/odisha-reporter/media/post_attachments/uploads/2020/03/gujrat-congress.jpg)
congress
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ଜୋରଦାର ପ୍ରସ୍ତୁତି । ତିର୍ତ୍ତୋଲ ପାଇଁ କଂଗ୍ରେସର ୬ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ବାଲେଶ୍ୱର ସଦର ପାଇଁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଦଳର ପ୍ରଥମ ପସନ୍ଦ ବୋଲି ଜଣାପଡିଛି । ଦଳ ଦୁଇଟି ର୍ନିବାଚନମଣ୍ଡଳୀରେ ପ୍ରଚାର କାଯର୍ୟ ଆରମ୍ଭ କରିଛି । କଂଗ୍ରେସ ଉଭୟ ଆସନ ଜିତି ଦଳର ବିଧାୟକ ସଂଖ୍ୟା ୯ ରୁ ୧୧କୁ ବୃଦ୍ଧି କରିବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।
ସେପଟେ ବିଜେପିର ପ୍ରାର୍ଥୀ ଚୟନ ଚୂଡାନ୍ତ ପ ର୍ଯ୍ୟାୟରେ ପହଂଚିଥିବା ବେଳେ ତାଲିକା ଖୁବ୍ଶୀଘ୍ର ସଂସଦୀୟ ବୋର୍ଡକୁ ପଠାଯିବ । ଦୁଇଟି ଯାକ ଆସନକୁ ହାତେଇବା ପାଇଁ ଦଳ ସ୍ୱତନ୍ତ୍ର ଯୋଜନା କରୁଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ସେପଟେ ଶାସକ ଦଳ ବିଜେଡି ୫ ଜଣ ନେତାଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦେଇଛି । ଦେବାଶିଷ ସାମନ୍ତରାୟ, ରଘୁନନ୍ଦନ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ଓ ପ୍ରଶାନ୍ତ ମୁଦୁଲି ଏହି ଟିମରେ ରହିଛନ୍ତି । ଏ ଦୁଇଟି ଯାକ ଆ ସନ ତାଙ୍କ ଦଳକୁ ଯିବ ବୋଲି ବୋଲି ଦୃଢ଼ୋକ୍ତି କରିଛନ୍ତି ବିଜେଡି ନେତା ।
ଅଧିକ ପଢନ୍ତୁ: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ,ଚାନ୍ସ ପାଇଲେନି ନିରଞ୍ଜନଙ୍କ ପୁଅ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
