ଏମିତି କଣ ହେଲା ଯେ ସ୍ୱାମୀ ଆଗରେ ସ୍ତ୍ରୀ ଜଳ ଭଣ୍ଡାରକୁ ଡେଇଁଲେ?

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେଇଁଲା ସ୍ତ୍ରୀ। ଆଜି ଏପରି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ମାତ୍ର କେଉଁ କାରଣରୁ ଡେଇଁଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପାରିବାରିକ କାରଣରୁ ମହିଳା ଜଣକ ଡେଇଁଥିବା ଅଭିଯୋଗ ହେଉଛି। ଅଗ୍ନିଶମ ବିଭାଗ ଖାନତଲାସୀ କରୁଥିଲେ ମଧ୍ୟ ମହିଳାଙ୍କ ପତ୍ତା ପାଇନାହିଁ। ପାଡ଼ୁଆ ଥାନା କୁକୁଡାପକ୍ଷୀ ଗାଁ ପୂର୍ଣ୍ଣ ଖରାଙ୍କୁ ବିବାହ କରିଥିଲେ ପଦ୍ମା। ଉଭୟଙ୍କ ଔରଷରୁ ୩ଟି ସନ୍ତାନ ଅଛନ୍ତି। ଗତକାଲି(ଶୁକ୍ରବାର) ବିଜୟା ଦଶମୀ ଥିବାରୁ […]

Koraput

Manoranjan Sial
  • Published: Saturday, 16 October 2021
  • , Updated: 16 October 2021, 04:31 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେଇଁଲା ସ୍ତ୍ରୀ। ଆଜି ଏପରି ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ମାତ୍ର କେଉଁ କାରଣରୁ ଡେଇଁଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ପାରିବାରିକ କାରଣରୁ ମହିଳା ଜଣକ ଡେଇଁଥିବା ଅଭିଯୋଗ ହେଉଛି। ଅଗ୍ନିଶମ ବିଭାଗ ଖାନତଲାସୀ କରୁଥିଲେ ମଧ୍ୟ ମହିଳାଙ୍କ ପତ୍ତା ପାଇନାହିଁ।

ପାଡ଼ୁଆ ଥାନା କୁକୁଡାପକ୍ଷୀ ଗାଁ ପୂର୍ଣ୍ଣ ଖରାଙ୍କୁ ବିବାହ କରିଥିଲେ ପଦ୍ମା। ଉଭୟଙ୍କ ଔରଷରୁ ୩ଟି ସନ୍ତାନ ଅଛନ୍ତି। ଗତକାଲି(ଶୁକ୍ରବାର) ବିଜୟା ଦଶମୀ ଥିବାରୁ ସ୍ୱାମୀ-ସ୍ତ୍ରୀ ପିଲାଙ୍କୁ ନିଜ ଘରେ ଛାଡ଼ି ପୂଜାରିଗୁଡ଼ା ଯାଇଥିଲେ। ଆଜି ଅପରାହ୍ନରେ ସ୍ୱାମୀ ଓ ସ୍ତ୍ରୀ ଘରକୁ ଫେରୁଥିଲେ।

ତେବେ ଜଲାପୁଟ୍‌ ଜଳ ଭଣ୍ଡରର ଚମ୍ପାପୁଟ ବ୍ରିଜ୍‌ ଉପରେ କୌଣସି କଥାକୁ ନେଇ ପୂର୍ଣ୍ଣ ଓ ପଦ୍ମାଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। କଥାକଟାକଟି ଭିତରେ ସ୍ୱାମୀ ପୂର୍ଣ୍ଣଙ୍କ ଆଗରେ ପଦ୍ମା ଜଳ ଭଣ୍ଡାରକୁ ଡେଇଁ ପଡ଼ିଥିଲେ। ଜଳ ଭଣ୍ଡାରର ଅକାତ କାତ ପାଣି ଭିତରେ ପଦ୍ମା ବୁଡ଼ି ଯାଇଥିଲେ। ଏନେଇ ପୂର୍ଣ୍ଣ ଘର ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଏନେଇ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଜଳଭଣ୍ଡାରରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିନାହିଁ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିଲେ ମଧ୍ୟ ପାଡ଼ୁଆ ଥାନା ପୁଲିସ ଘଟଣା ଉପରେ ନଜର ରଖିଛି।

Related story