ଇଏ ଆଉ ଜଣେ ତପସ୍ୱିନୀ! ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଇଏ ଆଉ ଜଣେ ତପସ୍ୱିନୀ! ସିଏ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଦଳାଇ। ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି। ଏବେ ଘର ଭିତରକୁ ଯିବା ପାଇଁ ଚାହୁଁଛନ୍ତି। ମାତ୍ର ଶାଶୂଘର ଲୋକେ ପ୍ରବେଶ କରିବାକୁ ଅନୁମତି ଦେଉନାହାନ୍ତି। ଯେଉଁଥିପାଇଁ ଗତକାଲିଠାରୁ ଶାଶୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରିଦାସ ଗାଁରେ ଘଟିଛି।  ପୂରା ଘଟଣା ଏମିତି। ୨୦୧୬ ମସିହାରେ ହରିଦାସ ଗାଁ ଦିବାକର ଦଳାଇଙ୍କୁ […]

Puri

Puri

Manoranjan Sial
  • Published: Sunday, 09 January 2022
  • Updated: 09 January 2022, 06:18 PM IST

ବ୍ରହ୍ମଗିରି (ଓଡ଼ିଶା ରିପୋର୍ଟର): ଇଏ ଆଉ ଜଣେ ତପସ୍ୱିନୀ! ସିଏ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଦଳାଇ। ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇ ପଡ଼ିଛନ୍ତି। ଏବେ ଘର ଭିତରକୁ ଯିବା ପାଇଁ ଚାହୁଁଛନ୍ତି। ମାତ୍ର ଶାଶୂଘର ଲୋକେ ପ୍ରବେଶ କରିବାକୁ ଅନୁମତି ଦେଉନାହାନ୍ତି। ଯେଉଁଥିପାଇଁ ଗତକାଲିଠାରୁ ଶାଶୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଘଟଣାଟି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହରିଦାସ ଗାଁରେ ଘଟିଛି। 

ପୂରା ଘଟଣା ଏମିତି। ୨୦୧୬ ମସିହାରେ ହରିଦାସ ଗାଁ ଦିବାକର ଦଳାଇଙ୍କୁ ବିବାହ କରିଥିଲେ ଲକ୍ଷ୍ମୀପ୍ରିୟା ଦଳାଇ। ବିବାହର ୨୦ ଦିନ ପରେ ଲକ୍ଷ୍ମୀପ୍ରିୟାଙ୍କୁ ୨ ଲକ୍ଷ ଟଙ୍କାର ଯୌତୁକ ମଗା ଯାଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ଦେବାରେ ଅସମର୍ଥ ହୋଇଥିଲେ ଲକ୍ଷ୍ମୀପ୍ରିୟଙ୍କ ପରିବାର ଲୋକେ। ଏହା ପରେ ନିର୍ଯାତନା ଆରମ୍ଭ ହୋଇଥିବା ଲକ୍ଷ୍ମୀପ୍ରିୟା ଅଭିଯୋଗ କରିଛନ୍ତି। ସେ ନିଜ ସ୍ୱାମୀ ଓ ଶ୍ୱଶୁର, ଶାଶୂ, ଦିଆରଙ୍କ ନାଁରେ ଆଣିଛନ୍ତି ମାଡ଼ ଅଭିଯୋଗ।

ତେବେ ନିର୍ଯାତନା ଅସହ୍ୟ ହେବାରୁ ଲକ୍ଷ୍ମୀପ୍ରିୟା ବାପ ଘରକୁ ଚାଲି ଯାଇଥିଲେ। ୨୦୧୭ ମସିହାରେ ଦୁଇ ପରିବାରର ବୁଝାମଣାରେ ଲକ୍ଷ୍ମୀପ୍ରିୟା ପୁଣି ଥରେ ବାପ ଘରକୁ ଆସିଥିଲେ। ଲକ୍ଷ୍ମୀପ୍ରିୟାଙ୍କ କହିବା ଅନୁସାରେ ସେଠାରେ ସେ ବେଶୀ ଦିନ ରହିପାରିଲେ ନାହିଁ। ତାଙ୍କୁ ବାରମ୍ୱାର ନିର୍ଯାତନା ଦିଆଯାଇଥିଲା। ଯେଉଁଥିପାଇଁ ସେ ପୁଣି ଥରେ ବାପ ଘରକୁ ଚାଲି ଯାଇଥିଲେ।

ଲକ୍ଷ୍ମୀପ୍ରିୟା ବାପ ଘରକୁ ଗଲା ପରେ ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କରିଥିଲେ ତାଙ୍କ ସ୍ୱାମୀ ଦିବାକର। ଦୀର୍ଘ ୫ ବର୍ଷା ଧରି ଚାଲିଲା ଛାଡପତ୍ର ମାମଲା। ଏବେ ଏହି ମାମଲା ରଦ୍ଦ ହେବା ପରେ ଶନିବାର ଲକ୍ଷ୍ମୀପ୍ରିୟା ଶାଶୂ ଘରକୁ ଆସିଥିଲେ। ବୋହୂକୁ ଦେଖି ଶ୍ୱଶୁର ଘର ଲୋକ କବାଟ ବନ୍ଦ କରି ଦେଇଥିଲେ। ସେଥିପାଇଁ ରାତିରୁ ଆଜି ପର୍ଯ୍ୟନ୍ତ ଲକ୍ଷ୍ମୀପ୍ରିୟା ଘର ଆଗରେ ଧାରଣା ଦେଇଛନ୍ତି। ସେ କହିଛନ୍ତି, ମୁଁ ମୋ ଘରକୁ ଯିବି। ମୋତେ ମୋ ଘରକୁ ଯିବାକୁ ଦିଆଯାଉ। ନହେଲେ ଧାରଣାରୁ ଉଠିବି ନାହିଁ ବୋଲି ଲକ୍ଷ୍ମୀପ୍ରିୟା ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

ତେବେ ଏନେଇ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ କିମ୍ୱା ତାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos