ଓଡ଼ିଆ କାହିଁକି ଆୟୁଷ୍ମାନ ଭାରତର ଫାଇଦା ପାଉନାହାନ୍ତି? ଏଥିପାଇଁ ଦାୟୀ କିଏ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଲୋକମାନେ କାହିଁକି ଆୟୁଷ୍ମାନ ଭାରତର ଫାଇଦା ପାଇପାରୁ ନାହାନ୍ତି? ଏଥିପାଇଁ ଦାୟୀ କିଏ? କୋଭିଡ୍‌ ଭଳି ମହାମାରୀ ସମୟରେ ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ମିଳୁନଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ତେଣେ ମାମଲା ପହଞ୍ଚିଛି ସର୍ବୋଚ୍ଚ ନ୍ୟାୟାଳୟରେ। କେନ୍ଦ୍ରର ଏହି ଯୋଜନା କାହିଁକି ଲାଗୁ ହୋଇନି ସେ ନେଇ ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ayushman-bharat

Manoranjan Sial
  • Published: Saturday, 12 September 2020
  • , Updated: 12 September 2020, 08:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଲୋକମାନେ କାହିଁକି ଆୟୁଷ୍ମାନ ଭାରତର ଫାଇଦା ପାଇପାରୁ ନାହାନ୍ତି? ଏଥିପାଇଁ ଦାୟୀ କିଏ? କୋଭିଡ୍‌ ଭଳି ମହାମାରୀ ସମୟରେ ଆୟୁଷ୍ମାନ ଭାରତ ଯୋଜନାର ଫାଇଦା ମିଳୁନଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ତେଣେ ମାମଲା ପହଞ୍ଚିଛି ସର୍ବୋଚ୍ଚ ନ୍ୟାୟାଳୟରେ। କେନ୍ଦ୍ରର ଏହି ଯୋଜନା କାହିଁକି ଲାଗୁ ହୋଇନି ସେ ନେଇ ଓଡ଼ିଶା, ତେଲେଙ୍ଗାନା, ଦିଲ୍ଲୀ, ପଶ୍ଚିମବଙ୍ଗକୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଏହି ଯୋଜନା ଲାଗୁ ପାଇଁ ରାଜ୍ୟ ସରକାରଙ୍କୁ ଅପିଲ୍‌ କରିସାରିଛନ୍ତି।

ନିର୍ବାଚନ ପରେ କେନ୍ଦ୍ରୀୟ ଟିମ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା। ତେବେ ସରକାରୀ ହସ୍ପିଟାଲରେ ଆଧାର ବାଧ୍ୟତାମୂଳକ ନ କରିବା ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଆସୁଥିବା ସମସ୍ତ ୭୦ ଲକ୍ଷ ପରିବାରକୁ ଆୟୁଷ୍ମାନ ଭାତତରେ ସାମିଲ କରିବା ପାଇଁ ସର୍ତ୍ତ ବାଢ଼ିଥିଲେ ରାଜ୍ୟ ସରକାର। କଥା ସେଇଠି ଅଟକି ଥିବା ବେଳେ ଏବେ ପୁଣି ଡିଜିଟାଲ୍‌ ସ୍ୱାସ୍ଥ୍ୟ ମିଶନ ଓ ଆୟୁଷ୍ମାନ ଭାରତ ଓଡ଼ିଶାରେ ଲାଗୁ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ଏହି ଯୋଜନାରେ ରାଜ୍ୟର ୬୦ ଲକ୍ଷ ହିତାଧିକାରୀ ଉପକୃତ ହେବେ। ସେହିପରି ରାଜ୍ୟରେ ବାହାରେ କାମ କରୁଥିବା ପ୍ରବାସୀ, ଦୁର୍ଗମ ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସୁବିଧା ସହିତ ଜାତୀୟ ଡିଜିଟାଲ୍‌ ସ୍ୱାସ୍ଥ୍ୟ ମିଶନ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିପ୍ଲବ ଆଣିବ ବୋଲି ଚିଠି ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କଂଗ୍ରେସ ମଧ୍ୟ ଏହାକୁ ଲାଗୁ କରିବା ସପକ୍ଷରରେ ଯୁକ୍ତି ବାଢ଼ିଛି। ତେବେ ଆୟୁଷ୍ମାନଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବହୁତ ଭଲ ବୋଲି କହି ରାଜ୍ୟ ସରକାର ଏପର୍ଯ୍ୟନ୍ତ ଲାଗୁ କରି ନାହାଁନ୍ତି।

ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଜିତୁ ଦାସ ୯ ବର୍ଷ ହେଲା ଓଲଟପୁରରେ ଚିକିତ୍ସିତ ହେଉଥିଲେ। ଉତ୍ତମ ଚିକିତ୍ସା ଲାଗି ତାଙ୍କୁ ବେଙ୍ଗଳୁରୁ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏଥିପାଇଁ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ଜିତୁ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିଲେ ସେ ରାଜ୍ୟ ବାହାରକୁ ଯାଇ ଚିକିତ୍ସା କରିପାରିଥାନ୍ତେ। ସେପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସବୁ ପ୍ରକାର ସୁବିଧା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ବଲାଙ୍ଗିର ସହର ରୁଗୁଡିପଡାର ଲକ୍ଷ୍ମୀ ମନହୀରା।

୨୦୧୮ ମସିହା ସେପ୍ଟେମ୍ବର ୨୩ ତାରିଖରୁ ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଥିବା ବେଳେ ଏଥିରେ ପରିବାର ପିଛା ୫ ଲକ୍ଷ ୫୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳୁଛି। ଏହି ଯୋଜନାରେ ଏବେ ୧ କୋଟି ୨୩ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇସାରିଲେଣି। ତେବେ ଓଡ଼ିଶାବାସୀ ଏବେ ବି ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି।

Related story