ବିଷ୍ଣୁପଦ କ’ଣ ଗେହ୍ଲା ପୁଅ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ କ’ଣ ନବୀନ ସରକାରଙ୍କର ଦୁଇଟି ନୀତି ?  କାରଣ ସମସ୍ତଙ୍କ ଉପରେ ସମାନ ପ୍ରୟୋଗ ହେଉନି ଜିରୋ ଟଲରାନ୍ସ  ପଲିସି । ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ  ନାଁରେ ଥିବା ମାମଲାକୁ ନିଆଯାଉ।  ଅଭୟକାନ୍ତଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ଖୋଳିତାଡି ବାହାର କଲେ ସରକାର । ପୁଅ ଆକାଶ ଓ  ଭାବି ଶ୍ୱଶୁର ପ୍ରଦୀପ […]

7bn

Tapas Behera
  • Published: Thursday, 07 January 2021
  • , Updated: 08 January 2021, 12:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତିକୁ ନେଇ କ’ଣ ନବୀନ ସରକାରଙ୍କର ଦୁଇଟି ନୀତି ?  କାରଣ ସମସ୍ତଙ୍କ ଉପରେ ସମାନ ପ୍ରୟୋଗ ହେଉନି ଜିରୋ ଟଲରାନ୍ସ  ପଲିସି । ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ  ନାଁରେ ଥିବା ମାମଲାକୁ ନିଆଯାଉ।  ଅଭୟକାନ୍ତଙ୍କ ନାଁରେ ଥିବା ଦୁର୍ନୀତି ଅଭିଯୋଗକୁ ଖୋଳିତାଡି ବାହାର କଲେ ସରକାର । ପୁଅ ଆକାଶ ଓ  ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲକୁ ପଠାଇଲେ । ବିଷ୍ଣୁପଦ କିନ୍ତୁ କଣ ଗେହ୍ଲା ପୁଅ ? ମାଳ ମାଳ ଦୁର୍ନୀତି ଅଭିଯୋଗ ଥିଲେ ବି ଓଲଟା  ତାଙ୍କୁ ପଞ୍ଚାୟତିରାଜ ଓ ଓଡିଆ ଭାଷା ସହିତ୍ୟ ସହ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ବି ଦିଆଯାଇଛି । ଅର୍ଥାତ୍ ତିନୋଟି ବିଭାଗର ଦାୟିତ୍ୱରେ ଅଛନ୍ତି। ଯାହାକି ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କ ବାଛବିଚାର ନୀତିକୁ ନେଇ ପ୍ରଶ୍ନ ଠିଆ କରିଛି।

ବିଷ୍ଣୁପଦ ଓମଫେଡରେ କାର୍ଯ୍ୟରତ ଥିବା ବେଳେ ଜରି  କିଣାରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆସିଥିଲା । ସେହିପରି ସମବାୟ ବିଭାଗରେ ଥିବା ବେଳେ ମେଡିକାଲ ବିଲ  ବାବଦକୁ ସେ ତଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସମବାୟ ବ୍ୟାଙ୍କ ନିଯୁକ୍ତିରେ ବି  ଅନିୟମିତତା ନେଇ ବି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଥିଲା । ଏହାର ତଦନ୍ତ ଲାଗି ଭିଜିଲାନ୍ସ ମୁଖ୍ୟମନ୍ତ୍ରୀଙ୍କ ଅଫିସଠାରୁ ଅନୁମତି ବି  ମାଗିଥିଲା । ତେବେ ଏହାର ବିଭାଗୀୟ ତଦନ୍ତ ହେବ କହି ସିଏମଓ ଅନୁମତି ଦେଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଓମଫେଡ୍ ମାମଲାକୁ  ନେଇ ଲୋକପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଛଅ ସପ୍ତାହ ମଧ୍ୟରେ ଦୁର୍ନୀତି ସଂପର୍କିତ ତଥ୍ୟ ଓ ଜବାବ ଦାଖଲ ପାଇଁ ବିଷ୍ଣୁପଦ ଓ  ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ୍  କରିଛନ୍ତି ଲୋକାୟୁକ୍ତ।

ଦୁର୍ନୀତି ଅଭିଯୋଗ ନେଇ ସାତ ଦିନ ତଳେ ଜେଲ ବିଭାଗ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ସମେତ ସାତ ଅଧିକାରୀଙ୍କୁ ଚାକିରିରୁ  ବିଦା କରିଛନ୍ତି ସରକାର । ବର୍ଷକ ଭିତରେ ଶହେରୁ ଅଧିକ ଦୁର୍ନୀତିଗ୍ରସ୍ତକୁ ଚାକିରୀରୁ କାଢି ସାରିଲେଣି ସରକାର । ତେବେ ବିଷ୍ଣୁପଦଙ୍କ ଭଳି  ଅଫିସରଙ୍କ ପ୍ରତି ସରକାରଙ୍କ ଏତେ ଅନୁଗ୍ରହ କାହିଁକି? ଏମାନଙ୍କ ପାଇଁ କଣ ଭିନ୍ନ ନିୟମ?  କଣ ପାଇଁ ସରକାର ଏଭଳି ଅଧିକାରୀଙ୍କୁ ଘଣ୍ଟ  ଘୋଡାଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ : ଜମିଜମା ପାଇଁ ରକ୍ତାକ୍ତ ସଂଘର୍ଷ, ଗଡ଼ିଲା ମୁଣ୍ଡ

 

 

Related story