ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଏହା ସତ୍ତ୍ୱେ ଜଣେ ବଙ୍ଗୀୟ ଭକ୍ତ ଚପଲ ପିନ୍ଧି ସିଂହଦ୍ୱାର ଦେଇ ଆଜି ଶ୍ରୀମନ୍ଦିର ଭିତରେ ପଶିଛନ୍ତି। ଭକ୍ତ ଜଣକ ଚପଲ ପିନ୍ଧି ରୋଷ ଘର ନିକଟରୁ ବୁଲୁଥିବା ବେଳେ ରୋଷ ପାଇକ ତାଙ୍କୁ ବାହାରକୁ ନେଇ ଆସିଥିଲେ।
କୋଭିଡ୍ କଟକଣା ହଟିବା ପରେ ଆଜି ପ୍ରଥମ ଥର ପାଇଁ ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲିଥିଲା ଶ୍ରୀମନ୍ଦିର। ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ଜଣେ ପଶ୍ଚିମବଙ୍ଗ ରାଜ୍ୟର ଜଣେ ବ୍ୟକ୍ତି ଚପଲ୍ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଅଭିଯୋଗ ହୋଇଛି।
ଚପଲ ପିନ୍ଧି ଶ୍ରୀମନ୍ଦିର ଭିତରେ ପଶିଥିବା ଭକ୍ତଙ୍କ ନାଁ ହେଉଛନ୍ତି ନିତ୍ୟାନନ୍ଦ। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସେ ଶ୍ରୀକ୍ଷେତ୍ର ଆସିଥିଲେ। ଆଜି ସେ ଚପଲ ପିନ୍ଧି ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟରେ ବୁଲୁଥିଲେ। ଏହା ଦେଖି ରୋଷ ପାଇକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ଆଣିଥିଲେ।
ନିତ୍ୟାନନ୍ଦ କହିଛନ୍ତି, ମୁଁ ଜାଣତରେ ଚପଲ ଧରି ଯାଇନି। ମୋର ମୁଣ୍ଡ ଠିକ୍ ନାହିଁ। ଆଉ ଜୀବନରେ ଏପରି ଭୁଲ୍ କରିବି ନାହିଁ। ସେଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି। ଗଲା ବେଳେ ମୋତେ କେହି ଦେଖି ନାହାନ୍ତି। ଆସନ୍ତାକାଲି ମୁଁ ହୋଟେଲ୍ରେ ଚପଲ ରଖି ଶ୍ରୀମନ୍ଦିର ଭିତରକୁ ଯିବି ବୋଲି ନିତ୍ୟାନନ୍ଦ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।