କିଏ ହେବେ ବିରୋଧୀ ଦଳ ନେତା ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ଚୟନ ପାଇଁ ଆଜି ଅପରାହ୍ନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି କେନ୍ଦ୍ରୀୟ ସାଧାରଣ ସଂପାଦକ ସରୋଜ ପାଣ୍ଡେ ଯୋଗଦେବେ।  ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ନାଁରେ ସହମତି ପ୍ରକାଶ ପାଇବ। ରେସ୍‌ରେ ଆଗରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ବୈଠକରେ ମୁଖ୍ୟ ସଚେତକ […]

570

Tapas Behera
  • Published: Sunday, 23 June 2019
  • , Updated: 23 June 2019, 05:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିରୋଧୀ ଦଳ ନେତା ଚୟନ ପାଇଁ ଆଜି ଅପରାହ୍ନରେ ବସୁଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଜେପି କେନ୍ଦ୍ରୀୟ ସାଧାରଣ ସଂପାଦକ ସରୋଜ ପାଣ୍ଡେ ଯୋଗଦେବେ।  ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କ ନାଁରେ ସହମତି ପ୍ରକାଶ ପାଇବ।

ରେସ୍‌ରେ ଆଗରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ । ବୈଠକରେ ମୁଖ୍ୟ ସଚେତକ ଓ ଉପମୁଖ୍ୟସଚେତକ ମଧ୍ୟ ଚୟନ ହେବ। ତା’ପୂର୍ବରୁ ସଦସ୍ୟ ସଂଗ୍ରହ ଅଭିଯାନ ନେଇ ଦଳର ଏକ ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ୩୬ଟି ସାଂଗଠନିକ ଜିଲ୍ଲାର ପ୍ରଭାରୀ ଓ ସଭାପତି।

ଏବେ ଦଳର ସଭ୍ୟ ସଂଖ୍ୟା ୩୬ ଲକ୍ଷ ଥିବା ବେଳେ ଆସନ୍ତା ୩ ମାସ ମଧ୍ୟରେ ଏହାକୁ ୪୫ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଜୁଲାଇ ୬ ରୁ ସଦସ୍ୟ ସଂଗ୍ରହ ଅଭିଯାନ ହେବ। ଏହି ସମୟରେ ଜିଲ୍ଲା ସ୍ତରୀୟ ସଂଗଠନର ମଧ୍ୟ ପୁନର୍ବିନ୍ୟାସ ହୋଇପାରେ। ସେହି କ୍ରମରେ ରାଜ୍ୟ ସଭାପତି ମଧ୍ୟ ଚୟନ ହେବାର ସମ୍ଭାବନା ଅଛି।

Related story