ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ଓ ସିଟ୍ ସଂରକ୍ଷଣ: ନଭେମ୍ବର ୨୯ରେ ପୌର, ଜାନୁୟାରୀ ୨୦ରେ ମହାନଗର ନିଗମ ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଆଳ ଦେଖାଇ ପୌର ନିର୍ବାଚନକୁ ଦୀର୍ଘ ୩ବର୍ଷ ଧରି ଗଡ଼ାଇ ଚାଲିଥିବା ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୌର ଓ ଏନଏସି ଭୋଟ ପାଇଁ ନଭେମ୍ବର ୯ ଓ ମହାନଗର ନିଗମ ପାଇଁ […]

election

election

Ordigital Desk
  • Published: Monday, 25 October 2021
  • Updated: 25 October 2021, 06:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ଆଳ ଦେଖାଇ ପୌର ନିର୍ବାଚନକୁ ଦୀର୍ଘ ୩ବର୍ଷ ଧରି ଗଡ଼ାଇ ଚାଲିଥିବା ରାଜ୍ୟ ସରକାର ଶେଷରେ ପୌର ନିର୍ବାଚନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆଜି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୌର ଓ ଏନଏସି ଭୋଟ ପାଇଁ ନଭେମ୍ବର ୯ ଓ ମହାନଗର ନିଗମ ପାଇଁ ନଭେମ୍ବର ୧୫ରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଏନଏସି ଓ ପୌରାଂଚଳ ନିମନ୍ତେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ନଭେମ୍ବର ୨୯ ତାରିଖରେ ଓ ୩ଟି ମହାନଗର ନିଗମର ୱାର୍ଡ ଓ ସିଟ୍ ସଂରକ୍ଷଣ ଚୂଡ଼ାନ୍ତ ବିଜ୍ଞପ୍ତି ଜାନୁୟାରୀ ୨୦ତାରିଖରେ ପ୍ରକାଶ ପାଇବ। ଆଇନଗତ ବିବାଦ ଯୋଗୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି ସମେତ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନଥିବା ଜଣାପଡ଼ିଛି।

ଆଜି ରାଜ୍ୟ ମ୍ୟୁନିସପାଲ ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ରାଜ୍ୟର ୧୦୫ଟି ମ୍ୟୁନିସପାଲଟି ଓ ଏନଏଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏସବୁରେ ୱାର୍ଡ ସୀମା ନିର୍ଦ୍ଧାରଣ ସହ ଅନୁସୂଚିତ ଜାତି,ଜନଜାତି, ଓବିସି ଓ ମହିଳାଙ୍କ ନିମନ୍ତେ ସିଟ୍ ସଂରକ୍ଷଣ ପ୍ରକ୍ରିୟାର ଚିଠା ବିଜ୍ଞପ୍ତି ନଭେମ୍ବର ୯ରେ ପ୍ରକାଶ ପାଇବ । ଜିଲ୍ଲାପାଳମାନେ ଆପତ୍ତି ଅଭିଯୋଗର ଶୁଣାଣି ନଭେମ୍ବର ୧୮ତାରିଖ ସୁଦ୍ଧା ଶେଷ କରିବେ । ନଭେମ୍ବର ୨୯ତାରିଖରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ଜିଲ୍ଲାପାଳମାନେ ଜାରି କରିବେ । ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଉପରେ ଆପତ୍ତି ଥିଲେ ନଭେମ୍ବର ୨୯ରୁ ଡିସେମ୍ବର ୧୩ତାରିଖ ମଧ୍ୟରେ ରାଜ୍ୟ ନଗର ଉନ୍ନୟନ ବିଭାଗରେ କରାଯାଇପାରିବ ।

ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ ପ୍ରକ୍ରିୟା ନଭେମ୍ବର ୧୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୧୯ତାରିଖରେ ଶେଷ ହେବ । ଜାନୁୟାରୀ ୨୦ତାରିଖରେ ୱାର୍ଡସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣ(ଅନୁସୂଚିତ ଜାତି,ଜନଜାତି, ଓବିସି ଓ ମହିଳା) ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୫ ତାରିଖ ସୁଦ୍ଧା ମହାନଗର ନିଗମଗୁଡ଼ିକ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଧାରିତ ଦୁଇଟି ଫର୍ମରେ ଏହି ତଥ୍ୟ ଦାଖଲ କରିବେ । ଡିସେମ୍ବର ୧୦ରେ ଏହି ୱାର୍ଡ ସୀମା ନିର୍ଦ୍ଧାରଣ ଓ ସିଟ୍ ସଂରକ୍ଷଣର ଚିଠା ବିଜ୍ଞପ୍ତି ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ହେବ । ଡିସେମ୍ବର ୧୯ତାରିଖ ସୁଦ୍ଧା ଏହା ଉପରେ ଆପତ୍ତି-ଅଭିଯୋଗ ପରେ ଜାନୁୟାରୀ ୨୦ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ଧାରା ୧୧ ଏବଂ ଓଡ଼ିଶା ମ୍ୟୁନିସପାଲ ରୁଲସ୍‌-୧୯୯୪ ଅନ୍ତର୍ଗତ ସିଟ୍ ସଂରକ୍ଷଣ କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟର ୧୦୧ଟି ମ୍ୟୁନସପାଲଟି ଓ ଏନଏସି ସମେତ ନବଗଠିତ ୪ଟି ଏନଏଏସିର କାର୍ଯ୍ୟକାଳ ଶେଷ ହୋଇସାରିଥିବାରୁ ଏଠାରେ ନିର୍ବାଚନ କରାଯିବ । ସେହିପରି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ନିର୍ବାଚନ ହେବ । ରାଜ୍ୟରେ ମୋଟ ୫ଟି ମହାନଗର ନିଗମ ଥିବାବେଳେ ୪୮ଟି ମ୍ୟୁନିସପାଲଟି ଓ ୬୧ଟି ଏନଏସି ରହିଛି । କୋର୍ଟ ମାମଲାରେ ଯୋଗୁ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ, କେନ୍ଦ୍ରାପଡ଼ା ମ୍ୟୁନସିପାଲଟି ସମେତ ଅନ୍ୟ ୪ଟି ପୌର ଓ ଏନଏସିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos