Advertisment

ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରୁଛି ୟାସ, ଧାମରାଠାରୁ ୧୧୦ କିମି ଦୂରରେ ବାତ୍ୟା

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିଥିବା ୟାସ ଏବେ ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରିବାରେ ଲାଗିଛି। ପୂର୍ବରୁ ୧୩ରୁ ୧୫ କିମି ବେଗରେ ଆଗକୁ ବଢ଼ୁଥିବା ୟାସ ଏବେ ତା’ର ଗତିକୁ ଧିମା କରି ଶକ୍ତି ସଂଗ୍ରହ କରୁଛି। ଏବେ ଏହା ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି। ଏବେ ଏହା ପାରଦୀପ ଠାରୁ ୧୧୦ କିମି ଓ ବାଲେଶ୍ୱର ଠାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପଶ୍ଚିମଙ୍ଗର […]

ଅଦ୍ୟତନ ହୋଇଛି
ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରୁଛି ୟାସ, ଧାମରାଠାରୁ ୧୧୦ କିମି ଦୂରରେ ବାତ୍ୟା

IMD12

Advertisment

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିଥିବା ୟାସ ଏବେ ସମୁଦ୍ର ଭିତରେ ଶକ୍ତି ସଞ୍ଚୟ କରିବାରେ ଲାଗିଛି। ପୂର୍ବରୁ ୧୩ରୁ ୧୫ କିମି ବେଗରେ ଆଗକୁ ବଢ଼ୁଥିବା ୟାସ ଏବେ ତା’ର ଗତିକୁ ଧିମା କରି ଶକ୍ତି ସଂଗ୍ରହ କରୁଛି। ଏବେ ଏହା ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି। ଏବେ ଏହା ପାରଦୀପ ଠାରୁ ୧୧୦ କିମି ଓ ବାଲେଶ୍ୱର ଠାରୁ ୧୭୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

Advertisment

ସେହିପରି ପଶ୍ଚିମଙ୍ଗର ଦିଘାଠାରୁ ୧୬୦ କିମି ଓ ଦକ୍ଷିଣପୂର୍ବ ଧାମରା ଠାରୁ ୧୧୦ କିମି ଦୂରେ ରହିଛି। ଏହାର ପ୍ରଭାବରେ ପାରଦୀପଠାରୁ ଧାମରା ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ସମୁଦ୍ର ମଧ୍ୟରେ ଏବେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିମି ଓ ବେଳେବେଳେ ଏହା ୧୫୫ କିମି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ବିଭାଗର ସୂଚନା ଅନୁଯାୟୀ, ଭୋର ୫ଟା ବେଳକୁ ଏହା ଧାମରା ନିକଟରେ ପହଞ୍ଚିବ। ସେହିପରି ଅତି ଭୀଷଣର ରୂପ ନେଇ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ନିଗଟରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବର ବେଗ ସର୍ବାଧିକ ୧୮୫ କିମି ରହିବ। ସେହିପରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟରେ ଏହାର ଗତି ଧିମା ହୋଇଯାଇଥିବାରୁ ଆକଳନ ଠାରୁ ବାତ୍ୟା ଆହୁରି ତୀବ୍ର ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି।

ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ମଧ୍ୟ ଉଠିବାର ଆକଳନ କରିଛି ପାଣିପାଗ ବିଭାଗ। ଏପରି କି ସମୁଦ୍ର ଜଳ ଭଦ୍ରକ, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗକୁ ମାଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ।

ଏହି ସମୟରେ ଗଛ ଉପୁଡ଼ିବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି। ବାତ୍ୟାର ଆଖି ଅତିକ୍ରମ କରୁଥିବା ବେଳେ ପବନ ଓ ବର୍ଷାର ବେଗ କମିଯିବ। ଏପରି କି ଖରା ମଧ୍ୟ ପଡ଼ିବ। କିନ୍ତୁ କିଛି ସମୟ ପରେ ହଠାତ୍‌ ବାତ୍ୟାର ପଛ ଭାଗ ଅର୍ଥାତ ପଶ୍ଚିମରୁ ଝଟକା ପବନ ବହିବ। ପୂର୍ବଭଳି ଏହା ମଧ୍ୟ ଶକ୍ତିଶଳୀ ରହିବ। କାଲି ସକାଳୁ ପବନ ବେଗ ବଢ଼ି ୧୫୫ରୁ ୧୬୫ ଯାଏ ରହିବ। ପବନ ଏହି ବେଗରେ ଦ୍ୱିପ୍ରହର ଯାଏ ଅନୁଭୂତ ହେବ।

Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe