‘ଇଚ୍ଛାଶକ୍ତି, ସାହସ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନସର୍‌କୁ ପରାସ୍ତ କରିହେବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାନସର ଏକ ଦୁଃସାଧ୍ୟ ରୋଗ ହୋଇପାରେ। କିନ୍ତୁ ଏହା ସହିତ ଯୁଦ୍ଧ କରି ତାକୁ ପରାସ୍ତ କରିହେବ ବୋଲି ବିଶ୍ୱ କ୍ୟାନସର ଦିବସରେ ନିଜ ଅନୁଭୂତି ବଖାଣିଛନ୍ତି କ୍ୟାନସରରୁ ମୁକ୍ତ ହୋଇଥିବା କିଛି ରୋଗୀ। ଦୃଢ଼ ଇଚ୍ଛାଶକ୍ତି, ସାହସ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ କ୍ୟାନସର ଭଳି ରୋଗ ସହିତ ଯୁଦ୍ଧ କରିହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମତ […]

WILLPOWER-COURAGE-AND-POSITIVE-THOUGHTS-CAN-BEAT-CANCER

Manoranjan Sial
  • Published: Monday, 04 February 2019
  • , Updated: 04 February 2019, 08:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାନସର ଏକ ଦୁଃସାଧ୍ୟ ରୋଗ ହୋଇପାରେ। କିନ୍ତୁ ଏହା ସହିତ ଯୁଦ୍ଧ କରି ତାକୁ ପରାସ୍ତ କରିହେବ ବୋଲି ବିଶ୍ୱ କ୍ୟାନସର ଦିବସରେ ନିଜ ଅନୁଭୂତି ବଖାଣିଛନ୍ତି କ୍ୟାନସରରୁ ମୁକ୍ତ ହୋଇଥିବା କିଛି ରୋଗୀ।

ଦୃଢ଼ ଇଚ୍ଛାଶକ୍ତି, ସାହସ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ହିଁ କ୍ୟାନସର ଭଳି ରୋଗ ସହିତ ଯୁଦ୍ଧ କରିହେବ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟାନସରରୁ ମୁକ୍ତି ପାଇଥିବା ବ୍ୟକ୍ତି ଓ କ୍ୟାନସରରେ ପୀଡ଼ିତ ରୋଗୀମାନେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ, ବିଶିଷ୍ଟ ସାଇକୋନ୍ୟୁରୋବିକ ବିଶେଷଜ୍ଞ ତଥା କ୍ୟାନସରରୁ ବର୍ତ୍ତିଥିବା ଡ. ବି.କେ. ଚନ୍ଦ୍ରଶେଖର ଓ ଅଙ୍କୋଲୋଜିଷ୍ଟମାନେ ନିଜର ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା କ୍ୟାନସରରୁ ନୂଆ ଜୀବନ ପାଇଥିବା କେତେକ ମହିଳା ଓ ପୁରୁଷଙ୍କ ଦ୍ୱାରା ହୋଇଥିବା ରାମ୍ପ ଶୋ’। ଏମାନଙ୍କ ମଧ୍ୟରୁ କେତେକ କ୍ୟାନସର ରୋଗକୁ ନେଇ ତାଙ୍କ ଅନୁଭୂତି ବଖାଣି ଥିଲେ। ଏହି ଦିବସର ଥିମ୍‌ ଥିଲା “ଆଇ କ୍ୟାନ୍, ଆଇ ୱିଲ୍” ଅର୍ଥାତ୍ “ ମୁଁ ପାରିବି, ମୁଁ କରିବି”।

ସମୟ ଥିଲା ଯେତେବେଳେ କ୍ୟାନସର ରୋଗ ଚିହ୍ନଟ ହେବାବେଳେ ଏହାକୁ ମୃତ୍ୟୁର ଘଣ୍ଟି ବୋଲି କୁହାଯାଉଥିଲା। ତେବେ ବିଜ୍ଞାନର ପ୍ରଗତି ସହିତ ବର୍ତ୍ତମାନ ପରିସ୍ଥିତି ବଦଳିଗଲାଣି। ବର୍ତ୍ତମାନ ଜଣେ ବ୍ୟକ୍ତି ନିଜର ଦୃଢ଼ ଇଚ୍ଛାଶକ୍ତି, ସାହସ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା କ୍ୟାନସରକୁ ପରାସ୍ତ କରିପାରିବେ ବୋଲି କହିଛନ୍ତି ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ।

ନିଜର ଅନୁଭୂତି ବଖାଣି ଡ. ଚନ୍ଦ୍ରଶେଖର କହିଛନ୍ତି-“ତାଙ୍କୁ କ୍ୟାନସର ହେବା ପରେ ଦୁଇଟି ଅପରେସନ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବରଂ ତାଙ୍କୁ ହେପାଟାଇଟିସ୍ ସି ଇଞ୍ଜେକ୍‌ସନ୍‌ ଓ ଲିଭର ସିରୋସିସ୍ ହୋଇଯାଇଥିଲା।”

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ-“ବର୍ତ୍ତମାନ କୌଣସି ରୋଗକୁ ଆଉ ଭୟ କରିବାର କାରଣ ନାହିଁ। କିନ୍ତୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍। ନିୟମିତ ବ୍ୟବଧାନରେ ସ୍କ୍ରିନିଂ କରାଇବା ଦ୍ୱାରା ସୁଫଳ ମିଳିଥାଏ। ସବୁଠାରୁ ଭଲ ଖବର ହେଉଛି ସର୍ଭିକାଲ୍ କ୍ୟାନ୍ସରରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପ୍ରତିଷେଧକ ଭାକ୍‌ସିନ୍‌ ମଧ୍ୟ ମିଳିବା ଆରମ୍ଭ ହେଲାଣି।”

ଏହି କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ସୁରେଶ୍ୱର ମହାନ୍ତି, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି ଓ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ଡାକ୍ତର ସରୋଜ ପଣ୍ଡା ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

Related story