ଭିମ୍‌ସାର ଡାକ୍ତରୀ ଛାତ୍ରଙ୍କ ଦାଦାଗିରି: କଙ୍ଗାରୁ କୋର୍ଟରେ ଯୁବକଙ୍କୁ କାନଧରି ଉଠ୍‌ବସ୍ କଲେ, ମୁଣ୍ଡିଆ ମରାଇଲେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ପୁଣି ଭିମ୍‌ସାର ଡାକ୍ତରୀ ଛାତ୍ରଙ୍କ ଉଗ୍ର ଆଚରଣ। ପୋଲିସ ଉପସ୍ଥିତିରେ ଜଣେ ଯୁବକଙ୍କୁ ଗାଳିଗୁଲଜ ସହ କଙ୍ଗାରୁ କୋର୍ଟ ଭଳି ନିର୍ଯାତନା ଦେବା ବେଳର ଭିଡିଓ ଭାଇରାଲ୍ ହୋଇଛି। ଏହାକୁ ନେଇ ବୁର୍ଲାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବ ବୋଲି ଓମ୍ସା କହିଥିବାବେଳେ, ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ତେବେ ଯିଏ ଦୋଷୀ, ଆଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି। ଭିମ୍‌ସାର ଡାକ୍ତରଙ୍କ ଦାଦାଗିରି । […]

5432c

Tapas Behera
  • Published: Monday, 21 October 2019
  • , Updated: 21 October 2019, 08:25 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ପୁଣି ଭିମ୍‌ସାର ଡାକ୍ତରୀ ଛାତ୍ରଙ୍କ ଉଗ୍ର ଆଚରଣ। ପୋଲିସ ଉପସ୍ଥିତିରେ ଜଣେ ଯୁବକଙ୍କୁ ଗାଳିଗୁଲଜ ସହ କଙ୍ଗାରୁ କୋର୍ଟ ଭଳି ନିର୍ଯାତନା ଦେବା ବେଳର ଭିଡିଓ ଭାଇରାଲ୍ ହୋଇଛି। ଏହାକୁ ନେଇ ବୁର୍ଲାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇବ ବୋଲି ଓମ୍ସା କହିଥିବାବେଳେ, ଥାନାରେ ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଛି । ତେବେ ଯିଏ ଦୋଷୀ, ଆଇନ୍ ଅନୁସାରେ ଦଣ୍ଡିତ ହେବେ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି।

ଭିମ୍‌ସାର ଡାକ୍ତରଙ୍କ ଦାଦାଗିରି । କଙ୍ଗାରୁକୋର୍ଟ ଭଳି ଯୁବକକୁ ଗାଳି ଗୁଲଜ କଲେ। କାନ ଧରି ଉଠ୍‌ବସ୍‌ କରାଇଲେ। ଏମିତିକି ଜଣେ ଡାକ୍ତରଙ୍କ ଗୋଡ଼ ଧରି ଭୁଲ୍ ବି ମଗାଇଛନ୍ତି। ଏ ସବୁ ଅମାନବୀୟ କାଣ୍ଡ ଖୋଦ୍ ପୋଲିସ ଉପସ୍ଥିତିରେ ଘଟିଥିଲେ ବି ସେଠି ରକ୍ଷକ ପୋଲିସ ସାଜିଥିଲା ନିରବଦ୍ରଷ୍ଟା। ଭିଡିଓ ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ସୃଷ୍ଟି ହୋଇଛି ହଇଚଇ।

ଅଭିଯୋଗ ଅନୁସାରେ, ପ୍ରଥମେ ମୁକେଶ ବେହେରା ଓ ତାଙ୍କର ଜଣେ ସଂପର୍କୀୟ ଭିମ୍ସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୂଯର୍ୟକାନ୍ତ ପାଟ୍ଟଯୋଶୀଙ୍କୁ ଗାଳିଗୁଲଜ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ପୋଲିସ ମୁକେଶଙ୍କୁ ଧରିଥିଲା। ହେଲେ ପ୍ରତିଶୋଧ ପରାୟର ହୋଇ ଭିମସାର୍ ଡାକ୍ତରମାନେ ମୁକେଶ ପିଟିଥିଲେ। ତେବେ ସ୍ଥିତି ବିଗୁଡୁଥିବା ଦେଖି ମେଡିକାଲ ପରିସରରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲା ପରେ ମୁକେଶଙ୍କୁ କୋର୍ଟଚାଲଣ କରାଯାଇଛି । ତେବେ ଡାକ୍ତରୀ ଛାତ୍ରଙ୍କ ଏଭଳି ଉଗ୍ର ଆଚରଣ ସହ ପୋଲିସର ନିରବଦ୍ରଷ୍ଟାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।  ସେପଟେ ଓମ୍ସା କହିଛି ବୁର୍ଲାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଯିବ।

ସେପଟେ ନିର୍ଯାତନାର ଶିକାର ଯୁବକଙ୍କ ବାପା , ଘଟଣା ପଛର ରହସ୍ୟ ବଖାଣିବା ସହ ଥାନାରେ ପାଲଟା ଏତଲା ଦେଇଛନ୍ତି । କହିଛନ୍ତି, ସେ ବୁର୍ଲାର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ, ଯେଉଁଠି ଡାକ୍ତର ପାଟ୍ଟଯୋଶୀ ତାଙ୍କର ଚିକିତ୍ସା କରୁଥିଲେ। ୨ଦିନ ତଳୁ ସେ ଡିସଚାର୍ଜ ହେବାର ଥିଲା, ହେଲେ ଡାକ୍ତର ଠିକ୍ ସମୟରେ ନ ଆସିବାରୁ ତାଙ୍କ ପୁଅଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଡାକ୍ତର ପାଟ୍ଟଯୋଶୀ ତାଙ୍କ ପୁଅକୁ ମାଡ଼ ମାରିଥିଲେ । ସେହି ଘଟଣାକୁ ଲୁଚାଇବାକୁ ଡାକ୍ତର ପାଟ୍ଟଯୋଶୀ ଡାକ୍ତରୀ ଛାତ୍ରଙ୍କୁ ଲଗାଇ ଏଭଳି କାଣ୍ଡ ଘଟାଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି। ସେପଟେ ପୁରା ଘଟଣାର ତଦନ୍ତ ଚାଲିଛି, ଯିଏ ଦୋଷୀ ପ୍ରମାଣିତ ହେବେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି।

ଭିମସାର ଡାକ୍ତରୀ ଛାତ୍ରଙ୍କ ଉଗ୍ର ଆଚରଣ ନୂଆ ନୁହେଁ। ଅଭିଯୋଗ ଅନେକ ଥିଲେ ବି ସବୁଠୁ ଅଧିକ ଚର୍ଚ୍ଚିତ ଥିଲା ୨୦୧୭ରେ ଜଣେ ରୋଗୀଙ୍କ ସଂପର୍କୀୟଙ୍କୁ ନିସ୍ତୁକ ମାଡ଼ ସହ ସେତେବେଳର ସିସିଟିଭି ଫୁଟେଜ୍ ନଷ୍ଟ କରିବା । ତା’ ସହ ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଘର ଉପରକୁ ରାତି ଅଧରେ ଟେକା ପଥର ମାଡ଼ ସହ ଭଙ୍ଗାରୁଜା ଘଟଣା ବି ସାମ୍ନାକୁ ଆସିଥିଲା।

Related story