କିଏ ହେବ ଜଗନ୍ନାଥଙ୍କୁ ସାହା ?

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : କାଲି ଯିଏ ଦୁଇ ପ୍ରାଣୀ କୁଟୁମ୍ବଙ୍କ ସାହା ଭରସା ଥିଲେ ଆଜି ସିଏ ପରିବାର ଉପରେ ପାଲଟି ଯାଇଛନ୍ତି ବୋଝ। ଜୀବନକୁ ଭଲକରି ଜିଇଁବା ଶିଖାଉଥିବା ମଣିଷଟି ଆଜି ଅନ୍ୟର ସାହାରାରେ ବିତାଉଛନ୍ତି ଯନ୍ତ୍ରଣା ଜର୍ଜରିତ ଜୀବନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚମ୍ପାପେଡି ପଞ୍ଚାୟତ ବାରଙ୍ଗ ଗାଡ଼ିଆ ଗାଁରେ ରୁହନ୍ତି ଜଗନ୍ନାଥ ବରାଡ଼। ବୟସ  ୨୯ ବର୍ଷ। ହେଲେ ଦୀର୍ଘ ଦେଢ଼ ବର୍ଷ ହେବ ସେ ପଡ଼ି ରହିଛନ୍ତି ବିଛଣାରେ। ଉଠିବାକୁ […]

790

Tapas Behera
  • Published: Wednesday, 12 August 2020
  • , Updated: 12 August 2020, 05:21 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : କାଲି ଯିଏ ଦୁଇ ପ୍ରାଣୀ କୁଟୁମ୍ବଙ୍କ ସାହା ଭରସା ଥିଲେ ଆଜି ସିଏ ପରିବାର ଉପରେ ପାଲଟି ଯାଇଛନ୍ତି ବୋଝ। ଜୀବନକୁ ଭଲକରି ଜିଇଁବା ଶିଖାଉଥିବା ମଣିଷଟି ଆଜି ଅନ୍ୟର ସାହାରାରେ ବିତାଉଛନ୍ତି ଯନ୍ତ୍ରଣା ଜର୍ଜରିତ ଜୀବନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଚମ୍ପାପେଡି ପଞ୍ଚାୟତ ବାରଙ୍ଗ ଗାଡ଼ିଆ ଗାଁରେ ରୁହନ୍ତି ଜଗନ୍ନାଥ ବରାଡ଼। ବୟସ  ୨୯ ବର୍ଷ। ହେଲେ ଦୀର୍ଘ ଦେଢ଼ ବର୍ଷ ହେବ ସେ ପଡ଼ି ରହିଛନ୍ତି ବିଛଣାରେ। ଉଠିବାକୁ ତାଙ୍କର ବଳ ପାଉନି। ପ୍ରତି କ୍ଷଣରେ ସହାୟତା ଦରକାର କରୁଛନ୍ତି। ହେଲେ ସହାୟତା କରିବ କିଏ ?

ଘରେ କେବଳ ମଧୁମେହରେ ପୀଡ଼ିତ ୬୨ ବର୍ଷୀୟା ବୁଢ଼ୀ ମା ଏବଂ ବିବାହ ଯୋଗ୍ୟା ସାନ ଭଉଣୀ ଛଡ଼ା ଆଉ କେହି ନାହାନ୍ତି। ଦୀର୍ଘ ଦେଢ଼ ବର୍ଷ ହେବ ବୃଦ୍ଧା ମା ଦମୟନ୍ତି ପୁଅର ସେବା କରି ଆସୁଛନ୍ତି। ଗାଧୋଇ ଦେବା ଠାରୁ ଆରମ୍ଭ କରି ଖୁଆଇ ଦେବା ପର୍ଯ୍ୟନ୍ତ ସବୁ ଏଇ ବୁଢ଼ୀ ମା କରୁଛନ୍ତି। କାରଣ ଦୀର୍ଘ ଦେଢ଼ ବର୍ଷ ହେବ D-1,D-3 ଭଳି ସ୍ନାୟବିକ ରୋଗରେ ପୀଡିତ ଅଛନ୍ତି ଜଗନ୍ନାଥ। ଫଳରେ ତାଙ୍କ ମାଂସପେଶୀ ଏବଂ ମେରୁଦଣ୍ଡ ଅଚଳ ହୋଇ ଯାଇଛି। ଚାଲିବା ତ ଦୂରର କଥା କଲମ ଧରି ଲେଖିବାକୁ ତାଙ୍କର ବଳ ପାଉନି।

ଉଚ୍ଚ ଶିକ୍ଷିତ ଜଗନ୍ନାଥ ସଂସ୍କୃତରେ ଏମ୍ ଫିଲ କରିଛନ୍ତି। ଖୋର୍ଦ୍ଧାର ବେସରକାରୀ  ସତ୍ୟବାଦୀ ସଂସ୍କୃତ ମହାବିଦ୍ୟାଳୟରେ ସେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ରୋଗରେ ପୀଡ଼ିତ ହେବା ଦିନ ଠାରୁ ବିଛଣାରେ ପଡ଼ି ରହିଛନ୍ତି। ଗତବର୍ଷ ଫେବୃଆରୀ ମାସରେ ଜଗନ୍ନାଥଙ୍କ ବାପା ଝରିଆ ବରାଡ଼ କିଡନୀ ରୋଗରେ ମୃତ୍ୟୁବରଣ କରିଥିଲେ।

ବାପାଙ୍କ ପରେ ଜଗନ୍ନାଥ ଘର ଚାଳଉଥିଲେ । କେବଳ ଚାଳ ଘର ଖଣ୍ଡିକ ଛଡ଼ା ଜଗନ୍ନାଥଙ୍କର ସେମିତି କିଛି ସମ୍ବଳ ନାହିଁ କି ଜମିବାଡ଼ି ମଧ୍ୟ ନାହିଁ ମା ପାଉଥିବା ବିଧବା ଭତ୍ତା ୫ ଶହ ଟଙ୍କା ଏବଂ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ୩୫ କିଲୋ ଚାଉଳରେ ଏହି ପରିବାର ଚଳୁଛି। ସବୁଦିନ ଦୁଇ ଓଳା ଖାଇବାକୁ ଏହା ନିଅଣ୍ଟ ପଡ଼ୁଥିବାବେଳେ ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କା ସେ କେଉଁଠୁ ଆଣିବେ। ଜଗନ୍ନାଥ ଭଲ ଥିବା ବେଳେ ବେସରକାରୀ କଲେଜରୁ ମିଳୁଥିବା ସ୍ୱଳ୍ପ ପାରିଶ୍ରମିକ ଏବଂ ପ୍ରବଚନରୁ ମିଳୁଥିବା ଅର୍ଥରେ ପରିବାର ଚଳିଯାଉଥିଲା। ଭଉଣୀକୁ ଭଲ ଯାଗାରେ ବାହାଘର କରାଇବାକୁ ସ୍ୱପ୍ନ ଦେଖୁଥିବା ଜଗନ୍ନାଥଙ୍କ ସବୁ ଆଶା ଏବେ ଚୁର୍ ମାର ହୋଇଯାଇଛି। ଅସହାୟ ପରିବାର ଏବେ ଜଗନ୍ନାଥଙ୍କ ଚିକିତ୍ସା ପାଇଁ ଅନ୍ୟର ସାହାଯ୍ୟକୁ ଅନାଇ ବସିଛନ୍ତି।

Related story