ବାରିପଦା(ମାଣିକ ଲାଲ ପାଣି): ନିଆଁରେ ପୋଡ଼ି ହୋଇ ଜଣେ ନବବଧୂଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅନ୍ତର୍ଗତ ବଗଲପୁର ଗାଁରେ। ୧୫ଦିନ ତଳେ ନବବଧୂ ଜଣକ ବାହା ହୋଇ ନିଜ ବାପଘରକୁ ଯାଇଥିଲେ। ତେବେ ସେ ତିନି ଦିନ ତଳେ ଶ୍ୱଶୁର ଘରକୁ ଫେରିଥିଲେ। ଗତକାଲି ସଂଧ୍ୟାରେ ସେ ଘରେ ରୋଷେଇ କରୁଥିବାବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ଘରେ କେହି ନଥିବାବେଳେ ନିଆଁ ଲାଗିଯିବାରୁ ନବବଧୂ ଜଣକ ବାହାରକୁ ଚାଲି ଆସି ଚିତ୍କାର କରିଥିଲେ। ପାଖ ବାଡ଼ିରେ କାମ କରୁଥିବା ତାଙ୍କ ସ୍ୱାମୀ ଚିତ୍କାର ଶୁଣି ତାଙ୍କୁ ଆସି ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତା’ପରେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ଏହି ଘଟଣାରେ ଝିଅର ଶ୍ୱଶୁର ଘର କିମ୍ବା ଝିଅର ବାପଘର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବ୍ୟାନ୍ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ
ସରକାର ବ୍ୟାନ୍ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି। ଏ
Crime
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍, ମିଳିଲା ନକଲି ପରିଚୟପତ୍ର
ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।
Miscellaneous
ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ
ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।
Crime
ହଷ୍ଟେଲରେ ଥିଲେ ଛାତ୍ରୀ, ମିଳିଲା ଝୁଲନ୍ତା ମୃତଦେହ
ଗତକାଲି ରାତିରେ କେହି ନ ଥିବା ବେଳେ ଉତ୍କଳିକା ନିଜ ରୁମ୍ରେ ଥିବା ଫ୍ୟାନ୍ରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିଲେ।
Miscellaneous
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ଆଜି ‘ଆୟୁଷ୍ମାନ୍’ MOU
ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ। ଏଥିପାଇଁ ଆଜି ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଇ ମହାଲିଙ୍ଗ।