ଗଣ ଦୁଷ୍କର୍ମ ପରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଡ଼ି ପୂରାଇ ଦେଲେ!

କରଞ୍ଜିଆ(ଦୀପକ ମହାନ୍ତ): ହାଟରୁ ଫେରୁଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ନଦୀ କୂଳରେ କଲେ ଗଣ ଦୁଷ୍କର୍ମ। ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଡ଼ି ପୂରାଇ ଦେଲେ! ମାଡ଼ ବି ମାରିଲେ। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପାଖରେ […]

Baripada

Manoranjan Sial
  • Published: Saturday, 16 October 2021
  • , Updated: 16 October 2021, 10:16 PM IST

କରଞ୍ଜିଆ(ଦୀପକ ମହାନ୍ତ): ହାଟରୁ ଫେରୁଥିବା ବେଳେ ମହିଳାଙ୍କୁ ଉଠାଇ ନେଇ ନଦୀ କୂଳରେ କଲେ ଗଣ ଦୁଷ୍କର୍ମ। ପରେ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଡ଼ି ପୂରାଇ ଦେଲେ! ମାଡ଼ ବି ମାରିଲେ। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଇତି ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ।

ଶୁକ୍ରବାର ଥିଲା ଶୁକୃଳି ସାପ୍ତାହିକ  ହାଟ। ସେହି ହାଟକୁ ଯାଇଥିଲେ ୫୫ ବର୍ଷୀୟା ବୃଦ୍ଧା ନେତୀ(ଛଦ୍ମନାମ)। ଅପରାହ୍ନରେ ସେ ଚାଲି ଚାଲି ହାଟରୁ ଘରକୁ ଫେରୁଥିଲେ। ରାସ୍ତାରେ ତାଙ୍କ ସହ ଦେଖା ହୋଇଥିଲା ଦୁଇ ଜଣ ଯୁବକଙ୍କର। ସେମାନେ ତାଙ୍କୁ ଘରେ ଛାଡ଼ିବାର ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କଥାରେ ବିଶ୍ୱାସ କରି ନେତୀ ଯାଇଥିଲେ।

ହେଲେ ଘରେ ଛାଡ଼ିବା ପରିବର୍ତ୍ତେ ଦୁଇ ଯୁବକ, ନେତୀଙ୍କୁ ଶୁକୃଳି-ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ। ତେଣୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ। ପରେ ଦୁଇ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏଥିସହ ପୂର୍ବରୁ ସେହି ସ୍ଥାନରେ ଥିବା ଅନ୍ୟ ୩ ରୁ ୪ ଜଣ ଯୁବକ ମଧ୍ୟ ନେତୀଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଦୁଷ୍କର୍ମ ପରେ ନେତୀଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ବାଡ଼ି ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ପ୍ରାଇଭେଟ୍‌ ପାର୍ଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତଶ୍ରାବ ହୋଇଥିଲା।

ନେତୀ ଉଲଗ୍ନ ଅବସ୍ଥାରେ ଶୁକୃଳି ଓ ରରୁଆଁ ରାସ୍ତାରେ ବସି କାନ୍ଦୁଥିଲେ। ଏହା ଦେଖି ପଥଚାରୀମାନେ ଶୁକୃଳି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଏବେ ଚିକିତ୍ସା ଚାଲିଛି।

ନେତୀଙ୍କୁ ଚିକିତ୍ସା କରୁଥିବା ଡକ୍ଟର ଧନୁଜୟ ସରେନ କହିଛନ୍ତି-“ମହିଳାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ଚିକିତ୍ସା ସମୟରେ ମହିଳାଙ୍କୁ ପଚାରିବାରୁ ତାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା କହିଛନ୍ତି। ମହିଳାଙ୍କ କହିବା ଅନୁସାରେ ଦୁଇ ଜଣ ଯୁବକ ମିଛ କଥା କହି ଲିଫ୍‌ଟ ଦେଇଥିଲେ। କିନ୍ତୁ ପୂର୍ବରୁ ସେଠାରେ ୭ରୁ ୧୦ ଜଣ ଯୁବକ ଥିଲେ ବୋଲି ମହିଳା କହିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।”

ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ର ତନାଘନା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ୍‌ ଓ ଡ଼ଗ୍‌ ସ୍କ୍ୱାଡ ସହିତ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ, ଜଶିପୁର, ରରୁଆଁ ଓ ବାଦାମପାହାଡ଼ ପୁଲିସ ଟିମ୍‌ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଦୁଷ୍କର୍ମ ହୋଇଥିବା ସ୍ଥାନରୁ ସୁରାକ ଖୋଜିବା ପାଇଁ ଆଖପାଖ ଅଞ୍ଚଳରେ ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଉନି ପୁଲିସ।

ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗଣ ଦୁଷ୍କର୍ମ ନେଇ ଅଭିଯୋଗ ହେବା ପରେ ମାମଲାର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ରରୁଆଁ ଥାନାରେ ପହଞ୍ଚିଛନ୍ତି ଆଇଜି ହିମାଂଶୁ ଲାଲ। ସେ କ୍ରାଇମ୍‌ ସ୍ପଷ୍ଟକୁ ଯାଇ ଛାନ୍‌ଭିନ୍‌ କରିଛନ୍ତି। ସିସିଟିଭି ଫୁଟେଜ ଦେଖିବା ସହିତ ତଦନ୍ତର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି।

Related story