ପ୍ରତିଶ୍ରୁତି ଦେଇ ଭୁଲିଗଲେ ବିଜେଡି ବିଧାୟକ, ପ୍ରଚାର ବେଳେ ହଟହଟା

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ଆଗକୁ ନିର୍ବାଚନ ଥିବାରୁ ଏବେ ମନେ ପଡ଼ିଲେ ଭୋଟର। ତେଣୁ ଦୀର୍ଘ ୩ ବର୍ଷ ପାଖାପାଖି ହେବ ନୟାଗଡ଼ ଜିଲ୍ଲାର ଉପାନ୍ତ ଗ୍ରାମପଞ୍ଚାୟତ  କୁଜମେଣ୍ଢିରେ ପାଦ ଦେଇ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଏପରିକି ଗାଁରେ ଶୁଭ ଦେଇ ବି ମନ୍ଦିର, ପୋଲ କରିବାକୁ ଭୁଲି ଯାଇଥିବାରୁ ହଟହଟା ହୋଇଛନ୍ତି ବିଧାୟକ । ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ଉପାନ୍ତ ଗ୍ରାମପଞ୍ଚାୟତ ହେଉଛନ୍ତି କୁଜମେଣ୍ଢି […]

mla

Niharika Rout
  • Published: Monday, 24 January 2022
  • , Updated: 24 January 2022, 04:16 PM IST

ନୟାଗଡ଼( ଆର୍ତ୍ତତ୍ରାଣ ପ୍ରଧାନ): ଆଗକୁ ନିର୍ବାଚନ ଥିବାରୁ ଏବେ ମନେ ପଡ଼ିଲେ ଭୋଟର। ତେଣୁ ଦୀର୍ଘ ୩ ବର୍ଷ ପାଖାପାଖି ହେବ ନୟାଗଡ଼ ଜିଲ୍ଲାର ଉପାନ୍ତ ଗ୍ରାମପଞ୍ଚାୟତ  କୁଜମେଣ୍ଢିରେ ପାଦ ଦେଇ ଜୋରଦାର ବିରୋଧର ସମ୍ମୁଖୀନ ହୋଇଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଏପରିକି ଗାଁରେ ଶୁଭ ଦେଇ ବି ମନ୍ଦିର, ପୋଲ କରିବାକୁ ଭୁଲି ଯାଇଥିବାରୁ ହଟହଟା ହୋଇଛନ୍ତି ବିଧାୟକ ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ଉପାନ୍ତ ଗ୍ରାମପଞ୍ଚାୟତ ହେଉଛନ୍ତି କୁଜମେଣ୍ଢି ପଂଚାୟତ। ଏହି ପଞ୍ଚାୟତ ଅଧୀନ ବାଣୀ, ପ୍ରଧାନପଡା, ସାନମୁଣ୍ଡୁଳା, ଗାଡ଼ିଆପଡା ଗ୍ରାମବାସୀ ଯାତାୟତ, ପାନୀୟ ଜଳ ଆଦି  ସମସ୍ୟା ସହ ବର୍ଷ ସାରା ମୁକାବିଲା କରୁଛନ୍ତି। ଏହି ଚାରି ଗାଁକୁ ଯାତାୟତ ପାଇଁ କୌଣସି ସୁବିଧା ନାହିଁ। ଫଳରେ ବର୍ଷା ଦିନେ ବୃତଙ୍ଗ ନଦୀରେ ପାଣି ଉଛୁଳିଲେ ଯାତାୟତ ବନ୍ଦ ହୋଇଯାଏ। ତେଣୁ ଏହି ନଦୀ ଉପରେ ଏକ  ବ୍ରିଜ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରିବା ପରେ ବି କେହି ଗୁହାରୀ ଶୁଣୁ ନାହାନ୍ତି।

ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଗତ ସାଧାରଣ ନିର୍ବାଚନରେ ଏହି ପଞ୍ଚାୟତର ଭୋଟର ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଥିଲେ। ସେତେବେଳର ବିଧାୟକ ପଦ ପାଇଁ ପ୍ରାର୍ଥୀ ହୋଇଥିବା ରମେଶ ଚନ୍ଦ୍ର ବେହେରା ଭୋଟ ମାଗିବାକୁ ଯାଇ ବ୍ରିଜ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ନିର୍ବାଚନ ପରେ ବିଧାୟକ ନିଜ ପ୍ରତିଶ୍ରୁତିକୁ  ଭୁଲି ଯାଇଥିବା ବେଳେ  ଦୀର୍ଘ ଦିନ ପର୍ଯ୍ୟନ୍ତ କୁଜାମେଣ୍ଢିରେ ପାଦ ପକାଇ  ନ ଥିଲେ।

ଏବେ ପୁଣି ଥରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଯାଇଥିବା ରମେଶଙ୍କୁ ଜୋରଦାର ବିରୋଧ କରିଛନ୍ତି ଅଞ୍ଚଳବାସୀ। ନିଜ ରାଗ ଶୁଝାଇବା ସୁଯୋଗକୁ ହାତ ଛଡ଼ା କରି ନାହାନ୍ତି ଲୋକେ।   ଏପରିକି କିଛି  ସ୍ଥାନୀୟ ଲୋକେ ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଧାୟକଙ୍କ କିଛି ସାମର୍ଥକଙ୍କୁ ଘେରିଯାଇଥିଲେ l ଫଳରେ ବିଧାୟକଙ୍କୁ ହଟହଟା ହୋଇ ଗାଁରୁ ଫେରିବାକୁ ବାଧ୍ୟ ହୋଇଥିଲେ। ତେବେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ବିଧାୟକ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l

ଏନେଇ ଜଣେ ଭୋଟର କହିଛନ୍ତି, ରମେଶ ଚନ୍ଦ୍ର ବେହେରା  ଏପରି ଜଣେ ବିଧାୟକ ଯିଏ କି କାମ କରନ୍ତି ନାହିଁ।  ଭୋଟରଙ୍କୁ କେବଳ ପ୍ରତିଶ୍ରୁତି, ପ୍ରଲୋଭନ ଦେଖାଇଥାନ୍ତି । ପ୍ରାୟ ଅଢେଇ ବର୍ଷ ପୂର୍ବେ ଥରେ ଆସିଥିଲେ। ବହୁତ ଲୋକ ଏଯାଏ ବିଧାୟକ କିଏ ଜାଣି ନାହାନ୍ତି। ହେଲେ ଏବେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କ ପାଖକୁ ଦୌଡ଼ୁଛନ୍ତି।

Related story