ଭିମ୍‌ସାର୍‌: ଆନ୍ଦୋଳନରୁ ଓହରିଲେ ପିଜି ଡାକ୍ତର

ସମ୍ୱଲପୁର: ବୁର୍ଲା ଭିମ୍‌ସାରରେ ୪ ଦିନ ଧରି ଲାଗି ରହିଥିବା ବିବାଦ ସମାଧାନ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଟେଲିଫୋନ୍‌ରେ ଆଲୋଚନା ପରେ ଆଜିଠାରୁ ଆନ୍ଦୋଳନରୁ ଓହରି ଯାଇଛନ୍ତି ପିଜି ଡାକ୍ତର। ସଂଘର ଜେନେରାଲ ବଡି ମିଟିଂରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହେବା ପରେ ପୁଣି ସମସ୍ତେ କାମରେ ଯୋଗ ଦେଇଛନ୍ତି। ତେବେ ନିର୍ଦ୍ଦେଶକଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହୋଇନାହିଁ। ଭିମ୍‌ସାରର ସମସ୍ୟା ଓ ସୁରକ୍ଷା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପିଜି […]

vlcsnap-2017-08-03-19h40m43s377-720x430

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 09:44 PM IST

ସମ୍ୱଲପୁର: ବୁର୍ଲା ଭିମ୍‌ସାରରେ ୪ ଦିନ ଧରି ଲାଗି ରହିଥିବା ବିବାଦ ସମାଧାନ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଟେଲିଫୋନ୍‌ରେ ଆଲୋଚନା ପରେ ଆଜିଠାରୁ ଆନ୍ଦୋଳନରୁ ଓହରି ଯାଇଛନ୍ତି ପିଜି ଡାକ୍ତର। ସଂଘର ଜେନେରାଲ ବଡି ମିଟିଂରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହେବା ପରେ ପୁଣି ସମସ୍ତେ କାମରେ ଯୋଗ ଦେଇଛନ୍ତି। ତେବେ ନିର୍ଦ୍ଦେଶକଙ୍କ ସହ ସେମାନଙ୍କର କୌଣସି ଆଲୋଚନା ହୋଇନାହିଁ। ଭିମ୍‌ସାରର ସମସ୍ୟା ଓ ସୁରକ୍ଷା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପିଜି ଡାକ୍ତର ସଂଘ କହିଛି।

ଭିମ୍‌ସାର୍‌ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀଙ୍କ ଘର ଉପରକୁ ପଥର ମାଡ଼ ଘଟଣା ପରଠାରୁ ବୁର୍ଲା ମେଡିକାଲ ସମେତ ସମଗ୍ର ବୁର୍ଲାରେ ଅଶାନ୍ତିର ପରିବେଶ ଲାଗି ରହିଥିଲା। ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଥିଲେ ପିଜି ଡାକ୍ତର। ଏମିତିକି ସେମାନଙ୍କୁ ଜୁନିୟର ରେସିଡେଣ୍ଟ ଡାକ୍ତରମାନେ ମଧ୍ୟ ସମର୍ଥନ କରିଥିଲେ। ପିଜି ଡାକ୍ତରଙ୍କ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ନିର୍ଦ୍ଦେଶକ।

Related story