ଏ ଭିଡିଓ କାହିଁକି ଦେଲା ପୁଲିସ? ମମିତାଙ୍କୁ ନ୍ୟାୟ ପାଇଁ ନା ମନ୍ତ୍ରୀଙ୍କୁ ବଞ୍ଚାଇବାକୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ଇତିହାସରେ ପ୍ରଥମଥର କୌଣସି ଏକ ଅପରାଧ ଘଟଣାର ସିନ୍ ରିକ୍ରିଏସନ୍ ଭିଡିଓଗ୍ରାଫିକୁ ନିଜେ ତଦନ୍ତକାରୀ ପୁଲିସ ସାର୍ବଜନୀନ କରାଇଛି। କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ସିନ୍ ରିକ୍ରିଏସନର ଭିଡିଓକୁ ଗଣମାଧ୍ୟମକୁ ଦେଇ ପୁଲିସ ମାନୁଏଲରେ ତଦନ୍ତକୁ ନେଇ ରହିଥିବା ନିର୍ଦ୍ଦେଶନାମାକୁ ବି ଉଲ୍ଲଘଂନ କରିବାକୁ ପଛାଇ ନାହିଁ । ଆଉ ପୁଲିସର ଏଭଳି ଆଭିମୁଖ୍ୟ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ନା ନିଜର ବସ୍ ତଥା ଗୃହମନ୍ତ୍ରୀ ଦିବ୍ୟଶଙ୍କର […]

Dibya-and-Govinda

Dibya-and-Govinda

Ordigital Desk
  • Published: Friday, 22 October 2021
  • Updated: 22 October 2021, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ ଇତିହାସରେ ପ୍ରଥମଥର କୌଣସି ଏକ ଅପରାଧ ଘଟଣାର ସିନ୍ ରିକ୍ରିଏସନ୍ ଭିଡିଓଗ୍ରାଫିକୁ ନିଜେ ତଦନ୍ତକାରୀ ପୁଲିସ ସାର୍ବଜନୀନ କରାଇଛି। କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ସିନ୍ ରିକ୍ରିଏସନର ଭିଡିଓକୁ ଗଣମାଧ୍ୟମକୁ ଦେଇ ପୁଲିସ ମାନୁଏଲରେ ତଦନ୍ତକୁ ନେଇ ରହିଥିବା ନିର୍ଦ୍ଦେଶନାମାକୁ ବି ଉଲ୍ଲଘଂନ କରିବାକୁ ପଛାଇ ନାହିଁ । ଆଉ ପୁଲିସର ଏଭଳି ଆଭିମୁଖ୍ୟ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ନା ନିଜର ବସ୍ ତଥା ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବଂଚାଇବା ପାଇଁ ଉଦ୍ଦିଷ୍ଟ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କୁ ଧରି ଘଟଣାସ୍ଥଳକୁ ନେଇ ତଦନ୍ତକାରୀ ପୁଲିସ ଆଜି ଅପରାଧ ସିନ୍ ରିକ୍ରିଏସନ କରାଇଥିଲା। ପୁଲିସର ଏହି ସିନ୍ ରିକ୍ରିଏସନର ଭିଡିଓଗ୍ରାଫି ଏବେ ଗଣମାଧ୍ୟମରେ ଘୁରି ବୁଲୁଛି। ସିଆରପିସିରେ ତଦନ୍ତ ଜାରି ରହିଥିବାବେଳେ କୋର୍ଟରେ ଚାର୍ଜସିଟ୍ ଦାଖଲ ପୂର୍ବରୁ ଏହି ଭିଡ଼ିଓଗ୍ରାଫି କିଭଳି ଗଣମାଧ୍ୟମକୁ ଆସିଲା ଓ ତାହା ତଦନ୍ତ ପ୍ରକ୍ରିୟାକୁ ବ୍ୟାହତ କରିବ ନାହିଁ କି ବୋଲି ପ୍ରଶ୍ନ ଉଠିଛି। ଭିଡିଓରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଯେଉଁ ଢଙ୍ଗରେ ଅପରାଧକୁ ସ୍ୱୀକାର କରି ଯାଉଛି ଓ ପୁଲିସ ତାଙ୍କ ସହ ଯେଭଳି ଶୈଳୀରେ କଥାବାର୍ତ୍ତା କରୁଛି ତାକୁ ଦେଖିଲେ ଏହା ଯେଭଳି ଏକ ସୁଚିନ୍ତିତ କ୍ରାଇମସିନ୍ ରିକ୍ରିଏସନ ଭଳି ଲାଗୁଛି। ପୁଲିସ ରାତିଅଧରେ ଯଦି ଏହି କ୍ରାଇମସିନର ରିକ୍ରିଏସନ କରି ତା’ର ଭିଡ଼ିଓଗ୍ରାଫି କଲା, ତା’ହେଲେ ଗଣମାଧ୍ୟମକୁ ସୂଚନା ଦେଲା ନାହିଁ କାହିଁକି । ଯଦି ନଦେଲୋ ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ସାର୍ବଜନୀନ କଲା କେମିତି? ତେଣୁ ପୁଲିସ ଏବେ ନିଜ ମନ୍ତ୍ରୀଙ୍କୁ ବଂଚାଇବା ପାଇଁ ନିଜେ ନିଜର ଜାଲରେ ଫସିବାରେ ଲାଗିଛି । ସବୁଠୁ ବେଶୀ ଆଶ୍ଚର୍ଯ୍ୟ କଥା ଯେ, କୌଣସି ଅପରାଧ ଘଟଣାରେ ପୁଲିସକୁ ପ୍ରମାଣ ଯୋଗାଡ଼ କରିବା ନିମନ୍ତେ କ୍ରାଇମସିନ୍ ରିକ୍ରିଏସନର ଆବଶ୍ୟକତା ପଡ଼ୁଥିବାବେଳେ ତଦନ୍ତ ବାଧାପ୍ରାପ୍ତ ହେବା ଆଳରେ ପୁଲିସ ଏହାକୁ ଗୋପନୀୟ ରଖି ଚାର୍ଜସିଟରେ ହିଁ ଉଲ୍ଲେଖ କରାଇଥାଏ। କିନ୍ତୁ ମମିତା ମେହେର ହତ୍ୟା ମାମଲାରେ ପୁଲିସ ନିଜେ ଭିଡିଓଗ୍ରାଫି କରି ସାର୍ବଜନୀନ କରିବା ହିଁ ପରୋକ୍ଷରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ଏକ ସୁଚିନ୍ତିତ ଉଦ୍ୟମ ବୋଲି କୁହାଯାଉଛି।

