Advertisment

ବାହା ହୋଇନଥିଲୁ, କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବାହା ହୋଇନଥିଲୁ। କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ।” ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହାଜର ହେବା ପରେ ଗଣମାଧ୍ୟମକୁ ଆଜି ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ର। ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ପତ୍ତା ନଥିଲା। ମୃତ୍ୟୁର ସାତ ଦିନ ପର୍ଯ୍ୟନ୍ତ ମୁହଁ ଖୋଲିନଥିଲେ ସନ୍ତୋଷ।  ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରିଥିଲା। […]

ବାହା ହୋଇନଥିଲୁ, କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ

Santosh-and-RasmiRekha

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ବାହା ହୋଇନଥିଲୁ। କିନ୍ତୁ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲୁ।” ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ହାଜର ହେବା ପରେ ଗଣମାଧ୍ୟମକୁ ଆଜି ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ଦ୍ୱିତୀୟ ପ୍ରେମିକ ସନ୍ତୋଷ ପାତ୍ର।

Advertisment

ଟେଲି ଅଭିନେତ୍ରୀ ରଶ୍ମୀରେଖା ଓଝାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ପତ୍ତା ନଥିଲା। ମୃତ୍ୟୁର ସାତ ଦିନ ପର୍ଯ୍ୟନ୍ତ ମୁହଁ ଖୋଲିନଥିଲେ ସନ୍ତୋଷ।  ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରିଥିଲା। ସନ୍ତୋଷଙ୍କୁ ନୟାପଲ୍ଲୀ ଥାନାରେ ହାଜର ପାଇଁ ହୋଇଥିଲା ନୋଟିସ୍‌। ଆଜି ଥାନାରେ ହାଜର ହୋଇଥିଲେ ସନ୍ତୋଷ ପାତ୍ର। ACPଙ୍କ ନେତୃତ୍ୱରେ ଟିମ୍‌ ସନ୍ତୋଷ ପାତ୍ରଙ୍କୁ ପଚରାଉଚରା କରିଥିଲେ। ତାଙ୍କୁ ଦୀର୍ଘ ସମୟ ଧରି ଜେରା କରାଯାଇଥିଲା।

ଜେରାର ସମ୍ମୁଖୀନ ହେବା ପରେ ସନ୍ତୋଷ ଗଣମାଧ୍ୟମକୁ କହିଛନ୍ତି, ୧୭ ତାରିଖ ରାତିରେ ରଶ୍ମୀରେଖାଙ୍କ ସହ କଥା ହୋଇଥିଲି। ଆଉ ୧୮ ତାରିଖ ସାନ୍ଧ୍ୟାରେ ରଶ୍ମୀରେଖାଙ୍କ ମୃତ୍ୟୁ ଖବର ପାଇଥିଲି। ଆମେ ଦୁହେଁ ମନ୍ଦିରରେ ବିବାହ କରି ସ୍ୱାମୀସ୍ତ୍ରୀ ଭଳି ଚଳୁଥିଲୁ। ଏହି ମାସ ଶେଷ ଆଡକୁ କୋର୍ଟରେ ମ୍ୟାରେଜ କରିବାର ପ୍ଲାନ ଥିଲା। ହେଲେ କ’ଣ ପାଇଁ ରଶ୍ମୀରେଖା ଆତ୍ମହତ୍ୟା କଲେ, ସେନେଇ କହିପାରିବେନି ବୋଲି ସନ୍ତୋଷ କହିଛନ୍ତି।

Advertisment

ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ଯଦି ଉଭୟ ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ, ତା’ହେଲେ ରଶ୍ମୀରେଖାଙ୍କ ମୃତ୍ୟୁ ୭ ଦିନ ପରେ ମଧ୍ୟ କାହିଁକି ସନ୍ତୋଷଙ୍କର ଦେଖା ନଥିଲା? ପତ୍ନୀ ମୃତ୍ୟୁ କଥା ଶୁଣି ସଙ୍ଗେ ସଙ୍ଗେ ଆସିବାର ନଥିଲା କି? ପୁଲିସର ନୋଟିସ ପରେ କାହିଁକି ସନ୍ତୋଷ ଆସି ହାଜର ହେଲେ?

ସନ୍ତୋଷଙ୍କ ପୂର୍ବରୁ ଗୁରୁବାର ରଶ୍ମୀରେଖାଙ୍କ ପୂର୍ବତନ ପ୍ରେମିକ ରାଜାଙ୍କୁ ପୁଲିସ ପଚରାଉଚରା କରିଥିଲା। ପରେ ରାଜା କହିଥିଲେ, ତଦନ୍ତରେ ପୁଲିସକୁ ସମସ୍ତ ସହାୟତା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe