ବାଲେଶ୍ୱର ସଦର ପାଇଁ କଂଗ୍ରେସରୁ କିଏ ହେବେ ଚୂଡ଼ାନ୍ତ ପ୍ରାର୍ଥୀ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ଜୋରଦାର ପ୍ରସ୍ତୁତି । ତିର୍ତ୍ତୋଲ ପାଇଁ କଂଗ୍ରେସର ୬ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ବାଲେଶ୍ୱର ସଦର ପାଇଁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଦଳର ପ୍ରଥମ ପସନ୍ଦ ବୋଲି ଜଣାପଡିଛି । ଦଳ ଦୁଇଟି ର୍ନିବାଚନମଣ୍ଡଳୀରେ ପ୍ରଚାର କାଯର‌୍ୟ ଆରମ୍ଭ କରିଛି । କଂଗ୍ରେସ ଉଭୟ ଆସନ ଜିତି ଦଳର ବିଧାୟକ ସଂଖ୍ୟା ୯ ରୁ ୧୧କୁ ବୃଦ୍ଧି କରିବ ବୋଲି […]

congress

Tapas Behera
  • Published: Sunday, 13 September 2020
  • , Updated: 14 October 2020, 01:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ଜୋରଦାର ପ୍ରସ୍ତୁତି । ତିର୍ତ୍ତୋଲ ପାଇଁ କଂଗ୍ରେସର ୬ଜଣ ଆଶାୟୀ ପ୍ରାର୍ଥୀ ଥିବାବେଳେ ବାଲେଶ୍ୱର ସଦର ପାଇଁ ପିସିସି ସଭାପତିଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ଦଳର ପ୍ରଥମ ପସନ୍ଦ ବୋଲି ଜଣାପଡିଛି । ଦଳ ଦୁଇଟି ର୍ନିବାଚନମଣ୍ଡଳୀରେ ପ୍ରଚାର କାଯର‌୍ୟ ଆରମ୍ଭ କରିଛି । କଂଗ୍ରେସ ଉଭୟ ଆସନ ଜିତି ଦଳର ବିଧାୟକ ସଂଖ୍ୟା ୯ ରୁ ୧୧କୁ ବୃଦ୍ଧି କରିବ ବୋଲି କହିଛନ୍ତି ବରିଷ୍ଠ ବିଧାୟକ ସୁର ରାଉତରାୟ ।

ସେପଟେ ବିଜେପିର ପ୍ରାର୍ଥୀ ଚୟନ ଚୂଡାନ୍ତ ପ ର୍ଯ୍ୟାୟରେ ପହଂଚିଥିବା ବେଳେ ତାଲିକା ଖୁବ୍‌ଶୀଘ୍ର ସଂସଦୀୟ ବୋର୍ଡକୁ ପଠାଯିବ । ଦୁଇଟି ଯାକ ଆସନକୁ ହାତେଇବା ପାଇଁ ଦଳ ସ୍ୱତନ୍ତ୍ର ଯୋଜନା କରୁଥିବା ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ସେପଟେ ଶାସକ ଦଳ ବିଜେଡି ୫ ଜଣ ନେତାଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦେଇଛି । ଦେବାଶିଷ ସାମନ୍ତରାୟ, ରଘୁନନ୍ଦନ ଦାସ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ଓ ପ୍ରଶାନ୍ତ ମୁଦୁଲି ଏହି ଟିମରେ ରହିଛନ୍ତି । ଏ ଦୁଇଟି ଯାକ ଆ ସନ ତାଙ୍କ ଦଳକୁ ଯିବ ବୋଲି ବୋଲି ଦୃଢ଼ୋକ୍ତି କରିଛନ୍ତି ବିଜେଡି ନେତା ।

ଅଧିକ ପଢନ୍ତୁ: ବାଲେଶ୍ୱର ଓ ତିର୍ତ୍ତୋଲ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା ,ଚାନ୍ସ ପାଇଲେନି ନିରଞ୍ଜନଙ୍କ ପୁଅ

Related story