ପୁଲିସ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରିବାକୁ ଚାହୁଁଥିବାରୁ ଗୋବିନ୍ଦଙ୍କ ମୁହଁରେ ସବୁ ଅପରାଧକୁ କୁହାଇ ମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେବା କାର୍ଯ୍ୟରେ ଲାଗିଥିବା ଚର୍ଚ୍ଚା ହେଉଛି। ଏପର୍ଯ୍ୟନ୍ତ ଗୋବିନ୍ଦଙ୍କ ମୋବାଇଲ ରେକର୍ଡ ଓ ଗୃହମନ୍ତ୍ରୀଙ୍କ ସହ ତା’ର ସମ୍ପର୍କକୁୁ ପୁଲିସ ଗୋପନୀୟ କରି ରଖିଛି। ଏପରିକି ହଷ୍ଟେଲର ଯେଉଁ ଗୁପ୍ତ ରୁମ୍ କଥା କୁହାଯାଉଛି ପୁଲିସ ଏପର୍ଯ୍ୟନ୍ତ ସେଠାକୁ ଯାଉନି, କିମ୍ବା ସେଠାର ନମୂନା ସଂଗ୍ରହ କରି ତା’ର ଫୋରେନ୍ସିକ ଟେଷ୍ଟ ପାଇଁ ପଠାଉ ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ଏପଟେ ତଦନ୍ତକାରୀ ପୁଲିସର ଏଭଳି ଆଭିମୁଖ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ଯେ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବଂଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି । ପୁଲିସ ଯଦି ସ୍ୱଚ୍ଛ ତଦନ୍ତ କରୁଛି, ତେବେ ମମିତା ନିଖୋଜ ପରଠାରୁ କେତେଥର ଗୋବିନ୍ଦ ସାହୁଙ୍କ ସହ କଥା ହୋଇଛି ତା’ର କଲ ରେକର୍ଡ ସମ୍ନାକୁ ଆସୁ। ପୀଡ଼ିତା ମମିତା ମେହେର, ହତ୍ୟାକାରୀ ଗୋବିନ୍ଦ ସାହୁ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ୧ ମାସର କଲ୍ ରେକର୍ଡକୁ ପୁଲିସ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ଶାସକ ଦଳର ଇଙ୍ଗିତରେ କାମ କରୁଛି। ମମିତା ମେହେରଙ୍କ ଲାପଟପ, ମୋବାଇଲ ଓ ପେନ ଡ୍ରାଇଭରେ ଅନେକ ତଥ୍ୟ ରହିଛି। ଏ ସବୁ କୁଆଡେ ଗଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story