ବାଲୁଗାଁ (ଶକ୍ତିପ୍ରସାଦ ମିଶ୍ର): ବାଇକ୍ରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ମହିଳାଙ୍କ ଭ୍ୟାନିଟ୍ ଝାମ୍ପି ନେଉଥିଲେ। ଫଳରେ ମହିଳା ଜଣକ ତଳେ ପଡ଼ିଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲୁଗାଁ ଅଞ୍ଚଳରେ ଘଟିଛି।
ପୂରା ଘଟଣା ଏମିତି। ଖଲ୍ଲିକୋଟ୍ ଅଞ୍ଚଳର କୈଳାଶ ମଲ୍ଲିକ ଓ ମଞ୍ଜୁଲତା ମହାନ୍ତି ବାଇକ୍ରେ ବାଲୁଗାଁ ଆସୁଥିଲେ। ଜାତୀୟ ରାଜପଥ-୧୬ର ନାଭାଲ୍ ଛକରେ ଦୁଇ ଦୁର୍ବୃତ୍ତ ବାଇକ୍ରେ ଆସି ମଞ୍ଜୁଲତାଙ୍କ ଭ୍ୟାନିଟ୍ ଝାମ୍ପି ନେଇଥିଲେ। ଏଥିରେ ଭାରସାମ୍ୟ ହରାଇ ମଞ୍ଜୁଲତା ବାଇକ୍ରୁ ପଡ଼ିଯାଇଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନାଭାଲ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଣପୁର ମେଡ଼ିକାଲ୍ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜେଡ୍ ଇଷ୍ଟେଟ୍ ମାଲିକଙ୍କ ବୟାନ ପରେ ସତ ଖୋଲିଲା ଇଡି: ଜବତ ହୋଇଛି ୧.୩୯କୋଟି ଟଙ୍କା ସହ ବହୁ ଆପତ୍ତିଜନକ ଦସ୍ତାବିଜ
ଭୁବନେଶ୍ୱରର ଗାଡ଼କଣ ମୌଜାରେ ସାଧାରଣ ପ୍ରଶାସନ ବିଭାଗର ଏକ ମୂଲ୍ୟବାନ ସରକାରୀ ଜମି ଜାଲିଆତି ଅଭିଯୋଗ ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ମଧ୍ୟ ଶ୍ରୀ ମହାନ୍ତିଙ୍କ ଅଡ଼ୁଆ ବଢ଼ାଇଛି ।
Miscellaneous
ମା’ ବିରଜାଙ୍କ ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
‘ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ଜାରି ରହିଛି।’
Entertainment
ମହାପ୍ରଭୁଙ୍କୁ ତାଚ୍ଛଲ୍ୟ...; ଯାତ୍ରା ଷ୍ଟେଜକୁ ଚେୟାର ଫିଙ୍ଗିଲେ ଦର୍ଶକ
ଖଳ ଚରିତ୍ରରେ ଥିବା ନବ ଘୋଷ କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ କଡା ଭାଷାରେ ଆକ୍ଷେପ କଲା ପରି ସଂଳାପ କହିଥିଲେ। ନବ ଘୋଷଙ୍କ ସେହି ସଂଳାପ ଶୁଣିବା ପରେ ତାତି ଯାଇଥିଲେ ଷ୍ଟେଜ୍ ସମ୍ମୁଖରେ ବସିଥିବା ଦର୍ଶକ।
Politics
ଭବଙ୍କ ପାଇଁ ଅଡୁଆ ବଢିଲା; ଯୋଡି ହେଲା ଆଉ ୩ ମାମଲା
ଆଜି ସକାଳେ କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ୍ ଯାଜପୁର ଜିଲ୍ଲା ଧର୍ମଶାଳା ବୁଢ଼ାପୋଲରେ ପହଞ୍ଚିଥିଲା। ଯେଉଁଠି ୨୦ ତାରିଖ ସଂଧ୍ୟାରେ ବିଧାୟକ ହିମାଂଶୁଙ୍କ ଉପରେ ଠେଙ୍ଗାବାଡ଼ି ଧରି ସଂଘବଦ୍ଧ ଆକ୍ରମଣ କରାଯାଇଥିଲା।
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।