ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ, ଉପରମହଲା ବାଥ୍‌ ରୁମ୍‌କୁ ଯାଇଥିଲେ, ତା’ପରେ..

ଯାଜପୁର(ଓଡ଼ିଶା ରିପୋର୍ଟର): କାର୍ଯ୍ୟରତ ମହିଳା ପଞ୍ଚାୟତ ସମ୍ପ୍ରଦାରଣ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ସ୍ମିତାରାଣୀ। ସେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଆଜି ଭତ୍ତା ବଣ୍ଟନ ଲାଗି ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ। ଖରାବେଳେ ସେ ଖାଇବାକୁ ସରପଞ୍ଚଙ୍କ ନିଜସ୍ଵ ଅଫିସ ଗୃହକୁ ଯାଇଥିଲେ। ଖାଇବା ପୂର୍ବରୁ […]

54321

Tapas Behera
  • Published: Wednesday, 16 October 2019
  • , Updated: 16 October 2019, 10:29 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): କାର୍ଯ୍ୟରତ ମହିଳା ପଞ୍ଚାୟତ ସମ୍ପ୍ରଦାରଣ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ତାଙ୍କ ନାଁ ହେଉଛି ସ୍ମିତାରାଣୀ। ସେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ଆଜି ଭତ୍ତା ବଣ୍ଟନ ଲାଗି ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟିଥିଲେ। ଖରାବେଳେ ସେ ଖାଇବାକୁ ସରପଞ୍ଚଙ୍କ ନିଜସ୍ଵ ଅଫିସ ଗୃହକୁ ଯାଇଥିଲେ। ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ ଅଫିସ ଉପରମହଲାକୁ ଯାଇଥିଲେ। ହେଲେ ସେଠାରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳିଥିଲା।

ସେ ବେକରେ ଓଡ଼ଣି ଲଗାଇ ଆତ୍ମହତ୍ୟା କରିଥିବା ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି। ଏ ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ। ଏଥିସହ ସ୍ମିତାରଣୀକୁ ଧର୍ମଶାଳା ଡାକ୍ତରଖାନାକୁ ନେଇଆସିଥିଲେ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ କାର୍ଯ୍ୟରତ ମହିଳାଙ୍କ ଏଭଳି ମୃତ୍ୟୁକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ତେବେ ଘଟଣାର ତଦନ୍ତ ଲାଗି ମୃତକ ବାପା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚଳାଇଛି । ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରି କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ଝିଅ ଅଛି।

Related story