ଶ୍ରୀମନ୍ଦିର ଚାରିପାଖରେ ଚାଲିଥିବା ଖନନ କାର୍ଯ୍ୟ ପାଇଁ ଅନୁମତି ଦେଲା କିଏ?

ପୁରୀ(ଓଡ଼ିଶା ରିପୋର୍ଟର):  ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ଅନୁମତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି ତ? ଯଦି ଏଥିପାଇଁ ଅନୁମତି ଥିଲା, ତାହାହେଲେ ତାକୁ ସାର୍ବଜନୀନ କାହିଁକି କରାଯାଉନି? ବିଭିନ୍ନ ମହଲରୁ ଏପରି ଅନେକ ପ୍ରଶ୍ନ ଉଙ୍କି ମାରିବା ପରେ ଆଗକୁ ଆସିଥିଲେ ପୁରୀ ଜିଲ୍ଲାପାଳ। ଦୁଇଦିନ ତଳେ ପୁରୀ ଜିଲ୍ଲାପାଳ ଗୋଟିଏ ଛୋଟିଆ କଟ୍‌ପିସ୍‌(କାଗଜ ଖଣ୍ଡ) ଗଣମାଧ୍ୟମକୁ ପ୍ରଦାନ କରି ଏନ୍‌ଏମ୍‌ଏ ଓ ଏଏସ୍‌ଆଇରୁ ଅନୁମତି ମିଳିଛି ବୋଲି କହିଥିଲେ। ଏଥିସହ ଭକ୍ତ ଓ ସେବାୟତଙ୍କ […]

puri

Manoranjan Sial
  • Published: Wednesday, 09 March 2022
  • , Updated: 09 March 2022, 09:44 PM IST

ପୁରୀ(ଓଡ଼ିଶା ରିପୋର୍ଟର):  ଏଏସ୍‌ଆଇ ଓ ଏନ୍‌ଏମ୍‌ଏର ଅନୁମତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଛି ତ? ଯଦି ଏଥିପାଇଁ ଅନୁମତି ଥିଲା, ତାହାହେଲେ ତାକୁ ସାର୍ବଜନୀନ କାହିଁକି କରାଯାଉନି? ବିଭିନ୍ନ ମହଲରୁ ଏପରି ଅନେକ ପ୍ରଶ୍ନ ଉଙ୍କି ମାରିବା ପରେ ଆଗକୁ ଆସିଥିଲେ ପୁରୀ ଜିଲ୍ଲାପାଳ।

ଦୁଇଦିନ ତଳେ ପୁରୀ ଜିଲ୍ଲାପାଳ ଗୋଟିଏ ଛୋଟିଆ କଟ୍‌ପିସ୍‌(କାଗଜ ଖଣ୍ଡ) ଗଣମାଧ୍ୟମକୁ ପ୍ରଦାନ କରି ଏନ୍‌ଏମ୍‌ଏ ଓ ଏଏସ୍‌ଆଇରୁ ଅନୁମତି ମିଳିଛି ବୋଲି କହିଥିଲେ। ଏଥିସହ ଭକ୍ତ ଓ ସେବାୟତଙ୍କ ସୁବିଧା ପାଇଁ ଟଏଲଟ୍‌, ବ୍ୟାରିକେଡ୍‌, ଇଲେକ୍ଟ୍ରି ୟୁନିଟ, ଭକ୍ତଙ୍କ ବସିବା ସ୍ଥାନ ଆଦି ନିର୍ମାଣ କରାଯାଉଛି ବୋଲି ଜିଲ୍ଲାପାଳ କହିଥିଲେ। ଏହା ପରେ ଏବେ ନୂଆ ବିବାଦ ମୁଣ୍ଡ ଟେକିଛି। ନିର୍ମାଣ କାର୍ଯ୍ୟ ପାଇଁ ଏଏସ୍‌ଆଇ ଅନୁମତି ଦେଇନଥିବା ବେଳେ ଜିଲ୍ଲାପାଳ ଦେଖାଇଥିବା କଟ୍‌ପିସ୍‌ରେ କାହାର ପରମିସନ୍‌ ରହିଛି? ଏବେ ଏହାକୁ ନେଇ ସାଧାରଣରେ ସନ୍ଦେହ ହେଉଛି।

ସେପଟେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ବାଇଟ ଅରୁଣ ମଲ୍ଲିକ କହିଛନ୍ତି, ୧୦୦ ମିଟର ଅଞ୍ଚଳ ନିଶିଦ୍ଧାଞ୍ଚଳ। ସେଠାରେ କୌଣସି ନୂତନ ନିର୍ମାଣ ହୋଇପାରିବ ନାହିଁ। କେବଳ ପୁରୁଣା କାର୍ଯ୍ୟର ମରାମତି କରାଯାଇପାରିବ। ୧୦୦ ମିଟରରୁ ୨୦୦ ମିଟର ଭିତରେ ନୂତନ ନିର୍ମାଣ କାର୍ଯ୍ୟ କରାଯାଇପାରିବ, କିନ୍ତୁ ଅନୁମତି ନେବାକୁ ପଡ଼ିବ। କେବଳ ଟଏଲେଟ୍‌ ଆଦି କରାଯାଇପାରିବ। ତେବେ, ଶ୍ରୀମନ୍ଦିରରୁ ୧୦୦ ମିଟର ଭିତରେ ଏବେ ଯେଉଁ ଖନନ ଚାଲିଛି ସେଥିରେ ଟଏଲେଟ୍‌, ପ୍ୟାରିକେଡନ୍‌, ଇଲେକ୍ଟ୍ରିକ୍‌ ୟୁନିଟ୍‌ ପରି ଛୋଟ ଛୋଟ ନିର୍ମାଣ ହେବ କି ତା’ଠାରୁ ବଡ଼ କୌଣସି ନିର୍ମାଣ ହେବ ତାହା ସନ୍ଦେହଜନକ। ଏତେ ବଡ଼ ବଡ଼ ଖୋଳା ସମ୍ପର୍କରେ ଏଏସ୍‌ଆଇ ଡିଜି ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

Related story