ପିଏଚ୍‌ଡି ଅଫିସ୍‌ ଆଗରେ ଘର, କିନ୍ତୁ ପାଣି ପାଇଁ ହନ୍ତସନ୍ତ

ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ବଲାଙ୍ଗିରରେ ଏବେ ଖରା ଓ ଜଳ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି। ଗରମ ଗୁଳୁଗୁଳିରେ ତ ଜନଜୀବନ ଅସ୍ତବ୍ୟସ୍ତ ହେଉଛି, ଏ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି ପିଇବା ପାଣି ସମସ୍ୟା। ସହରରେ ଏମିତି କିଛି ପଡ଼ା ଅଛି, ଯେଉଁଠି ଅଛି ଗୋଟିଏ ମାତ୍ର ଟ୍ୟୁବ୍‌ୱେଲ୍। ସେ ଟ୍ୟୁବ୍‌ୱେଲ୍‌ର ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ। କେଉଁଠି ପାଣି ଗନ୍ଧୋଉଛି ତ କେଉଁଠି ପାଣିର ରଙ୍ଗ ଅଲଗା। […]

water

Ordigital Desk
  • Published: Monday, 04 June 2018
  • , Updated: 04 June 2018, 07:46 PM IST

ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର ବଲାଙ୍ଗିରରେ ଏବେ ଖରା ଓ ଜଳ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି। ଗରମ ଗୁଳୁଗୁଳିରେ ତ ଜନଜୀବନ ଅସ୍ତବ୍ୟସ୍ତ ହେଉଛି, ଏ କଷ୍ଟକୁ ଦ୍ୱିଗୁଣିତ କରିଦେଇଛି ପିଇବା ପାଣି ସମସ୍ୟା। ସହରରେ ଏମିତି କିଛି ପଡ଼ା ଅଛି, ଯେଉଁଠି ଅଛି ଗୋଟିଏ ମାତ୍ର ଟ୍ୟୁବ୍‌ୱେଲ୍। ସେ ଟ୍ୟୁବ୍‌ୱେଲ୍‌ର ପାଣି ମଧ୍ୟ ପିଇବା ଯୋଗ୍ୟ ନୁହେଁ। କେଉଁଠି ପାଣି ଗନ୍ଧୋଉଛି ତ କେଉଁଠି ପାଣିର ରଙ୍ଗ ଅଲଗା। ଏପରି ପରିସ୍ଥିତିରେ ଲୋକେ ମୌଳିକ ସୁବିଧାରୁ ବି ବଞ୍ଚିତ ହୋଇ ରହିଛନ୍ତି। ସରକାରୀ ବାବୁମାନଙ୍କୁ ଯେତେ ନେହୁରା ହେଲେବି କିଛି ଲାଭ ମିଳୁନି। ସହରର ପିଏଚ୍‌ଡି ଅଫିସ ପାଖ ଏକ ପଡ଼ାରେ ପହଞ୍ଚି ଲୋକଙ୍କ ସହ ଜଳକଷ୍ଟ ସଂପର୍କରେ କଥା ହୋଇଥିଲେ ବଲାଙ୍ଗିରର ଓଡ଼ିଶା ରିପୋର୍ଟର ପ୍ରତିନିଧି ସସ୍ମିତା ସାହୁ।

Related story