Advertisment

ଅତି ଭୀଷଣ ବାତ୍ୟାର ରୂପ ନେଲା ୟାସ, ରାଡାରରେ କଏଦ ହେଲା ଆଖି

ନୂଆଦିଲ୍ଲୀ: ଭୀଷଣ ବାତ୍ୟାରେ ଥିବା ବାତ୍ୟା ୟାସ ଘନୀଭୂତ ହୋଇ ଅତି ଭୀଷଣ ରୂପ ଧାରଣ କରିଛି। ବର୍ତ୍ତମାନ ଏହା ପାରଦୀପ ଠାରୁ ୧୬୦ କିମି ଓ ବାଲେଶ୍ୱର ଠାରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୨୦ରୁ ୧୪୫ କିମି ବେଗରେ ପବନ ବହିବାରେ ଲାଗିଛି। ଏବେ ଅତି ଭୀଷଣ ବାତ୍ୟା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ସେହିପରି ବାତ୍ୟାର ଆଖି ପାରାଦୀପ ସ୍ଥିତି […]

ଅଦ୍ୟତନ ହୋଇଛି
ଅତି ଭୀଷଣ ବାତ୍ୟାର ରୂପ ନେଲା ୟାସ, ରାଡାରରେ କଏଦ ହେଲା ଆଖି

cyclone1

Advertisment

ନୂଆଦିଲ୍ଲୀ: ଭୀଷଣ ବାତ୍ୟାରେ ଥିବା ବାତ୍ୟା ୟାସ ଘନୀଭୂତ ହୋଇ ଅତି ଭୀଷଣ ରୂପ ଧାରଣ କରିଛି। ବର୍ତ୍ତମାନ ଏହା ପାରଦୀପ ଠାରୁ ୧୬୦ କିମି ଓ ବାଲେଶ୍ୱର ଠାରୁ ୨୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୧୨୦ରୁ ୧୪୫ କିମି ବେଗରେ ପବନ ବହିବାରେ ଲାଗିଛି। ଏବେ ଅତି ଭୀଷଣ ବାତ୍ୟା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି।

Advertisment

ସେହିପରି ବାତ୍ୟାର ଆଖି ପାରାଦୀପ ସ୍ଥିତି ରାଡାରରେ କଏଦ ହୋଇଛି। ବାତ୍ୟା ୟାସର ଆଖି ୩୫ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ତଥାପି ବାତ୍ୟାର ନିୟମିତ ଆଖି ଦେଖାଯାଇ ନାହିଁ। ଏହା ସର୍କୁଲାର ହେଲେ ବାତ୍ୟା ଅଧିକ ଶକ୍ତିଶାଳୀ ହେବ। ସାଧାରଣ ଭାଗରେ ବ୍ୟାସାର୍ଦ୍ଧ କମ୍‌ ରହିଲେ ପ୍ରଭାବ ଅଧିକ ଓ ବ୍ୟାସାର୍ଦ୍ଧ ଅଧିକ ରହିଲେ, ପ୍ରଭାବ କମ ରହିବ। ଏବେ ୩୫ କିମି ବ୍ୟାସାର୍ଦ୍ଧ ରହିଛି। କିନ୍ତୁ ଏହା ହ୍ରାସ ପାଇବ ଓ ବାତ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିବ ବୋଲି ବିଭାଗର ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆସନ୍ତାକାଲି ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆର ଅଧିକ ରହିବ। ଏଥିସହ ବାତ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ହୋଇ ସ୍ଥଳ ଭାଗକୁ ମାଡ଼ି ଆସିବାର ଆଶଙ୍କା ଥିବା ବିଭାଗ ପୂର୍ବାନୁମାନ କରିଛି।

Advertisment

ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାନୁମାନ ଅନୁଯାୟୀ ଆଜି ସନ୍ଧ୍ୟାରେ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଛି। ଆଜି ମଧ୍ୟରାତ୍ର ଠାରୁ ଏହାର ପ୍ରଭାବ ଅଧିକ ରହିବ। ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। କାଲି ଭୋର୍ ୫ଟା ୩୦ ସୁଦ୍ଧା ଧାମରା ଠାରୁ ୩୦ କିମି ଦୂରରେ ରହିବ।  ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ଆଜି ମଧ୍ୟରାତ୍ରରୁ ପ୍ରଭାବ ବଢ଼ିବ। ମଧ୍ୟରାତ୍ର ପରେ ପବନ ୯୦ରୁ ୧୦୦ କିମି ମଧ୍ୟରେ ବହିବ

କ୍ଷୟକ୍ଷତି ଘଟାଇବା ଭଳି ପବନ ବହିବ। ଆସନ୍ତାକାଲି ଭୋର ୫.୩୦ରେ ଏହା ଧାମରା ଠାରୁ ୩୦ କିମି ଦୂରରେ କେନ୍ଦ୍ରୀଭୂତ ହେବ। ଏହି ସମୟରେ ବାତ୍ୟା ସମୁଦ୍ର ମଧ୍ୟରେ ରହିବ। ଦ୍ୱିପ୍ରହର ବେଳେ ଧାମରା-ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।

ଏହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟାର ପ୍ରଭାବ ମଧ୍ୟ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିବ। ଏବେ ଏବେ ପୂର୍ବୋକ୍ତି ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିମି ବେଗରେ ପବନ ବହୁଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ। ଏହି ସମୟରେ ଗଛ ଉପୁଡ଼ିବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି। ବାତ୍ୟାର ଆଖି ଅତିକ୍ରମ କରୁଥିବା ବେଳେ ପବନ ଓ ବର୍ଷାର ବେଗ କମିଯିବ। ଏପରି କି ଖରା ମଧ୍ୟ ପଡ଼ିବ। କିନ୍ତୁ କିଛି ସମୟ ପରେ ହଠାତ୍‌ ବାତ୍ୟାର ପଛ ଭାଗ ଅର୍ଥାତ ପଶ୍ଚିମରୁ ଝଟକା ପବନ ବହିବ। ପୂର୍ବଭଳି ଏହା ମଧ୍ୟ ଶକ୍ତିଶଳୀ ରହିବ। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ଯାଏ ଅନୁଭୂତ ହେବ।

୨୬ ତାରିଖ ଦିନ ତମାମ ପ୍ରବଳ ବର୍ଷା ଲାଗି ରହିବ। ଦ୍ୱିପ୍ରହର ବେଳେ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳେ ଜୁଆର ଉଠିବ। ବାଲେଶ୍ୱର ଓ ଭଦ୍ରକରେ ୪ ମିଟର ଯାଏ ଜୁଆର ଉଠିବାର ଆଶଙ୍କା ରହିଛି। ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୨ରୁ ୩ ମିଟର ଜୁଆର ଉଠିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କାଲି ଦିନ ୧୨ଟା ଯାଏ ପ୍ରଭାବ ରହିବ। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପୂର୍ବାହ୍ନରେ ବେଶୀ ପ୍ରଭାବ ରହିବ।

ଭଦ୍ରକରେ ଅପରାହ୍ନ ଓ ବାଲେଶ୍ୱରରେ ସଂଧ୍ୟା ଯାଏ ବାତ୍ୟା ୟାସର ତାଣ୍ଡବ ଦେଖିବାକୁ ମିଳିବ। କାଲି ସଂଧ୍ୟା ଯାଏ ଉପକୂଳବର୍ତ୍ତୀ ଜିଲ୍ଲାପାଇଁ ବିପଦ ରହିଛି ବୋଲି ପାଣିପାଗ ବିଭାଗର ଡିଜି ଶ୍ରୀ ମହାପାତ୍ର କହିଛି।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe