ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଗଲା କାନ୍ଥ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଉଦଳା (ମାନସ ପାଣି): ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ। ମୃତକ ଦ୍ୱୟ ହେଲେ ଭେଜଡ଼ିହା ଗାଁର ଘାସିରାମ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ପେଲନ ମହାକୁଡ଼। ସେମାନେ ଗତକାଲି ରାତିରେ ଘରେ ଶୋଇଥିଲେ। ଲଗାଣ ବର୍ଷା କାରଣରୁ ରାତିରେ ହଠାତ୍ ସେମାନଙ୍କ ମାଟି […]

Kaptipada PS

Kaptipada PS

Jitendra Garnayak
  • Published: Sunday, 21 August 2022
  • Updated: 21 August 2022, 11:38 AM IST

Sports

Latest News

ଉଦଳା (ମାନସ ପାଣି): ଲଗାଣ ବର୍ଷା କାରଣରୁ ଭୁଶୁଡ଼ିଗଲା କାନ୍ଥ। କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡ଼ିହା ଗାଁରେ।

ମୃତକ ଦ୍ୱୟ ହେଲେ ଭେଜଡ଼ିହା ଗାଁର ଘାସିରାମ ମହାକୁଡ଼ ଓ ତାଙ୍କ ସ୍ତ୍ରୀ ପେଲନ ମହାକୁଡ଼। ସେମାନେ ଗତକାଲି ରାତିରେ ଘରେ ଶୋଇଥିଲେ। ଲଗାଣ ବର୍ଷା କାରଣରୁ ରାତିରେ ହଠାତ୍ ସେମାନଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ଯାଇଥିଲା।

କାନ୍ଥ ତଳେ ସ୍ୱାମୀ-ସ୍ତ୍ରୀ ଚାପି ହୋଇଯାଇଥିଲେ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପେଲନ ମହାକୁଡ଼ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ପଟେ ତାଙ୍କ ସ୍ୱାମୀ ଘାସିରାମଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଛାତି ଓ ଶରୀର ଅନ୍ୟ ଅଂଶରେ ଗଭୀର ଆଘାତ ଲାଗିଛି।

ଘାସିରାମଙ୍କ ଭାଇ ସୋନୁ ମହାକୁଡ଼ କହିଛନ୍ତି, ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ଘରର କାନ୍ଥ ଟିକେ ଭାଙ୍ଗି ଥିଲା। ହେଲେ ତାହା ଭୁଶୁଡ଼ି ପଡ଼ିବ ବୋଲି ସେମାନେ ଭାବି ନଥିଲେ। ଶୋଇଥିବା ବେଳେ କାନ୍ଥଟି ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos