ମିଛ କହିଥିଲେ କି ବୋଥ୍ରା? ସାମ୍ନାକୁ ଆସିଲା ସାର୍ଟିଫିକେଟ୍‌

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ସେଠୀ ନାବାଳକ ନା ସାବାଳକ? ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ, ସରୋଜ ସାବାଳକ। କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛନ୍ତି ସରୋଜଙ୍କ ପରିବାର ଓ ତାଙ୍କ ଓକିଲ। ନୟାଗଡ଼ ଏନଏସିରୁ ମିଳିଥିବା ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ୍‌ ସାର୍ଟିଫିକେଟରେ ସରୋଜର ଜନ୍ମ ତାରିଖ ୨୦୦୩ ମସିହା ଫେବୃଆରୀ ୬ […]

saroj-sethi

Manoranjan Sial
  • Published: Monday, 28 December 2020
  • , Updated: 29 December 2020, 11:45 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ କୁନି ଝିଅ ‘ପରୀ’ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ସେଠୀ ନାବାଳକ ନା ସାବାଳକ? ଏହାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ, ସରୋଜ ସାବାଳକ। କିନ୍ତୁ ଏହି ଦାବିକୁ ଖଣ୍ଡନ କରିଛନ୍ତି ସରୋଜଙ୍କ ପରିବାର ଓ ତାଙ୍କ ଓକିଲ।

ନୟାଗଡ଼ ଏନଏସିରୁ ମିଳିଥିବା ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ୍‌ ସାର୍ଟିଫିକେଟରେ ସରୋଜର ଜନ୍ମ ତାରିଖ ୨୦୦୩ ମସିହା ଫେବୃଆରୀ ୬ ତାରିଖ ରହିଛି। ଅର୍ଥାତ ଘଟଣା ଘଟିଥିବା ଦିନ ଜୁଲାଇ ୧୪ ତାରିଖକୁ ସରୋଜର ବୟସ ୧୭ ବର୍ଷ ୫ ମାସ ୮ ଦିନ ହେଉଛି। ଏହାର ଅର୍ଥ ସରୋଜଙ୍କୁ ୧୮ ବର୍ଷ ହୋଇନାହିଁ। ତେଣୁ ସରୋଜ ଜଣେ ନାବାଳକ ହୋଇଥିଲେ ମଧ୍ୟ ଏସ୍‌ଆଇଟି ତାକୁ ସାବାଳକ ଦର୍ଶାଇବା, ତଦନ୍ତ ବେଳେ ସାବାଳକ ଭଳି ବ୍ୟବହାର କରିବା ଓ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡ ପରିବର୍ତ୍ତେ ନୟାଗଡ଼ ପୋକ୍ସୋ କୋର୍ଟରେ ହାଜର କରିବାକୁ ନେଇ ଆପତ୍ତି ଉଠାଇବା ସହ ଏନେଇ କୋର୍ଟଙ୍କୁ ଅବଗତ କରାଯିବ ବୋଲି ସରୋଜଙ୍କ ଓକିଲ କହିଛନ୍ତି।

ତେବେ ଏନେଇ ଏସ୍‌ଆଇଟିର ପ୍ରତିକ୍ରିୟା ମିଳିପାରିନାହିଁ।

 

ଅଧିକ ପଢନ୍ତୁ: କୋଟିଏ କର୍ମୀଙ୍କୁ ବିଜେଡିର ପ୍ରତାରଣା : ପ୍ରତିଷ୍ଠା ଦିବସ ପାଳିଲାନି, ‘ଯୋଡ଼ାବର୍ଷ’ହେଲା ଅଡ଼ୁଆ

 

Related story