ରାଜ୍ୟକୁ ପୁଣି ଫେରିବ ଶୀତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ତଳକୁ ଖସିବ। ତେଣୁ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। #ବଢିବଥଣ୍ଡା ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତର ପ୍ରକୋପ ବଢିବା ସମ୍ଭାବନା ରହିଛି pic.twitter.com/NiH6ojfbkE […]

heavy-cold

  • Published: Tuesday, 03 January 2023
  • , Updated: 03 January 2023, 09:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ୨ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ତଳକୁ ଖସିବ। ତେଣୁ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

https://twitter.com/mcbbsr/status/1610176979109834752?s=20&t=KvIuf5tUdTErgHh2oVAtsA

ସାମୁଦ୍ରିକ ବାୟୁର ପ୍ରଭାବରେ ଆଜି ରାତି ଓ କାଲି ସକାଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅର୍ଥାତ ୪ ତାରିଖ ସକାଳେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ, ବୌଦ୍ଧ, ବଲାଙ୍ଗିର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ସମ୍ୱଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ କୁହୁଡି ହୋଇପାରେ। ତେବେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/mcbbsr/status/1610199292337356800?s=20&t=KvIuf5tUdTErgHh2oVAtsA

ଆଜି ସକାଳେ ବଲାଙ୍ଗିର, ଅନୁଗୋଳ, ଟିଟଲାଗଡ, କଟକ, ସୋନପୁର, ଫୁଲବାଣୀ, ଢେଙ୍କାନାଳ, କେନ୍ଦୁଝର, ପାରାଦ୍ୱୀପ, ଭବାନୀପାଟଣା, ସମ୍ବଲପୁର ଓ ହୀରାକୁଦରେ କୁହୁଡି ଅନୁଭୂତ ହୋଇଥିଲା। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ବିଶେଷକରି ଗାଳି ଚାଳକମାନେ ବେଶୀ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। 

Related story