କାର୍ଯ୍ୟାନୁଷ୍ଠାନ ନେଲାନି ପୁଲିସ୍‌, ଏସ୍‌ପି ଅଫିସ ଘେରିଲେ ଆଦିବାସୀ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଭିଯୋଗ କଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଆଦିବାସୀମାନେ ପ୍ରଥମେ ଥାନା ଘେରାଉ କଲେ। ପରେ ବଲାଙ୍ଗିର ଏସ୍‌ପିଙ୍କ ଅଫିସ୍‌ ଘେରିଛନ୍ତି। ଆଉ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପୁଇଁନ୍ତଲା ଥାନା ଜଡଜଡ ଗାଁର ମାଝି ପରିବାରର ତିନିଜଣ ମହିଳା ଗୁରୁବାର ଗ୍ରାମ ପୋଖରୀରୁ ଗାଧୋଇ ଫେରିଥିଲେ। ଠିକ୍‌ ଏହି ସମୟରେ ବୈଦେହୀ, କୁନ୍ତି ଓ ସୁମିତ ଅମାତ ସେମାନଙ୍କୁ ଗାଲିଗୁଲଜ କରିଥିଲେ। ଏପରିକି ସେମାନଙ୍କୁ ମାଡ଼ ମାରିଥିବା […]

Balangir

Manoranjan Sial
  • Published: Friday, 04 March 2022
  • , Updated: 04 March 2022, 09:59 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଭିଯୋଗ କଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ଆଦିବାସୀମାନେ ପ୍ରଥମେ ଥାନା ଘେରାଉ କଲେ। ପରେ ବଲାଙ୍ଗିର ଏସ୍‌ପିଙ୍କ ଅଫିସ୍‌ ଘେରିଛନ୍ତି। ଆଉ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ପୁଇଁନ୍ତଲା ଥାନା ଜଡଜଡ ଗାଁର ମାଝି ପରିବାରର ତିନିଜଣ ମହିଳା ଗୁରୁବାର ଗ୍ରାମ ପୋଖରୀରୁ ଗାଧୋଇ ଫେରିଥିଲେ। ଠିକ୍‌ ଏହି ସମୟରେ ବୈଦେହୀ, କୁନ୍ତି ଓ ସୁମିତ ଅମାତ ସେମାନଙ୍କୁ ଗାଲିଗୁଲଜ କରିଥିଲେ। ଏପରିକି ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହା ପରେ ଅମାତ୍‌ ପରିବାର ଲୋକେ, ମାଝି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମାଝି ପରିବାରରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଏହି ଆକ୍ରମଣ କଣ ପାଇଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ତେବେ ଅକ୍ରମଣ ନେଇ ମାଝି ପରିବାର ଲୋକେ ପୁଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଯାହାକୁ ନେଇ ମାଝି ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ଗାଁର ଶାତାଧିକ ମହିଳା ପୁଇଁନ୍ତଲା ଥାନା ଘେରାଉ କରିଥିଲେ। ତେବେ ଥାନା ବାବୁଙ୍କ ଦେଖା ମିଳିଥିଲା। ଏହାପରେ ଏସ୍‌ପିଙ୍କ ଅଫିସ ଘେରିଥିଲେ। ଦୀର୍ଘ ସମୟ ଧରି ଏସ୍‌ପିଙ୍କ ଅଫିସ ଘେରିବା ପରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ ଆସି ଅନ୍ଦୋଳନକାରୀଙ୍କୁ ବୁଝସୁଝା କରି ଫେରାଇଥିବା ଜଣାପଡ଼ିଛି।

Related story