ନବୀନ ଇସ୍ତଫା ନଦେଲେ ନବୀନ ନିବାସ ଘେରାଉ କରିବ ମହିଳା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋହେଲା ଥାନାର ମେଲଛାମୁଣ୍ଡାରେ ନାବାଳିକା ଦୁଷ୍କର୍ମ ଘଟଣାରେ କଂଗ୍ରେସ ଆଜି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି। ଏହା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟଣାକୁ ପ୍ରମାଣିତ କରୁଛି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ଆଉ ଗୋଟିଏ ଦିନ ବି ଶାସନରେ ରହିବାର ଅଧିକାର ନାହିଁ ବୋଲି କଂଗ୍ରେସ କହିଛି। ଆସନ୍ତା ୧୪ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ […]

congresssssss

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 08:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୋହେଲା ଥାନାର ମେଲଛାମୁଣ୍ଡାରେ ନାବାଳିକା ଦୁଷ୍କର୍ମ ଘଟଣାରେ କଂଗ୍ରେସ ଆଜି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି। ଏହା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟଣାକୁ ପ୍ରମାଣିତ କରୁଛି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କର ଆଉ ଗୋଟିଏ ଦିନ ବି ଶାସନରେ ରହିବାର ଅଧିକାର ନାହିଁ ବୋଲି କଂଗ୍ରେସ କହିଛି। ଆସନ୍ତା ୧୪ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ଇସ୍ତଫା ନଦେଲେ ନବୀନ ନିବାସ ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ଆଜି ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ପିସିସି ମହିଳା ସଭାନେତ୍ରୀ ସୁମିତ୍ରା ଜେନା ଓ ମୁଖପାତ୍ର ଅଶୋକ ସାମଲ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଅପହରଣ ଓ ଥାନା ଭିତରେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଘଟଣା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ରାଜ୍ୟ ବିଜେଡି ସରକାର ମା’କୁ ସମ୍ମାନ ସ୍ଲୋଗାନ ଲୋକଙ୍କୁ ପ୍ରତାରଣା। ପ୍ରତିଦିନ ଛାତ୍ରୀ, ନାବାଳିକା, ମହିଳା ଅପହରଣ, ଦୁଷ୍କର୍ମ, ହତ୍ୟା ଆଦି ଜଘନ୍ୟ ଅପରାଧିକ ଘଟଣା ଘଟିଚାଲିଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛନ୍ତି। କନ୍ୟାଶ୍ରମଗୁଡିକ ରାଜ୍ୟରେ କୁମାରୀ ମା’ କେନ୍ଦ୍ର ପାଲଟିଛି। ଏହା ପୂର୍ବରୁ ବହୁ ଘଟଣା ଘଟିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ରାଜନୈତିକ ଚାପରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଏଠାରେ ପ୍ରଶ୍ନ ଉଠୁଛି ମେଲଛାମୁଣ୍ଡା ଘଟଣାରେ ଅଭିଯୁକ୍ତ ରିକୁ ନାଗ କେଉଁ ଦଳର କର୍ମୀ? ଜଣେ ସାଧାରଣ ବ୍ୟକ୍ତି କୌଣସି ରାଜନୈତିକ ଦଳର ପୃଷ୍ଠପୋଷକତା ନଥିଲେ ଥାନାବାବୁଙ୍କର ଭଡ଼ାଘର ଚାବିକୁ କିପରି ନେଲେ ଏବଂ ସଂପୃକ୍ତ ଥାନାବାବୁ ଏହା ପୂର୍ବରୁ ଏଭଳି କାର୍ଯ୍ୟ କେବେଠୁ କଲେଣି ତାହା ତଦନ୍ତ ସାପେକ୍ଷ। ଏଥିରୁ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ପଷ୍ଟ ଅନୁମେୟ ଓ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହିବାର ନୈତିକ ଅଧିକାର ହରାଇଛନ୍ତି। ଆଗାମୀ ୧୪ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ପ୍ରଦାନ ନକଲେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଘୋଷଣା କରିଛନ୍ତି।

Related story