Advertisment

ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ: ନୂଆ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଠିକ ଭାବେ କାର୍ଯ୍ୟ ନିର୍ବାହ କରିବାରେ ସଂପୂର୍ଣ୍ଣ ଚେଷ୍ଟା କରିବି। ବହୁ ବର୍ଷରୁ ବାହାରେ ଅଛି। ସମସ୍ୟା ଜାଣିବା ମୋ ପାଇଁ ଚ୍ୟାଲେଞ୍ଜ ହେବ। ସୁରକ୍ଷା ଓ ସେବା ପୁଲିସର ମୁଖ୍ୟ ଲକ୍ଷ୍ୟ ରହିବ। ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ। ଦଳିତ ଓ ଆଦିବାସୀ ଯେଭଳି ଭୟ ନ କରିବେ, ସେଥିପ୍ରତି କାମ କରିବାକୁ ହେବ। ରଣନୀତି ପାଇଁ କିଛି ସମୟ ଆବଶ୍ୟକ।” ରାଜ୍ୟ ସରକାର ଡିଜିପି ଭାବେ ନିଯୁକ୍ତି ଦେବା ପରେ […]

ଅଦ୍ୟତନ ହୋଇଛି
ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ: ନୂଆ ଡିଜିପି

Sunil Bansal

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଠିକ ଭାବେ କାର୍ଯ୍ୟ ନିର୍ବାହ କରିବାରେ ସଂପୂର୍ଣ୍ଣ ଚେଷ୍ଟା କରିବି। ବହୁ ବର୍ଷରୁ ବାହାରେ ଅଛି। ସମସ୍ୟା ଜାଣିବା ମୋ ପାଇଁ ଚ୍ୟାଲେଞ୍ଜ ହେବ। ସୁରକ୍ଷା ଓ ସେବା ପୁଲିସର ମୁଖ୍ୟ ଲକ୍ଷ୍ୟ ରହିବ। ଲୋକଙ୍କୁ ଭୟମୁକ୍ତ ବାତାବରଣ ଦେବାକୁ ହେବ। ଦଳିତ ଓ ଆଦିବାସୀ ଯେଭଳି ଭୟ ନ କରିବେ, ସେଥିପ୍ରତି କାମ କରିବାକୁ ହେବ। ରଣନୀତି ପାଇଁ କିଛି ସମୟ ଆବଶ୍ୟକ।” ରାଜ୍ୟ ସରକାର ଡିଜିପି ଭାବେ ନିଯୁକ୍ତି ଦେବା ପରେ ଆଜି ଏପରି ବୟାନ୍‌ ଦେଇଛନ୍ତି ସୁନୀଲ୍‌ କୁମାର ବଂଶଲ।

Advertisment

୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ୍‌ ସୁନୀଲ  କୁମାର ବଂଶଲ୍‌ ହୋଇଛନ୍ତି ନୂଆ ପୁଲିସ ମହାନିର୍ଦ୍ଦେଶକ। ସେ ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଡିସେମ୍ବର ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ସରୁଥିବାରୁ ନୂଆ ବର୍ଷରେ ନୂଆ ଡିଜିପି ଶ୍ରୀ ବଂଶଲ୍‌ କାର୍ଯ୍ୟଭାର ଗ୍ରହଣ କରିବେ

ସୁନୀଲ କୁମାର ବଂଶଲ୍‌ ଏବେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ମୟୂରଭଞ୍ଜର ଏସ୍‌ପି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ବହୁ ଦିନ ପୂର୍ବରୁ ସେ କେନ୍ଦ୍ରୀୟ ଡେପୁଟେସନକୁ ଯାଇଥିଲେ।

Advertisment

ଓଡ଼ିଶା ପୁଲିସ୍‌ ପକ୍ଷରୁ ଏ ନେଇ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ନୂଆ ଡିଜିପି ଭାବେ ବଂଶଲ୍‌ଙ୍କୁ ସ୍ୱାଗତ କରାଯିବା ସହ ତାଙ୍କ ନେତୃତ୍ୱରେ କାମ କରିବାକୁ ଓଡ଼ିଶା ପୁଲିସ୍‌ ଉତ୍ସାହିତ ଥିବା ଟ୍ୱିଟ କରାଯାଇଛି।

https://twitter.com/DGPOdisha/status/1471040201782824961?s=20

Odisha DGP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe