ଆଗକୁ ବିଜେଡିକୁ ଆଉ ଲୋଡ଼ିବ ତ ବିଜେପି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଏନ୍‌ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା । ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଏବେ ୧୧୦ ଉପରେ । ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ ସମୀକରଣ ?  ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ଆଗକୁ କଠୋର ହେବା ନେଇ ରାଜନୈତିକ ସମୀକ୍ଷକ ମତ ଦେଇଥିଲା ବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ। […]

will-BJD-maintain-equal-distance-to-bjp

Tapas Behera
  • Published: Thursday, 05 November 2020
  • , Updated: 06 November 2020, 01:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭାରେ ଏନ୍‌ଡିଏର ପଲ୍ଲା ଭାରି ହେବା ପରେ ବିଜେପି-ବିଜେଡି ସଂପର୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା । ନିକଟରେ ବିଜେପିର ୯ ଜଣ ସାଂସଦ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଏବେ ୧୧୦ ଉପରେ । ତେଣୁ ଏଭଳି ସ୍ଥିତିରେ ଆଗକୁ କିଭଳି ରହିବ ସମୀକରଣ ?  ବିଜେଡି ପ୍ରତି ବିଜେପିର ଆଭିମୁଖ୍ୟ ଆଗକୁ କଠୋର ହେବା ନେଇ ରାଜନୈତିକ ସମୀକ୍ଷକ ମତ ଦେଇଥିଲା ବେଳେ ଆରମ୍ଭ ହୋଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ବିଜେପି ଟିକେଟରେ ନିକଟରେ ୟୁପିରୁ ୮ ଓ ଉତ୍ତରାଖଣ୍ଡରୁ ଜଣେ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ରାଜ୍ୟସଭାରେ ଦଳର ସଂଖ୍ୟା ୯୨ ଛୁଇଁଛି । ୧୧୦ ପାର୍ କରିଛି ଏନ୍‌ଡିଏ । ହାଫ୍ ୱେ ମାର୍କ ଅତିକ୍ରମ କରିବାକୁ ଏନ୍‌ଡିଏକୁ ଦରକାର ଆଉ ୧୨ ସାଂସଦ । ବର୍ତ୍ତମାନର ଗଣିତ ଅନୁଯୟୀ ରାଜ୍ୟସଭାରେ ଏବେ ୨୪୨ ସାଂସଦ ଥିବାରୁ ହାଫ୍ୱେ ମାର୍କ ୧୨୧ । ତେଣୁ ରାଜ୍ୟସଭାରେ ଏବେ ଅପେକ୍ଷାକୃତ ସୁବିଧା ସ୍ଥିତିରେ ବିଜେପି । ତେଣୁ ଏଭଳି ସ୍ଥିତିରେ ଆଗକୁ ବିଜେପି ଆଉ ବିଜେଡିକୁ ଲୋଡ଼ିବ ତ ? ପୂର୍ବରୁ ଧାରା ୩୭୦ ଉଚ୍ଛେଦ ହେଉ କି ଟ୍ରିପଲ୍ ତଲାକ୍, ସୂଚନା ଅଧିକାର ସଂଶୋଧନ ଆଇନ ଅବା ସିଟିଜେନ୍ ଆମେଣ୍ଡମେଣ୍ଟ ଆକ୍ଟ ଏସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଇଛି ବିଜେଡି।  ହେଲେ ଆଗକୁ ଏଭଳି ସ୍ଥିତି ଉପୁଜିଲେ ବିଜେପି ଟିଆରଏସ ଓ ଓ୍ୱାଇଏସ୍ଆର୍ କଂଗ୍ରେସ ଭଳି ଅନ୍ୟ ଦଳର ସମର୍ଥନ ଲୋଡ଼ିପାରେ । ଏପରି ହେଲେ ଆଗକୁ ତିକ୍ତ ହେବନି ତ ବିଜେଡି-ବିଜେପି ସଂପର୍କ ? ନିର୍ବାଚନ ପରେ ଚାଲିଥିବା ମଧୁର ସଂପର୍କରେ ଭଟ୍ଟା ପଡିବନି ତ ? ଏସବୁ ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ।

ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ୧୯ ନିର୍ବାଚନ ପରେ ବିଜେପି-ବିଜେଡି ଭିତରେ ବଢ଼ିଥିବା ସୁସଂପର୍କ ଉପନିର୍ବାଚନ ବେଳଠୁ ବଦଳିଥିବାର ଯଥେଷ୍ଟ ସଂକେତ ମିଳିଛି । ରାଜ୍ୟସଭାରେ ବିଜେପିର ଶକ୍ତି ବଢ଼ିଥିବାରୁ ଆଗକୁ ବିଜେଡି ପ୍ରତି ଆଭିମୁଖ୍ୟ ଆହୁରି ଶାଣିତ ହେବା ଆଶା କରାଯାଉଛି। କଂଗ୍ରେସ କହିଛି ନିଜର ସୁରକ୍ଷା ପାଇଁ ବିଜେଡି ବିଜେପି ପାଖରେ ସମର୍ପିତ । ବିଜେଡି କହିଛି ରାଜ୍ୟସଭାରେ ବିଜେପିର ସଂଖ୍ୟା ହେଲେ ଆମର କ୍ଷତି ନାହିଁ  । ଅନ୍ୟପଟେ ବିଜେପି କହିଛି ଦଳର ଶକ୍ତି ବଢିଛି।

 

ଆଗକୁ ପଢ଼ନ୍ତୁ : ଡିସେମ୍ବରରେ ଉପରମୁହାଁ ହୋଇପାରେ କରୋନା ଗ୍ରାଫ୍‌ , ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଗିତ

 

Related story