ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବାଲେଶ୍ୱରରେ ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଜଣେ ମହିଳା ସେଠାରେ ପହଞ୍ଚି ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍।
ବାଲେଶ୍ୱର ୧ ନମ୍ବର ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବଣ୍ଟାଯାଇଥିବା ଅଭିଯୋଗ ହୋଇଛି । ଜଣେ ମହିଳା କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ସଦର ଥାନା ପୁଲିସ୍ ଜିମା ଦେଇଛନ୍ତି । ଟଙ୍କା ବାଣ୍ଟୁଥିବା ମହିଳାଜଣଙ୍କ ମୟୂରଭଞ୍ଜର ବୋଲି ସୂଚନା ମିଳିଛି ।