- Videos
- Odisha
- ଗାଁକୁ ରାସ୍ତା ନ ଥିବାରୁ ବୁହା ହୋଇ ଆସିଲେ ପ୍ରସୂତି, ଜନ୍ମ ଦେଲେ ମଲା ଛୁଆ
ଗାଁକୁ ରାସ୍ତା ନ ଥିବାରୁ ବୁହା ହୋଇ ଆସିଲେ ପ୍ରସୂତି, ଜନ୍ମ ଦେଲେ ମଲା ଛୁଆ
- Published: Thursday, 13 July 2017
- , Updated: 13 July 2017, 11:23 AM IST
<p>ଭବାନୀପାଟଣା: ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁକ୍ଷିତ ଅଞ୍ଚଳକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଫଳରେ ଗରିବ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ପିଲା ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି ତ ଆଉ କୋଉଠି ସ୍ୱାସ୍ଥ୍ୟ ସେବା ନ ପାଇ ଶେଷରେ ରୋଗୀର ଜୀବନ ଯାଉଛି। ଏମିତି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ୍ କାଂସବୁଣ୍ଡେଇ ଗାଁରେ। ଗାଁର ଜଣେ ପ୍ରସୂତି ମହିଳା ଯନ୍ତ୍ରଣା ପାଇବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ରାସ୍ତା ନ ଥିବାରୁ ପ୍ରସୂତିଙ୍କ ନିକଟରେ ପହଞ୍ଚି ପାରିଲା ନ ଥିଲା ଆମ୍ବୁଲାନ୍ସ।</p>
<p>[vc_video link="" align="center"]</p>
<p>ଫଳରେ ପ୍ରସୂତିଙ୍କୁ ୬ କିଲୋମିଟର ଭାରରେ ବୋହି ବୋହି ନିଆଯାଇଥିଲା। ପରେ ଏକ ଘରୋଇ ଗାଡ଼ିରେ ଲାଞ୍ଜିଗଡ଼ ଯିବା ପରେ ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରସୂତୀଙ୍କୁ ଭବାନୀପାଟଣା ହସ୍ପିଟାଲକୁ ନିଆଯାଇଥିଲା। ସେତେବେଳକୁ ୧୨ ଘଣ୍ଟା ବିଳମ୍ବ ହୋଇସାରିଥିଲା।</p>
<p>ପ୍ରସୂତିଙ୍କ ଅସ୍ତ୍ରୋପଚାର କରାଯିବାରୁ ଗର୍ଭସ୍ଥ ଶିଶୁ ମୃତ ବୋଲି ଜଣାପଡ଼ିଥିଲା। ଅସ୍ତ୍ରୋପଚାର ପରେ ମାଆର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ହୋଇପଡ଼ିଛି। ସେ ଏବେ ଭବାନୀପାଟଣା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।</p>