଲୋକ କଙ୍ଗାରୁ କୋର୍ଟ କରି  ୪ ବର୍ଷ ହେଲାଣି ପାଚେରୀ କରିଛନ୍ତି। କାକୁତି ମିନତି ହେବାରୁ ଚାଲିବା ପାଇଁ କିଛି ବାଟ ରଖିଥିଲେ। କିନ୍ତୁ ମାସେ ହେବ  କଙ୍ଗାରୁ କୋର୍ଟ କରି ବାଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ। ଏନେ ତହସିଲଦାରଙ୍କୁ ଅବଗତ କଲି। ଥାନାରେ ଅଭିଯୋଗ କଲୁ।  ହେଲେ ସେ କିଛି କଥା ଶୁଣିଲେନି। ଏବେ ବାଟ ନାହିଁ। ରାତି ପାହିଲେ ଡେଇଁକି ଯିବାକୁ ପଡ଼ୁଛି।   ମୋତେ ସର୍ବସାଧାରଣ ବାଟ ଦିଆଯାଉ।

ଗାଁ ଲୋକ ଆମକୁ ଏକ ଘରିକିଆ କରି ଦେଇଛନ୍ତି। ସମସ୍ତେ ମିଶିକି ବାଟ ବନ୍ଦ କରିଦେଇଛନ୍ତି। ଗାଇଗୋରୁ ଖାଇବାକୁ କିଛି ନାହିଁ। ଆମେ ଶାଶୁ ବୋହୂ ମାସେ ହେବ ଘରୁ ବାହାରି ପାରୁନୁ ବୋଲି କହିଛନ୍ତି ବାବୁଲିଙ୍କ ପତ୍ନୀ  ମମତା ସାହୁ ।

[caption id="attachment_704233" align="aligncenter" width="650"] ପାଣି ବାଲଟିଏ ପାଇଁ ବି ହିନସ୍ତା ହେବାକୁ ପଡ଼ୁଛି।[/caption]

ଅପରପକ୍ଷେ,  ଏନେଇ ଆଳି ତହସିଲଦାର ତପନ କୁମାର ସେନାପତିଙ୍କୁ ପଚାରିବାରୁ ଏନେଇ ବାବୁଲି ଅଭିଯୋଗ କରିବା ପରେ ଆରଆଇ, ସୁପରଭାଇଜରଙ୍କୁ ପଠାଇଥିଲି। ନିଜେ ବି ଘଟଣାସ୍ଥଳକୁ ଯାଇ ବି ଦେଖିଲି। ଉଭୟ ପକ୍ଷଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଚେଷ୍ଟା ଚଳାଇଛି।

Related story