ଯାଆଁଳା ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଦେଲା ମାଆ

ସୋର (ଶଶିକାନ୍ତ ବେହେରା): ନିଷ୍ଠୁର ହେଲା ଜନ୍ମଦାତ୍ରୀ ମାଆ। ଯାଆଁଳା କଅଁଳ ଶିଶୁ ପୁତ୍ରଙ୍କୁ ବିଷ ପିଆଇ ନିଜେ ପିଇଦେଲା ବିଷ। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ତେବେ ବିଷ ପିଇବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ତଳନଗର ପଞ୍ଚାୟତ ବାଇନଣ୍ଡା ଗାଁର ଅତୁଲ ମହାକୁଡଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଆଜି ନିଜେ ବିଷ ପିଇବା ସହିତ ଦେଢ ବର୍ଷର ଯାଆଁଳା […]

sora

Manoranjan Sial
  • Published: Thursday, 31 December 2020
  • , Updated: 31 December 2020, 08:56 PM IST

ସୋର (ଶଶିକାନ୍ତ ବେହେରା): ନିଷ୍ଠୁର ହେଲା ଜନ୍ମଦାତ୍ରୀ ମାଆ। ଯାଆଁଳା କଅଁଳ ଶିଶୁ ପୁତ୍ରଙ୍କୁ ବିଷ ପିଆଇ ନିଜେ ପିଇଦେଲା ବିଷ। ଆଜି ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ ଘଟିଛି। ତେବେ ବିଷ ପିଇବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପାରିବାରିକ ଗଣ୍ଡଗୋଳରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

ତଳନଗର ପଞ୍ଚାୟତ ବାଇନଣ୍ଡା ଗାଁର ଅତୁଲ ମହାକୁଡଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଆଜି ନିଜେ ବିଷ ପିଇବା ସହିତ ଦେଢ ବର୍ଷର ଯାଆଁଳା ଶିଶୁ ପୁତ୍ରକୁ ବିଷ ଦେଇଥିଲେ। ବିଷ ପିଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିବା ପରେ ପରିବାର ଲୋକେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସୁଦ୍ଧ ବିଷ ପିଇବାର କାରଣ ଜଣାପଡ଼ି ନାହିଁ। ତେବେ ପାରିବାରିକ କଳହରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

Related story